Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ମାଉଣ୍ଟ ଏଭରେଷ୍ଟରେ ମାଡିଚାଲିଛି କରୋନା, ହେଲେ ମାନିବାକୁ ନାରାଜ ନେପାଳ ସରକାର

28/06/2021 at 2:23 PM

ନୂଆଦିଲ୍ଲୀ ୨୮/୬ : ସମଗ୍ର ବିଶ୍ୱରେ କରୋନାର ଭୟାବହ ପରିସ୍ଥିତି । ବିଶ୍ୱର ଅନେକ ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଜୁନ୍ ମାସ ଆରମ୍ଭରେ ନେପାଳର ଅତି କମରେ ୫୯ ସଂକ୍ରମିତ ଲୋକ ନେପାଳର ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଛନ୍ତି । ଏକ ସାକ୍ଷାତକାର ମାଧ୍ୟମରେ ପର୍ବତାରୋହଣ କମ୍ପାନୀ ମାନେ ଏନେଇ ଖୁଲ୍ଲାସା କରିଛନ୍ତି । ତେବେ ନେପାଳ ସରକାର ଏହାକୁ ଅସ୍ୱୀକାର କରିଛନ୍ତି ।

ସରକାର କହିଛନ୍ତି ଯେ ଏଭରେଷ୍ଟରେ କୌଣସି କରୋନା ମାମଲା ସାମ୍ନାକୁ ଆସି ନାହିଁ । ନେପାଳର ପର୍ଯ୍ୟଟନ ଅଧିକାରୀ ପର୍ବତାରୋହୀଙ୍କୁ ଏଭରେଷ୍ଟରେ କରୋନା ପଜିଟିଭ୍ ଖବରକୁ ଭିତ୍ତିହୀନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସେଠାରେ ନିମୋନିଆର ଜଣେ ରୋଗୀ ଥିଲେ, ଯାହା ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ସେ କହିଛନ୍ତି ଯେ ଶୁଖିଲା ପର୍ବତ ବାୟୁରେ କାଶ ନୂଆ ନୁହେଁ ।

ଚଳିତ ବର୍ଷ ଏପ୍ରିଲରେ ଜାଙ୍ଗବୁ ଶେର୍ପା ଥଣ୍ଡା ଏବଂ ଜ୍ୱରରେ ପୀଡିତ ଥିଲେ । ଯେତେବେଳେ ପର୍ବତାରୋହୀମାନେ ମାଉଣ୍ଟ ଏଭରେଷ୍ଟର ମୂଳ ଶିବିରରେ ଏକତ୍ରିତ ହୋଇ ଶରୀରକୁ ଉଚ୍ଚ ସ୍ଥାନର ପରିବେଶ ସହ ଖାପ ଖୁଆଇଥିଲେ । ଏହା ପରେ ପର୍ବତାରୋହଣକାରୀ କମ୍ପାନୀ ତାଙ୍କୁ ତୁରନ୍ତ ବିମାନ ଯୋଗେ କାଠମାଣ୍ଡୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ତାଙ୍କୁ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ସେ ପ୍ରାୟ ଏକ ସପ୍ତାହ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ, ପରେ ସେ ବେସ କ୍ୟାମ୍ପକୁ ଫେରିଥିଲେ.

   Related Posts