ଯୌତୁକ ପାଇଁ ମରଣାତ୍ମକ ଆକ୍ରମଣ କରୁଛି ସ୍ୱାମୀ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

Published By : Prameya-News7 Bureau | December 07, 2021 IST

ଜଳେଶ୍ୱର, ୦୭/୧୨: ଯୌତୁକ ପାଇଁ ସ୍ତ୍ରୀକୁ ସ୍ୱାମୀର ମରଣାତ୍ମକ ଆକ୍ରମଣ । ଏନେଇ ଥାନାରେ ପହଞ୍ଚିଛି ମାମଲା । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଗେଙ୍ଗୁଟିଆ ଗ୍ରାମର ପୁରୁଷତ୍ତମ ଗିରି, ସଞ୍ଜୁଲତା ଗିରିଙ୍କୁ ଦୀର୍ଘ ୯ବର୍ଷ ତଳେ ବିବାହ କରିଥିଲେ । ବିବାହରେ ସଞ୍ଜୁଲତାଙ୍କ ବାପା ସମସ୍ତ ଯାନୀ ଯୌତୁକ ସହିତ ନଗଦ ୫୦ହଜାର ଟଙ୍କା ଦେଇଥିଲେ । ବିବାହର ଏକ ବର୍ଷ ପରେ ପୁରୁଷତ୍ତମଙ୍କର ଅନ୍ୟ ଏକ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ସ୍ତ୍ରୀ ସଞ୍ଜୁଲତା ବାରମ୍ବାର ବିରୋଧ କରିବାରୁ ପୁରୁଷତ୍ତମ ତାଙ୍କ ସହିତ ଶାରୀରିକ ସମ୍ପର୍କ ତୁଟେଇବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ଏହା ସହିତ ବାପଘରୁ ଅଧିକ ଯୌତୁକ ଆଣିବାକୁ ବାଧ୍ୟ କରୁଥିଲେ । ଗତକାଲି ପୁରୁଷତ୍ତମ ଏକ ଲକ୍ଷ ଯୌତୁକ ଆଣିବାକୁ ବାଧ୍ୟ କରିଥିଲେ । ସଞ୍ଜୁଲତା ଏଥିରେ ଅମଙ୍ଗ ହେବାରୁ ପୁରୁଷତ୍ତମ ତାଙ୍କୁ ମାଡ଼ ମାରିବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ତେବେ ଏନେଇ ସଞ୍ଜୁଲତା ବାଲିଆପାଳ ଥାନାରେ ନ୍ୟାୟ ପାଇଁ ଏକ ଲିଖିତ ଅଭିଯୋଗ କରିଛନ୍ତି । ବାଲିଆପାଳ ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.