ଯୌତୁକ ଜୁଇରେ ନବବଧୂ : ନା ମାନେ ନା

Published By : Prameya-News7 Bureau | June 18, 2018 IST

କାନ୍ଥରୁ ବାହାଘର ଲେଖା ଲିଭି ନାହିଁ, ହଲେ ଲିଭିଗଲା ଜୀବନ ଦୀପ । ଏଭଳି ଘଟଣା ଘଟିଛି ଖୁଂଟା ଥାନା ପୁରୁଣାବାରିପଦା ଗ୍ରାମରେ । ଯୌତୁକ ପାଇଁ ନବବଧୂକୁ ମାରି ଟାଙ୍ଗି ଦେଇଛନ୍ତି ଶାଶୂଘର ଲୋକ | ଆଜକୁ୬ ମାସ ତଳେ ବିବାହ ହୋଇଥିଲା | ଶାଶୂଘରେ ପାଦ ଦେଉ ଦେଉ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା | ଯୌତୁକ ପାଇଁ ନବବଧୂ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିଲେ ଶାଶୁଘର ଲୋକ | ରବିବାର ଅପରାହ୍ନରେ ଖାଇବାକୁ ମାଗିଥିଲେ ଶ୍ୱଶୁର | ଖାଇବା ଦେବା ଟିକେ ବିଳମ୍ବ ହେଇଯିବାରୁ ବୋହୁକୁ ନିସ୍ତୁକ ପିଟିଥିଲେ ଶ୍ୱଶୁର | ବୋହୁ ଚେତା ହରାଇବା ପରେ ପୁଅକୁ ଡାକିଥିଲେ | ସ୍ୱାମୀ ଘରେ ପହଂଚି ଏକ ଶାଢ଼ୀରେ ଭଗବତୀଙ୍କ ତଣ୍ଟି ଚିପି ହତ୍ୟା କରି ଟାଙ୍ଗି ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.