ଇସ୍ରାଏଲ ଧାର୍ମିକ ଉତ୍ସବରେ ଦଳାଚକଟା : ୪୪ ମୃତ, ଶତାଧିକ ଆହତ

Published By : Prameya-News7 Bureau | April 30, 2021 IST

ଇସ୍ରାଏଲ ୩୦/୪ : ଇସ୍ରାଏଲ ଦଳାଚକଟାରେ ୪୪ ଜଣଙ୍କ ମୃତ୍ୟୁ । ଏହାସହ ଶତାଧିକ ଲୋକେ ଆହତ ହୋଇଥିବା ସୂଚନା ମିଳିଛି । ଏପରିକି ୩୦ ଅଧିକ ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଉତ୍ତର ଇସ୍ରାଏଲରେ ବୋନଫାୟାର ଉତ୍ସବରେ ହଜାର ହଜାର ସଂଖ୍ୟାରେ ଲୋକେ ଜମା ହୋଇଥିଲେ । ତେବେ ହଠାତ୍ ଭିଡ ବଢିଯିବାରୁ ସେଠାରେ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୪୪ ଲୋକଙ୍କ ଜୀବନ ଚାଲିଯାଇଥିଲା । ପାଖାପାଖି ଶତାଧିକ ଲୋକ ଆହତ ହୋଇଥିଲେ ।

ଘଟଣା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୁଃଖପ୍ରକାଶ କରିଛନ୍ତି । ଏହାସହ ଭୟଙ୍କର ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ରଏଟର୍ସ କହିବା ମୁତାବକ ଏଠାରେ କରୋନା ଉପରେ କଟକଣା ହଟିବା ପରେ ପ୍ରଥମ ଥର ପାଇଁ ଏପରି ବଡ ସଭାର ଆୟୋଜନ କରଯାଇଥିଲା । ଏଥିପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଏକାଠି ହୋଇଥିଲା । ତେବେ ଏହି ଘଟଣାର ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଏଠାରେ କହିରଖୁଛୁ ଯେ, ଇସ୍ରାଏଲରେ ବର୍ତ୍ତମାନ କରୋନା ସ୍ଥିତିରେ ସୁଧାର ଆସିବା ସହ ଟିକାକରଣ ବି ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.