Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ପ୍ୟାରିସ ବେକେରୀ କେମିତି ଭାଙ୍ଗିଗଲା, କେମିତି ପ୍ୟାରିସ ବେକେରୀ ମାଲିକ ବନିଗଲେ ପଳାତକ, କଣ ଏବେ ତାଙ୍କର ପଶ୍ଚାତାପ ଏବଂ ଅନୁଶୋଚନା: ପଢନ୍ତୁ ଏକ୍ସକ୍ଲୁସିଭ ରିପୋର୍ଟ

20/01/2019 at 2:09 PM

ଭୁବନେଶ୍ବର୨୦|୧: ଓଡ଼ିଶାରୁ ତିଆରି ହେବ ମାକଡୋଲାଲ୍ଡ ଓ ପିଜା ହଟ ଭଳି ଗ୍ଲୋବାଲ ବ୍ରାଣ୍ଡ। ବ୍ରାଣ୍ଡ ବନିଲା, ବେପାର ବଢିଲା। ପ୍ରମୋଟର ବନିଲେ ସେଲିବ୍ରିଟି। ଆଜାଡ଼ି ହୋଇପଡ଼ିଥିଲା ପ୍ରଶଂସା ଓ ପ୍ରତିପତି। ଓଡ଼ିଶା ୟଙ୍ଗ ଆନ୍ଥ୍ରୋପ୍ରନିୟଙ୍କ ପାଇଁ ବନିଗଲେ ରୋଲ ମଡେଲ।

ହେଲେ ଅକ୍ଟୋବର ୨୫, ୨୦୧୮, ଖବର ପ୍ରସାରଣ ହେଲା, ୩୫ କୋଟି ଟଙ୍କା ଫ୍ରଡ଼ର। ପେଜ୍‌ ୩ ସେଲିବ୍ରିଟି ପାଲଟିଥିବା ପ୍ରମୋଟର, ରାତାରାତି ବନିଗଲେ ପଳାତକ। ଆପଣ ଠିକ୍ ଭାବୁଛନ୍ତି ଏ ହେଉଛି, ବିଜନେସ୍‌ର ଏଫିଲ ଟାୱାର ବନାଇଥିବାକୁ ଯାଇ, ଲୋକଙ୍କ ନଜରରେ ସ୍କାମଷ୍ଟାର ବନିଥିବା ଜୟନାରାୟଣ ପୂଜା ପଣ୍ଡାଙ୍କ କାହାଣୀ ଓ ପ୍ୟାରିସ ବେକରୀର କାହାଣୀ। ଆଜି ନ୍ୟୁଜ୭ ଆଗରେ ଜୟନାରାୟଣ ଖୋଲିଛନ୍ତି ପ୍ୟାରିସ ବେକେରୀ ଗ୍ଲୋରି ଓ ଫଲ ଆଉଟ ଷ୍ଟୋରୀ। ଏକ୍ଲୁସିଭ ରିପୋର୍ଟ  –

ଟେଷ୍ଟର ନୂଆ ଟ୍ରେଣ୍ଡ ଓ ମେଡ ଇନ୍ ଓଡ଼ିଶା ବେକେରୀ ପ୍ରମିୟମ ବ୍ରାଣ୍ଡ। ପ୍ୟାରିସ ବେକରୀ ଷ୍ଟୋରୀ ରାଜ୍ୟରେ ଷ୍ଟ୍ରାଟ୍ଅପ୍ ଓ ଏନ୍ଥୋପ୍ରନିୟରସିପ୍‌କୁ ନେଇ ଆଗକୁ ସ୍ବପ୍ନ ଦେଖିବାକୁ ଯାଉଥିବା ଅନେକ ଯୁବଦ୍ୟୋଗୀଙ୍କୁ ଝଟକା ଦିଏ ନିଶ୍ଚୟ।

ତେବେ କଣ ଘଟିଲା   ପ୍ୟାରିସ ବେକରୀ ସହ, ରାଜ୍ୟରେ ୩୫ ଗ୍ରାଣ୍ଡ ଆଉଟ ଲେଟ୍, କୋଲକତାରେ ୧୧ଟି, ପ୍ରାୟ ୧୨ ଶହ ଲୋକ ନିଯୁକ୍ତି ପାଇଥିଲେ ପ୍ୟାରିସ ବେକେରୀରେ। ହେଲେ ଆଜି ଏହି ଚର୍ଚ୍ଚିତ ବ୍ରାଣ୍ଡ ଓଡ଼ିଶା ଇତିହାସରେ ଏକ କଳାଫର୍ଦ୍ଦ।

