ହନିଟ୍ରାପ : ଉଚ୍ଚ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଏବେ ପୋଲିସ ହାତରେ

Published By : Prameya-News7 Bureau | September 21, 2019 IST

ଭୋପାଲ : ମଧ୍ୟପ୍ରଦେଶ ‘ହନିଟ୍ରାପ’ ଯାଞ୍ଚ ଯେତିକି  ଆଗକୁ ବଢୁଛି  ସେତିକି ନୂଆନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମାମଲାରେ ଏଟିଏସ୍ ଓ ପୋଲିସ୍  ଗିରଫ କରିଥିବା ଅଭିଯୁକ୍ତଙ୍କ ମୋବାଇଲ ଫୋନ ଓ ସିମକାର୍ଡ ଯାଞ୍ଚ ଶେଷ ହୋଇଥିବା ବେଳେ ଏଥିରୁ ୯୦ଟି ଭିଡିଓ ଜବତ ହୋଇଛି। ଭିଡିଓରୁ  ୩୦ଟି  କେବଳ ବରିଷ୍ଠ ଆଇଏଏସ୍, ଆଇପିଏସ୍ ଓ ରାଜନେତାଙ୍କର ହୋଇଥିବାର ସୂଚନା ମିଳୁଛି। ପୋଲିସ ଭିଡିଓଗୁଡିକୁ ରେକର୍ଡଭୁକ୍ତ କରିନାହିଁ। ସେଗୁଡିକର ଏବେ ଫରେନସିକ୍ ଯାଞ୍ଚ ହେଉଥିବା ଜଣାପଡିଛି।

{"id":160663,"width":580,"height":380}

ଗିରଫ ଅଭିଯୁକ୍ତମାନେ ନେତା ଓ ଅଧିକାରୀମାନଙ୍କ ସହ ସେମାନଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ସୁଟିଂ କରୁଥିଲେ ଓ ପରେ ସେମାନଙ୍କୁ ଭିଡିଓ ପଠାଇ ବ୍ଲାକ୍ ମେଲ କରୁଥିଲେ। ଭିଡିଓ ମାଧ୍ୟମରେ ସେମାନେ ପ୍ରାୟ ୧୫ କୋଟି ଟଙ୍କା ଆଦାୟ କରିଥିବା ପ୍ରାଥମିକ ଯାଞ୍ଚ ବେଳେ ଜଣାପଡିଛି। ଏହା ଛଡା ସେମାନେ ଏହି ଭିଡିଓ ଦ୍ୱାରା ସରକାରୀ ଠିକା, ନିଯୁକ୍ତି, ଟ୍ରାନ୍ସଫର ଓ ପୋଷ୍ଟିଂ ଆଦି ମଧ୍ୟ କରାଉଥିଲେ। କହିବାକୁ ଗଲେ ଅଳ୍ପ କିଛି ଜଣ ଲୋକ ମଧ୍ୟପ୍ରଦେଶ ସରକାର ଓ ପ୍ରଶାସନକୁ ନିଜ ହାତମୁଠାକୁ ନେଇଯାଇଥିଲେ। 

{"id":160668,"width":576,"height":679}

ପୋଲିସ ଓ ଏଟିଏସ ହାତରେ ଧରାପଡିଥିବା ଅଭିଯୁକ୍ତଙ୍କ ଏହି ରାକେଟ୍ ରେ ଆଉ ୫/୬ଜଣ  ମଧ୍ୟ କାମ କରୁଥିବାର ଭିଡିଓରୁ  ଦେଖାଯାଇଛି। ସେମାନେ ରାକେଟ୍ ବାହାରେ ବ୍ୟକ୍ତିଗତସ୍ତରରେ ଏଭଳି କାମ କରୁଥିବାର ଏବେ ପୋଲିସ ସନ୍ଦେହ କରୁଛି। ହୁଏତ ସେମାନେ ଗିରଫ ଅଭିଯୁକ୍ତଙ୍କ ଭଳି ନେତା ଓ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନା କରି ନିଜର ଦଖଲ ବଢାଇବାକୁ ଉଦ୍ୟମ କରୁଥାଇପାରନ୍ତି ବୋଲି ତଦନ୍ତକାରୀ ଦଳଏବେ ସନ୍ଦେହ କରୁଛନ୍ତି। ଏଣୁ ସେମାନଙ୍କୁ ଠାବ କରି ଏବେ ଗିରଫ କରିବା ଲାଗି ତନାଘନା ଆରମ୍ଭ ହୋଇଯାଇଛି।

