ଯୌତୁକ ପାଇଁ ବଧୂହତ୍ୟା
17/06/2018 at 6:42 AM

କାନ୍ଥରୁ ବାହାଘର ଲେଖା ଲିଭି ନାହିଁ ହେଲେ ଲିଭିଗଲା ଜୀବନ ଦୀପ । ଆଜକୁ ୬ ମାସ ତଳେ ବିବାହ କରିଥିବା ଜଣେ ନବବଧୂକୁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଖୁଂଟା ଥାନା ପୁରୁଣାବାରିପଦା ଗ୍ରାମରେ ।
ଖୁଂଟା ଥାନା ପୁରୁଣାବାରିପଦା ଗ୍ରାମରେ ଜଣେ ନବବଧୂକୁ ଶ୍ବଶୁର ଘର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ ହୋଇଛି । ଗତକାଲି ମଧ୍ୟାହ୍ନ ସମୟରେ ପୁରୁଣାବାରିପଦା ଗ୍ରାମର କ୍ଷୀରୋଦ ସାହୁଙ୍କ ସ୍ତ୍ରୀ ଭଗବତୀ ବହେରା ତାଙ୍କ ମାଉସୀଙ୍କ ସହିତ ଫୋନରେ କଥା ହୋଇଥିଲେ । ଯାହାକି ତାଙ୍କୁ ତାର ଶ୍ବଶୁର ଘର ଲୋକେ ନିର୍ଯ୍ୟାତନା ଦେଉଥିବା କହିଥିଲେ । ପରେ ଅପରାହ୍ନ ସମୟରେ ଭଗବତୀଙ୍କ ମାଉସୀ ତାଙ୍କୁ ଫୋନ କରିଥିବା ବଳେ ତାଙ୍କ ଫୋନ୍ ବନ୍ଦ ଥିବା ଜଣାପଡିବା ପରେ ଭଗବତୀଙ୍କ ବାପଘର ଲୋକେ ତାର ଶ୍ବଶୁର ଘର ପୁରୁଣାବାରିପଦା ଗ୍ରାମକୁ ଆସିଥିଲେ । ଏବଂ ସେଠାରେ ଭଗବତୀକୁ ଏକ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ହେଲେ ଉକ୍ତ ସମୟରେ ଘରେ ଭଗବତୀଙ୍କ ସ୍ବାମୀ କିମ୍ବା ଶ୍ବଶୁର କେହି ନଥିଲେ । ଯାହାକି ଭଗବତୀକୁ ତାର ଶ୍ବଶୁର ଘର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇ ସେଠାରୁ ଖସି ଚାଲିଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଥିଲେ । ଏହା ସହିତ ଏ ନେଇ ଖୁଂଟା ପୋଲିସକୁ ଖବର ଦେବା ପରେ ଖୁଂଟା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଭଗବତୀ ଆଜକୁ ୬ ମାସ ତଳେ ବିବାହ କରିଥିବା ବଳେ ବିଭିନ୍ନ ସମୟରେ ଶ୍ବଶୁର ଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିବା ବାପଘର ଲୋକେ କହିଛନ୍ତି ।