୩୫ କୋଟିର ଠକେଇ ଅଭିଯୋଗ କମ୍ପାନିର ପ୍ରମୋଟର ଡାଇରେକ୍ଟର ଜୟନାରାୟଣ ଲୋକଙ୍କ ନଜରରେ ଆଜି ପଳାତକ , ଦୀର୍ଘଦିନର ନୀରବତା ପରେ ଜୟ ନାରାୟଣ ଆଜି ମୁହଁ ଖୋଲିଛନ୍ତି, କହିଛନ୍ତି ଭୁଲ ହୋଇଛି, ତେବେ ସହଯୋଗ କଲେ ସ୍ଥିତି ସେ ବଦଳାଇ ପାରିବେ।

ପ୍ୟାରିସ ବେକେରୀର ପରିସ୍ଥିତି, ବ୍ୟବସାୟର ଉତ୍‌ଥାନ ପତ୍ତନ ଏକ ଅଂଶ ବୋଲି କହିଛନ୍ତି ଜୟ ନାରାୟଣ। ତେବେ ପ୍ୟାରିସ ବେକେରୀରେ ବିନିଯୋଗ ହୋଇଥିବା ଅର୍ଥ ସେ ବ୍ୟବସାୟର ଲଗାଇଛନ୍ତି। ତେବେ ବ୍ୟବସାୟର କଠିନ ସମୟରେ ତାଙ୍କୁ ସାହାଯ୍ୟ କରିବାକୁ ଯାଇ କିଛି ଲୋକ ବିଶ୍ବାସଘାତକତା କରିଥିବା ଅଭିଯୋଗ ଆଣିଛନ୍ତି ସେ। ଯାହା ପାଇଁ ଆଜିର ଦିନରେ PARIS BAKERY  ଚାଲୁଛି ଅନ୍ୟ ନାଁରେ, ଠିକ୍ ସେହି ଆଉଟ ଲୋଟ୍‌ରେ।

ପ୍ୟାରିସ ବେକେରୀ କୋଲକତା ଏକ୍ସପାନ୍‌ସନ ପ୍ଲାନ ଏକ ବଡ଼ ଭୁଲ ରହିଥିଲା ବୋଲି କୁହନ୍ତି ଜୟନାରାୟଣ। କୁହନ୍ତି ବିଜନେସ୍‌ର ଫଣ୍ଡର ଆଲୋକେସନ ନକରି ବ୍ୟବସାୟ ବଢାଇବା ତାଙ୍କର ସବୁଠୁ ବଡ଼ ଭୁଲ। ତେବେ ଗୋଟିଏ ସାଧାରଣ ପରିବାରରୁ ଆସି ଅକ୍ଲାନ୍ତା ପରିଶ୍ରମ କରି ଗଢିଥିବା ଓଡ଼ିଶାର ପରିଚିତ ବ୍ରାଣ୍ଡକୁ ନଷ୍ଟ କରିବାକୁ ସେ ଚାହିଁ ନଥିଲେ। ନାଁ  ପ୍ରାନ୍‌ଚାଇଜି, ଭେଣ୍ଡର ଓ ଇନ୍‌ଭେଷ୍ଟରଙ୍କ ସହ ସେ ଧୋକା କରିଛନ୍ତି।

ଜୟନାରାୟଣଙ୍କ କନ୍‌ଫେସନ ତାଙ୍କ ନିଜସ୍ବ, ଆଇନ ତା ବାଟରେ କାମ କରିବ। ତେବେ ପ୍ୟାରିସ ବେକେରୀର କାହାଣୀ ଚେତାଇ ଦିଏ, ବ୍ୟବସାୟର ସ୍ବପ୍ନ ଦେଖୁଥିବା ଯୁବଉଦ୍ୟୋଗାମାନଙ୍କୁ ବ୍ୟାବସାୟର କଠୋର ସତ୍ୟ।

   Related Posts