ସୁଦାନରେ ଅର୍ଦ୍ଧ ସାମରିକ ବଳର ନିର୍ଯ୍ୟାତନା : ୭୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଦୁଷ୍କର୍ମ

Published By : Prameya-News7 Bureau | June 11, 2019 IST

ଖାର୍ତୁମ ୧୧/୬ : ସୁଦାନ ରାଜଧାନୀ ଖାର୍ତୁମରେ ବିରୋଧ ପ୍ରଦର୍ଶନ କରୁଥିବା ମହିଳାଙ୍କ ମଧ୍ୟରୁ ୭୦ରୁ ଅଧିକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଡାକ୍ତର କହିଛନ୍ତି ଯେ, ଅର୍ଦ୍ଧସମାରିକବଳ ଯବାନମାନେ ହମଲା ପରେ ଅନେକ ମହିଳା ପ୍ରଦର୍ଶନକାରୀଙ୍କ ସହ ଦୁଷ୍କର୍ମ କରିଛନ୍ତି ।

{"id":122199}

ସୋମବାର ଦିନ ଅର୍ଦ୍ଧସାମରିକ ବଳଙ୍କ ହମଲାରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ପାଖାପାଖି ୭୦୦ ଲୋକ ଆହତ ହୋଇଥିବା ଜଣାପଡିଛି । ଅନେକ ପ୍ରଦର୍ଶନକାରୀଙ୍କୁ ହତ୍ୟା କରାଯାଇ ନୀଳ ନଦୀରେ ଶବ ଫୋପାଡ଼ି ଦେଇଥିବା ଡାକ୍ତରମାନେ କହିଛନ୍ତି । ତେବେ ସୁଦାନରେ କେତେଜଣ ଯୌନ ଶୋଷଣର ଶିକାର ହୋଇଛନ୍ତି ତାର ବିସ୍ତୃତ ସୂଚନା ଏବେ ଯାଏଁ ମିଳିନାହିଁ । ଡାକ୍ତରଙ୍କ କେନ୍ଦ୍ରୀୟ କମିଟି କହିଛନ୍ତି ଯେ, ହମଲା ପରେ ଖାର୍ତୁମ ହସ୍ପିଟାଲରେ ୭୦ରୁ ଅଧିକ ଦୁଷ୍କର୍ମ ମାମଲା ରୁଜ୍ଜୁ ହୋଇଛି ।

{"id":122203,"width":582,"height":423}

ରୋୟାଲ କେୟାର ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ସେ ୮ଜଣ ଦୁଷ୍କର୍ମ ପୀଡିତଙ୍କ ଚିକିତ୍ସା କରିଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ମହିଳା ଏବଂ ୩ ଜଣ ପୁରୁଷ । ଖାର୍ତୁମର ଆଉ ଏକ ହସ୍ପିଟାଲର ସୂଚନା ଅନୁଯାୟୀ, ତାଙ୍କ ପାଖକୁ ଦୁଇଟି ଦୁଷ୍କର୍ମ ମାମଲା ଆସିଥିଲା । ଜଣେ ମହିଳାଙ୍କୁ ୪ଜଣ ପାରା ମିଲିଟାରୀ ଯବାନ ଆକ୍ରମଣ କରିଥିଲେ ।  ଅନେକ ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ ସୋସିଆଲ ମିଡ଼ିଆରେ ଏହିଭଳି ମାମଲା ପୋଷ୍ଟ କରିଛନ୍ତି ।

{"id":122201,"width":580,"height":387}

ସେନା ଡରରେ ଅନେକ ପୀଡିତ ମେଡିକାଲ ସୁବିଧା ନେବାରୁ ବଂଚିତ ହେଉଛନ୍ତି । ମାନାବାଧିକାରୀଙ୍କ କହିବାନୁଯାୟୀ, ଯୌନ ଶୋଷଣ ରିପୋର୍ଟ ବିଶ୍ୱାସନୀୟ ।

{"id":122202,"width":581,"height":376}

ସୁଦାନରେ ଏବେ ସେନାଙ୍କ ଶାସନ ଚାଲିଛି । ଏପ୍ରିଲ ୬ ତାରିଖରୁ ପ୍ରଦର୍ଶନକାରୀ ସେନା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ୩୦ ବର୍ଷ ଶାସନରେ ରହିବା ପରେ ସେନା ରାଷ୍ଟ୍ରପତି ଉମର ଅଲ-ବସୀରଙ୍କୁ ହଟାଇ ଦିଆଯାଇଥିଲା । ସୁଦାନର ଶାସନକୁ ନେଇ ସେନା ସହ ବୁଝାମଣା କରିବାକୁ ଚେଷ୍ଟା କରୁଥିଲେ ।  ଏହାପୂର୍ବରୁ ସେନା ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ଯେ, ୩ ବର୍ଷ ପରେ ସୁଦାନରେ ନିର୍ବାଚନ ହେବ । କିନ୍ତୁ ଶନିବାର ଦିନ ଅର୍ଦ୍ଧ ସମାରିକବଳ ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ ।

{"id":122204,"width":580,"height":367}

ମଙ୍ଗଳବାର ଦିନ ସେନା କହିଥିଲା ପ୍ରଦର୍ଶନକାରୀଙ୍କ ସହ ବୁଝାମଣା ଉଦ୍ୟମ ଶେଷ ହୋଇଯାଇଛି ଏବଂ ୯ ମାସ ପରେ ନିର୍ବାଚନ ହେବ । ତେବେ ପ୍ରଦର୍ଶନକାରୀଙ୍କ ଦାବି ଅନୁଯାୟୀ ନିର୍ବାଚନ ପାଇଁ ଅଧିକ ସମୟ ମିଳିବା ଦରକାର ଯେଭଳି ନିରପେକ୍ଷ ନିର୍ବାଚନ ହୋଇପାରିବ ଏବଂ ପୁରୁଣା ସରକାରଙ୍କ ରାଜନୈତିକ ପ୍ରଭାବ ଶେଷ କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.