ବିଦ୍ୟୁତ ଗ୍ରିଡ଼ରେ ତ୍ରୁଟି, ଅନ୍ଧକାରରେ ଡୁବିଲା ଆଫଗାନିସ୍ତାନ

Published By : Prameya-News7 Bureau | October 14, 2021 IST

କାବୁଲ ୧୪।୧୦: ଆଫଗାନିସ୍ତାନର ଅନୁନ୍ୟ ୧୨ରୁ ଊର୍ଦ୍ଧ୍ୱ ପ୍ରୋଭିନ୍ସକୁ ବିଦ୍ୟୁତ ସରବରାହ ବାଧିତ ହୋଇଛି। ଗ୍ରିଡରେ ତ୍ରୁଟି ଯୋଗୁ ଏପରି ପରିସ୍ଥିତି ଉପୁଜିଥିବା ଡା ଆଫଗାନିସ୍ତାନ ବ୍ରେସ୍ନା ସର୍କେଟ (ଡିଏବିଏସ୍) ଗୁରୁବାର ଏହି ସୂଚନା ଦେଇଛନ୍ତି। ଉଜବେକିସ୍ତାନରୁ ବିଦ୍ୟୁତ ଆମଦାନୀ ହେଉଥିବା ପାୱାର ଗ୍ରିଡରେ ବଷୟିକ ତ୍ରୁଟି ଯୋଗୁ ଯୋଗାଣ ପ୍ରଭାବିତ ହୋଇଥିବା କୁହାଯାଇଛି। ତେବେ ତ୍ରୁଟି ସୁଧାରିବା ଲାଗି ଯନ୍ତ୍ରୀ ନିୟୋଜିତ ଥିବା ବେଳେ ଖୁବ୍ ଶୀଘ୍ର ବିଦ୍ୟୁତ ସରବରାହ ଆରମ୍ଭ ହୋଇଯିବ ବୋଲି ଡିଏବିଏସ୍ ଆଶାବ୍ୟକ୍ତ କରିଛନ୍ତି।

{"id":527142,"sizeSlug":"full","linkDestination":"none"}

ଏମିତିରେ ଅଭାବ ଯୋଗୁ ଦେଶର ବିସ୍ତୃତ ଅଞ୍ଚଳକୁ ଏବେ ବିଦ୍ୟୁତ ଯୋଗାଣ ସମ୍ଭବ ହେଉ ନାହିଁ। ଏଥିରେ ଉଜବେକିସ୍ତାନ ଗ୍ରିଡରେ ତ୍ରୁଟି ନୂଆ ସମସ୍ୟା ସୃଷ୍ଟି କରିଛି। ଡିଏବିଏସ୍ ବୈଷୟିକ ଟିମ୍‌ ତ୍ରୁଟି ସୁଧାର ଲାଗି ଉଦ୍ୟମ ଜାରି ରଖିଛନ୍ତି। ଆଫଗାନିସ୍ତାନ ଆବଶ୍ୟ କରୁଥିବା ବିଦ୍ୟୁତ ଇରାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଓ ତାଜିକସ୍ତାନରୁ କ୍ରୟ କରିଥାଏ। ତେବେ ଘନି ସରକାର ଦେଶଛାଡି ପଳାଇବା ପରଠାରୁ ବକେୟା ବିଦ୍ୟୁତ ଦେୟ ଏପର୍ଯ୍ୟନ୍ତ ପୈଠ ହୋଇ ନାହିଁ।

{"id":527143,"sizeSlug":"full","linkDestination":"none"}

ଏଣୁ କିଛି ସମୟ ପୂର୍ବରୁ ବିଦ୍ୟୁତ ଶୁଳ୍କ ବକେୟା ରଖିଥିବା ଉପଭୋକ୍ତାଙ୍କ ସମ୍ପତ୍ତି ବିକ୍ରି କରିଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ତେବେ ଆଫଗାନିସ୍ତାନକୁ ବିଦ୍ୟୁତ ଯୋଗାଇ ଦେଉଥିବା ଦେଶଙ୍କୁ ବକେୟା ଦେୟ ଉଚିତ ସମୟରେ ପୈଠ କରିଦିଆଯିବ ବୋଲି ନୂଆ ତାଲିବାନ ସରକାର ଘୋଷଣା କରିଥିଲେ। ଏଣୁ ପଡୋଶୀ ଦେଶମାନଙ୍କୁ ବିଦ୍ୟୁତ ଯୋଗାଣ ବନ୍ଦ ନ କରିବା ଲାଗି ନିବେଦନ କରାଯାଇଥିଲା। ତେବେ ଉଜବେକିସ୍ତାନରୁ ଆମଦାନୀ ହେଉଥିବା ଲାଇନରେ ତ୍ରୁଟି ଯୋଗୁ ୧୨ରୁ ଊର୍ଦ୍ଧ୍ୱ ପ୍ରଦେଶକୁ ଯୋଗାଣ ପ୍ରଭାବିତ ହୋଇଥିବା ଜଣାପଡିଛି। ଏଥିରେ ରାଜଧାନୀ କାବୁଲ ମଧ୍ୟ ଏବେ ଅନ୍ଧାରରେ ଡୁବି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.