ଯୌତୁକ ଜୁଇରେ ନବବଧୂ : ନା ମାନେ ନା

Published By : Prameya-News7 Bureau | June 12, 2018 IST

ନବବଧୁ ହତ୍ୟା ଅଭିଯୋଗରେ ଏଯାଏଁ ହୋଇନାହାନ୍ତି ଆସାମୀ ଗିରଫ | ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମୃତ ନବ ବଧୁର ପରିବାର ଏବଂ ଗାଁ ଲୋକେ | ଥାନା ଘେରାଉ କରିଛନ୍ତି ଧୁକୁଟା ଗ୍ରାମ ବାସୀ। ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଧୁକୁଟା ଗାଁର ନବ ବଧୁର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଦେଖା ଦେଇଛି ଏଭଳି ସ୍ଥିତି । ପୋଲିସ ଗିରଫ ଦାରୀ ବିଳମ୍ବ ପ୍ରତିବାଦରେ ଥାନା ଘେରାଉ କରିଛନ୍ତି ପିବାର ଓ ଗ୍ରାମବାସୀ । ଅନୁଗୋଳ ଜିଲ୍ଲାର ବନ୍ତଳା ଥାନା ଘେରାଉ କରିଛନ୍ତି ଧୁକୁଟା ଗ୍ରାମ ବାସୀ। ଏକ ଯୌତୁକ ନୀର୍ଯାତନ ଘଟଣାରେ ପୋଲିସ କେବଳ ମୁତ ନବ ବଧୁର ସ୍ୱାମୀକୁ ଗିରଫ କରିଥିବା ବେଳେ ପରିବାରର ଅନ୍ୟ ମାନଙ୍କୁ ଗିରଫ କରିନଥିଲା । ଯାହାର କି ପ୍ରତିବାଦ କରିଛନ୍ତି ଧୁକୁଟା ଗ୍ରାମବାସୀ । ସୂଚନା ଅନୁସାରେ ଗତ ୮ ତାରିଖ ଶୁକ୍ରବାର ଗାଁର ନରେନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ ପ୍ରିୟଙ୍କା ବେହେରାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିଲା । ଏନେଇ ପ୍ରିୟଙ୍କାଙ୍କ ପରିବାର ଲୋକେ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ । ବିବାହ ପରଠାରୁ ପ୍ରିୟଙ୍କାଙ୍କୁ ନରେନ୍ଦ୍ରଙ୍କ ଘର ଲୋକେ ନିର୍ଯ୍ୟାନତା ଦେବା ସହ ମାରପିଟ କରୁଥିଲେ । ଶୁକ୍ରବାର ହଠାତ ପ୍ରିୟଙ୍କାଙ୍କ ମୃତ ଦେହ ତାଙ୍କ ଶାଶୁ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଶାଶୂଘର ଲୋକେ ତାକୁ ହତ୍ୟା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାରେ କେବଳ ସ୍ୱାମୀକୁ ହିଁ ଗିରଫ କରିଥିଲା । ଶଶୁର ଶାଶୁ ଓ ଦିଅରକୁ ଗିରଫ କରିବା ଦାବିରେ ଗ୍ରାମର ମହିଳା ଓ ପୁରୁଷ ବନ୍ତଳା ଥାନା ଘେରାଉ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.