Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଯୌତୁକ ଜୁଇରେ ନବବଧୂ : ନା ମାନେ ନା

25/06/2018 at 9:21 AM

ଅତ୍ୟାଚାର ହେଉ ବା ନିର୍ଯ୍ୟାତନା ହେଉ ବାରମ୍ବାର ଖବର ପ୍ରସାରିତ ହଲେ ମଧ୍ୟ ଯେପରି ସାଧାରଣ ଜନତାଙ୍କ ମଧ୍ୟରେ ସଚେତନା ଅଭାବ ଏବେବି ନଥିଲା ଭଳି ମନେହୁଏ । ଯଦି ନବବଧୁଙ୍କ ହତ୍ୟାକାରିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଆନ୍ତା ତେବେ ଏପରି ଦୁଃଖଦ ଘଟଣା ଦେଖିବାକୁ ବୋଧହୁଏ ମିଳନ୍ତା ନାହିଁ ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଣ୍ଢରା ଗଁ।ରେ । ସୁଚନା ମୁତାବକ ଅଣ୍ଢରା ଗାଁର ଦେବାଶିସ ମଲ୍ଲିକ ଗତ ଦୁଇବର୍ଷ ପୁର୍ବରୁ କଁଅରପୁର ଗ୍ରାମର ଦୈତାରୀ ସ୍ବାଇଁଙ୍କ ଝିଅ ନମିତା ସ୍ବାଇଁଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ । କିନ୍ତୁ ଝିଅର ପରିବାର ଲୋକଙ୍କ କହିବା ଅନୁଯାୟୀ ନମିତାଙ୍କୁ ବାହାଘର ଦିନଠାରୁ ଏ ପର୍ଯ୍ୟନ୍ତ ବାରମ୍ବାର ଅଧିକା ଯୌ।ତୁକ ଦାବୀରେ ଶାରୀରିକ ଓ ମାନସିକ ନିର୍ଯୟାତନା ଦେଇଆସୁଥିଲେ ।
କିନ୍ତୁ ଗତକାଲି ବିଳମ୍ବିତ ରାତିରେ ନମିତାଙ୍କୁ ଶାଶୁଘରର ପରିବାର ଲୋକେ ତଟିଂ ଚିପି ମାରିଦେଇ ଆତ୍ମହତ୍ୟାର ରୁପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ନମିତାଙ୍କ ପରିବାର ଲୋକେ । ନମିତାଙ୍କ ପରିବାର ସହିତ ନମିତାଙ୍କ ଗଁ। କଁଅରପୁରର କିଛି ମହିଳା ଓ ପୁରୁଷ ଏହାକୁ ବିରୋଧ କରି ନମିତାଙ୍କ ଶାଶୁଘରେ ଶବ ଚାରିପଟେ ଧାରଣାରେ ବସିଛନ୍ତି । ଦୋଷିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଛନ୍ତି । ସ୍ଥାନିୟ ଲୋକଙ୍କ କହିବା ଅନୁଯାୟୀ ପରିବାରେରେ ଉଭୟଙ୍କ ମଧ୍ୟରେ ବାରମ୍ବାର କଳି ଝଗଡା ଲାଗିରହୁଥିଲା । ଏବଂ ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ନମିତାଙ୍କ ଭାଇ ଅଭିଯୋଗ କଲାପରେ ଥାନାଅଧିକାରୀ ଏକ ମାମଲା ରୁଜ୍ଜୁକରି ତଦନ୍ତ ଚଳାଇଛି । କିନ୍ତୁ ଶାଶୁଘରର ସମସ୍ଥ ପରିବାର ଫେରାର ଥିବାରୁ ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନାହିଁ ।
ପଟ୍ଟାମୁଣ୍ଡାଇରେ କେଉଁଠି ଯୌ।ତୁକ ପାଇଁ ଉଦାହରଣ ସୃଷ୍ଟି ହେଉଥିବା ବେଳେ ଆଉ କେଉଁଠି ବଧୁହତ୍ୟାର ଅଭିଯୋଗ ଆସୁଛି । ତେବେ କେବେ ଏହାର ଅନ୍ତ ଘଟିବ ତାହା ଦେଖିବାର ବାକି ରହିଲା

   Related Posts