{"id":160670,"width":576,"height":765}

ହନିଟ୍ରାପ ରାକେଟ୍ ବିଶେଷ କରି ଭୋପାଲ ଓ ଇନ୍ଦୋରରେ ଅବସ୍ଥାପିତ ଥିବା ରାଜ୍ୟସେବା ଅଧିକାରୀ, ଏଡିଜି ସ୍ତରର ଜନୈକ ପୋଲିସ ଅଧିକାରୀଙ୍କୁ ନିଜ ଜାଲରେ ଫସାଇ ରଖିଥିଲେ। କେବଳ ସେତିକି ନୁହେଁ ଏହି ମହିଳାଙ୍କ ମଧ୍ୟରୁ ଜଣେ ଅତୀତରେ ପୂର୍ବତନ ମନ୍ତ୍ରୀଙ୍କ ସହ ବିଦେଶ ଗସ୍ତ କରିଥିବାର ବି ପ୍ରମାଣ ମିଳିଛି। ତେବେ ସବୁଠାରୁ ବଡ କଥା ହେଉଛି ଏହି ହନିଟ୍ରାପ ରାକେଟ୍ ର  ଜଣେ ଅଭିଯୁକ୍ତ ବିଜେପି ସହ ମଜଭୁତ ସମ୍ପର୍କ ରଖିଥିବା ବେଳେ ଆଉ ଜଣେ କଂଗ୍ରେସ ସହ। ଏଣୁ ମାମଲାର ତଦନ୍ତରେ ଏବେ ଜଟିଳତା ଦେଖାଦେଲାଣି।

{"id":160671,"width":581,"height":615}

ଅଭିଯୁକ୍ତମାନେ ପ୍ରଭାବଶାଳୀ ନେତା ଓ ଅଧିକାରୀଙ୍କୁ ସେମାନଙ୍କ ଜାଲରେ ଫସାଇବା ଲାଗି ହାଇ-ୱେ ପାର୍ଟି ଆୟୋଜନ କରୁଥିଲେ। ଏହି ସବୁପାର୍ଟି ସେମାନେ ଭୋପାଲ-ଇନ୍ଦୋର ଫୋରଲେନ ରୋଡ ଓ ସିହୋର ବାଇପାସ୍ କଡରେଥିବା ନାମୀଦାମୀ ରିସୋର୍ଟ, ରେଷ୍ଟୁରାଣ୍ଟ ଓ ଗେଷ୍ଟହାଉସ୍ ରେ ଆୟୋଜନ କରୁଥିଲେ। ସେମାନଙ୍କର ଏଭଳି କାର୍ଯ୍ୟକ୍ରମରୁ ବାଇପାସ୍ ଓ ଫୋରଲେନ ରୋଡ କଡରେ ଥିବା ହୋଟେଲ, ରେଷ୍ଟୁରାଣ୍ଟ , ରିସୋର୍ଟ ଓ ଫାର୍ମହାଉସ୍ ମାଲିକ ବି ଫାଇଦା ନେଉଥିଲେ। ଏଣୁ ରାକେଟ୍ ପଛରେ ସେମାନଙ୍କର ହାତକୁ ବି ଏବେ ଅଶ୍ୱୀକାର କରାଯାଇ ନପାରେ।

{"id":160674}

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ବିଜୟ ଜୈନଙ୍କ ପତ୍ନୀ ଶ୍ୱେତା ଜୈନ,  ଅମିତ ସୋନୀଙ୍କ ପତ୍ନୀ ବରଖା ଭଟନାଗର ଓ ସ୍ୱପ୍ନିଲ ଜୈନଙ୍କ ପତ୍ନୀ ଶ୍ୱେତା ଜୈନଙ୍କୁ କୋର୍ଟ ୧୪ଦିନ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ଅନ୍ୟପକ୍ଷରେ ପୋଲିସ ରିମାଣ୍ଡରେ ଥିବା  ଆରତୀ ଦୟାଲ, ମୋନୀକା ଯାଦବ ଓ ଡ୍ରାଇଭର ଓମ୍ ପ୍ରକାଶକୁ ଏବେ ପଚରାଉଚରା କରାଯାଉଛି। ମଧ୍ୟପ୍ରଦେଶ ପୋଲିସ ହନିଟ୍ରାପକୁ ଏବେ ସଙ୍ଗଠିକ ଅପରାଧ ବିବେଚନା କରୁଥିବା ବେଳେ ଏବେ ମାମଲାକୁ ଅଧିକ ନ ବଢାଇବାକୁ ଉଚ୍ଚ ସ୍ତରରୁ ଚାପ ସୃଷ୍ଟି କରାଯାଉଥିବାର ବି ସୂଚନା ମିଳିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.