Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୨ ସପ୍ତାହ ପରେ କମିବ କରୋନାର କୋପ !

23/09/2020 at 5:34 PM

ନୂଆଦିଲ୍ଲୀ ୨୩।୯: ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ଅନୁନ୍ୟ ଅଢେଇ ଲକ୍ଷରୁ ଅଧିକ ଲୋକେ କୋଭିଡ ସଂକ୍ରମିତ ହୋଇସାରିଲେଣି। ଏଥିରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନର ସଂକ୍ରମଣ ପରିସ୍ଥତିକୁ ନଜର ରଖି ପ୍ରକୋପ ହ୍ରାସ ଲାଗି ଆହୁରି ୨ ସପ୍ତାହ ସମୟ ଲାଗିପାରେ ବୋଲି କହିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ ପଜିଟିଭିଟି ରେସିଓ ଦେଖିଲେ ଏହି ଅନୁମାନ କରାଯାଇପାରେ। ଏକ ସମୟରେ ରାଜଧାନୀ ଦିଲ୍ଲୀରେ ମୁଭିଂ ଆଭରେଜ ୮.୫ରୁ ୯ ପ୍ରତିଶତ ଥିଲା। ସେହି ଅନୁସାରେ ଏବେ ୬.୪୭କୁ ହ୍ରାସ ହୋଇଛି ବୋଲି କହିଛନ୍ତି।

ଦିଲ୍ଲୀରେ ନୂଆନୂଆ କୋଭିଡ ସଂକ୍ରମଣ ବେଳେ ପଜିଟିଭିଟି ରେସିଓ ୧୩ ପ୍ରତିଶତ ଥିଲା। ଫଳରେ ଅଚାନକ ସଂକ୍ରମଣ ବୃଦ୍ଧି ସହ ବ୍ୟାପିଯାଇଥିଲା। ତେବେ କରୋନାର ପ୍ରକୋପ ନିଶ୍ଚିତ ହ୍ରାସ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ଆମକୁ ସତର୍କତା ଅବଲମ୍ବନ କରିବା ସହ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ। ଏବେ ସେହି ସମୟରେ ଆମେ ପହଞ୍ଚିପାରିଛେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତେବେ ଏତେ ଶୀଘ୍ର ରାଜଧାନୀରେ ସଂକ୍ରମଣ ହ୍ରାସ ହେବ ନାହିଁ, ଏଥିପାଇଁ ଆମକୁ ଆହୁରି ୨ ସପ୍ତାହ ଅପେକ୍ଷା କରିବାକୁ ପଡିବପାରେ ବୋଲି ସେ କହିଛନ୍ତି ।

୨ ସପ୍ତାହ ପରେ ରାଜଧାନୀରେ କରୋନାର ଡାଉନଟ୍ରେଣ୍ଡ ନିଶ୍ଚିତ ଆସିବ ବୋଲି ଜୈନ କହିଛନ୍ତି। ଏବେ ରାଜଧାନୀରେ କରୋନାର ଟ୍ରେଣ୍ଡ ସ୍ଥିର ଅବସ୍ଥାକୁ ଆସିଛି। ଏହାମାନେ ନୁହେଁ ଯେ ଅବଲମ୍ବନ କରୁଥିବା ସତର୍କତାକୁ ଭୁଲିଯିବା। ଏହିପରି ସତର୍କତା ଅବଲମ୍ବନ କରିଚାଲିଲେ ସଂକ୍ରମଣର ପ୍ରକୋପ ହ୍ରାସ ହେବା ସହ ପରିସ୍ଥିତିକୁ ଆୟତ୍ତାଧୀନ କରିପାରିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ରାଜଧାନୀରେ ଏବେ ଟେଷ୍ଟିଂ ବଢାଇ ଦିଆଯାଇଛି। ଦୈନିକ ୬୦ ହଜାର ଟେଷ୍ଟିଂ ହେଉଛି। ଏଥିରୁ ମିଳୁଥିବା ସଂକ୍ରମିତଙ୍କୁ ଘରେ ଓ ହସ୍ପିଟାଲରେ ରଖି ସଂକ୍ରମଣ ମୁକ୍ତ କରାଯାଉଛି। ବଡଧରଣର ଟେଷ୍ଟିଂ କ୍ୟାମ୍ପେନ ଯୋଗୁ ଏହା ସମ୍ଭବ ହୋଇପାରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏପରି କରି ବନାଗ୍ନି ଭଳି ବ୍ୟାପୁଥିବା ସଂକ୍ରମଣକୁ ରାଜଧାନୀରେ ଆୟତ୍ତ କରାଯାଇଥିବା ସେ କହିଛନ୍ତି।   

   Related Posts