Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଯୌତୁକ ଜୁଇରେ ନବବଧୂ ! ଏସି, ଇନଭଟର ପାଇଁ ବଧୂହତ୍ୟା : ନା ମାନେ ନା

3/07/2018 at 10:47 AM

ପୁଣି ଯୌତୁକ ଜୁଇରେ ନବବଧୂ | ଏସି, ଇନଭଟର ପାଇଁ ବଧୂହତ୍ୟା | ଏଭଳି ଲଜ୍ଜାଜନକ ଘଟଣା ଘଟିଛି ନନ୍ଦନକାନନ ଥାନା ଗଣ୍ଡାରପୁର ବ୍ରାହ୍ମଣ ସାହିରେ | ୨୦୧୮ ଏପ୍ରିଲ ୪ ତାରିଖରେ ବରମୁଣ୍ଡା ଗାଁର ଶକୁନ୍ତଳା ସ୍ୱାଇଁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ପ୍ରାଣକୃଷ୍ଣ ସାମଲ | ବାହାଘର ବେଳେ ଦାବି ମୁତାବକ ସମସ୍ତ ଯୌତୁକ ମଧ୍ୟ ଦିଆଯାଇଥିଲା | ହେଲେ ଶାଶୁ ଘରେ ପାଦ ଦଉ ଦଉ ଆରମ୍ଭ ହେଇଯାଇଥିଲା ନିର୍ଯ୍ୟାତନା | ବାରମ୍ବାର ଏସି ଓ ଇନଭଟର ଆଣିବା ପାଇଁ ସ୍ତ୍ରୀ ଉପରେ ଚାପ ପକାଉଥିଲେ ସ୍ୱାମୀ | ନିଜ ବାପା ଘରେ ସବୁକଥା ଜଣାଇଥିଲେ ଶକୁନ୍ତଳା | ବାପା ଘର ଲୋକ ବି ରାଜି ହୋଇଯାଇଥିଲେ | ହେଲେ ଅପେକ୍ଷା କରିପାରିଲେନି ଯୌତୁକ ରାକ୍ଷସ | ବାହାଘରର ମାତ୍ର ୪ ମାସ ପରେ ଶକୁନ୍ତଳାଙ୍କ ତଣ୍ଟି ଚିପି ହତ୍ୟା କଲେ ଶାଶୂଘର ଲୋକେ | ଏନେଇ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପଘର ଲୋକେ | ଅଭିଯୋଗ ଆଧାର ପୋଲିସ ସ୍ୱାମୀ,ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି |

   Related Posts