ଘନ କୁହୁଡିରେ ଯୋଗୁଁ ପରସ୍ପରକୁ ଧକ୍କା ଦେଲେ ୧୨ ଗାଡି: ଜଣେ ମୃତ, ୨୫ରୁ ଅଧିକ ଗୁରୁତର

Published By : Prameya-News7 Bureau | December 31, 2018 IST

ଦିଲ୍ଲୀ ୩୧/୧୨ : ଆଜି ସକାଳେ ଆଗ୍ରାରୁ ନୋଏଡା ଯାଉଥିବା ୧୨ଟି ଗାଡି ଯମୁନା ଏକ୍ସପ୍ରେସ ୱେରେ ପରସ୍ପରକୁ ଧକ୍କା ଦେଇଥିଲେ | ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି | ଦୁର୍ଘଟଣା ଯୋଗୁଁ ପାଖାପାଖି ଘଣ୍ଟେ ପର୍ଯ୍ୟନ୍ତ ଯମୁନା ଏକ୍ସପ୍ରେସ ୱେରେ ଯାତାୟାତ ପ୍ରଭାବିତ ହୋଇଥିଲା | ରାସ୍ତାରେ ଉଭୟ ପାର୍ଶ୍ୱରେ ଗାଡିଗୁଡିକ ଛିଡା ହୋଇରହିଥିଲା | ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଗାଡିଗୁଡିକୁ ରାସ୍ତାରୁ କ୍ରେନ ସାହାଯ୍ୟରେ ଉଠା ଯାଇଥିଲା | ଗାଡିଗୁଡିକୁ ଉଠାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା |

{"id":69113}


ଘନ କୁହୁଡି ଯୋଗୁଁ ସକାଳେ ରାସ୍ତା ସଫା ଦେଖା ଯାଉନଥିବା ଯୋଗୁଁ ୧୨ଟି ଗାଡି ପରସ୍ପରକୁ ଧକ୍କା ଦେଇଥିଲେ | ସୂଚନାଯୋଗ୍ୟରେ ଆଗ୍ରାରୁ ନୋଏଡା ଯାଉଥିବା ଏକ କେଣ୍ଟରକୁ ଏକ ଯାତ୍ରୀବାହୀ ବସ ଓଭରଟେକ କରି ଆଗକୁ ଚାଲିଯାଇଥିଲା | ଫଳରେ କେଣ୍ଟର ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କା ମାରି ଓଲଟି ପଡିଥିଲା | ଏହାପରେ ପଛରେ ଆସୁଥିବା ବସ ଏବଂ କାର ଗୋଟିଏ ପରେ ଗୋଟିଏ ପରସ୍ପରକୁ ଧକ୍କା ଦେଇଥିଲେ | ଦୁର୍ଘଟଣା ପରେ ଗାଡିଗୁଡିକରେ ଯାତ୍ରା କରୁଥିବା ଯାତ୍ରୀ ଭୟରେ ହୋହାଲ୍ଲା କରିଥିଲେ | ଖବରପାଇ ପୋଲିସ ଏବଂ ଏକ୍ସପ୍ରେସ ୱେ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ | ଦୁଇଟି କାରରେ କିଛି ଲୋକେ ଭୟଙ୍କର ଭାବେ ଫସି ରହିଥିଲେ | ବଡ କଷ୍ଟରେ ସେମାନଙ୍କୁ କାର ଭିତରୁ ଉଦ୍ଧାର କରାଯାଇଥିଲା | କେଣ୍ଟର ଏବଂ ବସରେ ଯାତ୍ରା କରୁଥିବା ପାଖାପାଖି ୨୫ଜଣ ଆହତ ହୋଇଥିଲେ | ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଆଗ୍ରା ସଦର ବଜାର ନିବାସୀ ରାଜେଶ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ | ହସ୍ପିଟାଲରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

{"id":69114,"width":585,"height":401}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.