Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଫୋନ୍‌ରେ ଜାଣିପାରିବେ ବିଭିନ୍ନ ଅଞ୍ଚଳର ପ୍ରଦୂଷଣର ମାତ୍ରା, ଏହି ‘ଆପ୍’ ଲଞ୍ଚ କଲେ କେନ୍ଦ୍ର ସରକାର

18/10/2020 at 11:04 PM

ନୂଆଦିଲ୍ଲୀ ୧୮/୧୦: ପରିବେଶ ପ୍ରଦୂଷଣ ଏବେ ଭାରତ ପାଇଁ ଆହ୍ବାନ ପାଲଟିଛି। ଏପରିକି କରୋନା ଠାରୁ ଅଧିକ ଭୟଙ୍କର ପ୍ରଦୂଷଣ ମହାମାରୀ। ପରିବେଶକୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ଲଗାତର ଚେଷ୍ଟା କରି ବିଫଳ ହେଉଥିବା ଅଭିଯୋଗ ହେଉଛି। କିନ୍ତୁ ଲୋକେ ସଚେତନ ନହେଲେ ପରିବେଶ ପ୍ରଦୂଷଣ ରୋକିବା କେବଳ ସ୍ବପ୍ନରେ ହିଁ ରହିଯିବ ଏଥିରେ ସନ୍ଦେହ ନାହିଁ। ତେଣୁ ଆଖାପାଖରେ ପ୍ରଦୂଷଣର ମାତ୍ରା ଜାଣିବାକୁ କେନ୍ଦ୍ର ସରକାର ଲଞ୍ଚ କରିଛନ୍ତି ‘ଆପ୍‌’।

କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍‌ ଏହି ଆପ୍‌ ଲଞ୍ଚ ଅବସରରେ ଦେଶବାସୀଙ୍କୁ ଅପିଲ୍‌ କରିଛନ୍ତି ନିଜ ନିଜ ସ୍ମାର୍ଟଫୋନ୍‌ରେ SAMEER ଆପ୍‌ ଡାଉନଲୋଡ୍‌ କରିବାକୁ। ଏହି ଆପ୍ ସାହାଯ୍ୟରେ ପ୍ରତ୍ୟେକ ବ୍ୟକ୍ତି ନିଜର ତଥା ଅନ୍ୟ ରାଜ୍ୟର ପ୍ରଦୂଷଣର ମାତ୍ରା ସମ୍ପର୍କରେ ଅବଗତ ହୋଇପାରିବେ।

ଦେଶରେ ପ୍ରଦୂଷଣର ମାତ୍ରା ଭୟଙ୍କର ସ୍ଥିତିରେ ପହଞ୍ଚିଲାଣି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ଇଲେକ୍ଟ୍ରିକାଲ୍‌ ଭେଇକିଲ୍‌ ପଲିସ୍‌ ଲଞ୍ଚ କରିଛନ୍ତି। ବର୍ତ୍ତମାନ ଦେଶରେ ୨ ଲକ୍ଷ ଇଲେକ୍ଟ୍ରିକାଲ୍‌ ଭେଇକିଲ୍‌ ଚଳାଚଳ କରୁଛି। ଆସନ୍ତା ଦିନମାନଙ୍କରେ ଏହାର ଲୋକପ୍ରିୟତା ବଢ଼ିବ ବୋଲି ଜାଭଡେକର କହିଛନ୍ତି। ରବିବାର ଫେସ୍‌ବୁକ୍‌ ଲାଇଭ୍‌ କରି ଲୋକଙ୍କୁ ଜାଭଡେକର କହିଛନ୍ତି, ଦେଶରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାର କାରଣ ହେଉଛି ଗମନାଗମନ, ଓଦ୍ୟୋଗ, ନଡ଼ା, ଭୋଗଳ ଓ ଋତୁ । ତେବେ ଏହି ପ୍ରଦୂଷଣକୁ କିଛି ଦିନରେ ଦମନ କରିହେବନି ବୋଲି ମନ୍ତ୍ରୀ କହିଛନ୍ତି।

ନିଜେ ଇ-ବାଇକ୍‌ ଚଳାଉଥିବା କହିଛନ୍ତି ଜାଭଡେକର। ଏହାକୁ ଘରେ ଚାର୍ଜ ମଧ୍ୟ କରୁଛନ୍ତି। ପ୍ରଦୂଷଣ ରୋକିବା ପାଇଁ ସରକାର ବିଏସ୍‌ ୬ ଇନ୍ଧନ ଆଣିଛନ୍ତି। ଯାହା ଦ୍ବାରା ପ୍ରଦୂଷଣ ୬୦ ପ୍ରତିଶତ କମ କରିହେବ। ବାୟୁ ପ୍ରଦୂଷଣ କମ କରିବା ପାଇଁ ଇ-ଯାନ, ମେଟ୍ରୋ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର।

   Related Posts