ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ଯୌତୁକ ନିର୍ଯ୍ୟାତନାର ଶିକାର ମହିଳା

Published By : Prameya-News7 Bureau | January 21, 2020 IST

ପୁରୀ ୨୧।୦୧ - ପୁରୀ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି  ଯୌତୁକ ନିର୍ଯ୍ୟାତନାର ଶିକାର ଜଣେ ମହିଳା । ତାଙ୍କ ଘର ପୁରୀ ମଙ୍ଗଳପୁର ମାଟି ପୋଖରି ଅଂଚଳରେ ।

 ୫ବର୍ଷ ତଳେ ମଙ୍ଗଳପୁର ମାଟିଆପଡ଼ାର ଅଶୋକ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ବେଳେ ୧୦ହଜାର ଟଙ୍କା ସହ ବିଭିନ୍ନ ଆସବାବପତ୍ର ଦେଇଥିଲେ ମହିଳାଙ୍କ ବାପଘର ଲୋକେ । ହେଲେ ବର୍ଷକ ପରେ ସଂପୃକ୍ତ ଅଧିକ ଯୌତୁକ ଦାବି କରି ସ୍ବାମୀ ଓ ଶ୍ବରୂର ଘର ଲୋକେ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା ।

{"id":214392,"sizeSlug":"large"}

 ଶ୍ବଶୂର ଘରର ନିର୍ଯ୍ୟାତନା ସହି ନପାରି ୫ବର୍ଷର ପୁଅକୁ ଧରି ବାପଘରକୁ ଚାଲିଆସିଥିଲେ ମହିଳା ଜଣକ ।  ଏନେଇ ପିପିଲି ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବାଧ୍ୟ ହୋଇ ପୁରୀ ଏସପି ଭେଟି ଗୁହାରି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.