Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ଅଜିତ ଡୋଭଲ କହିଲେ, ଭାରତରେ ଥିବା ତାଙ୍କ ଲୋକଙ୍କୁ ଏବେ ପାକିସ୍ତାନୀ ପଚାରୁଛନ୍ତି କ’ଣ ତୁମ ଲାଗି ଚୁଡି ପଠାଯିବ ?

7/09/2019 at 4:14 PM

ଶ୍ରୀନଗର : କାଶ୍ମୀରକୁ ନେଇ ପାକିସ୍ତାନର ବ୍ୟସ୍ତତା ବେଳକୁ ବେଳ ବଢିବାରେ ଲାଗିଛି। ଏବେ କାଶ୍ମୀରରେ ସେଓର ଅମଳ ଋତୁ। ରାଜ୍ୟରୁ ଟ୍ରକ୍ ଟ୍ରକ୍ ସେଓ ବୁହା ହୋଇ ଦେଶର ବିଭିନ୍ନ ସ୍ଥାନକୁ ପହଞ୍ଚୁଛି। ଏଥିରୁ ରାଜ୍ୟର ସେଓ ଚାଷୀବି ବେଶ ଲାଭବାନ  ହେଉଛନ୍ତି। ହେଲେ ପାକିସ୍ତାନୀଙ୍କ ଭାଗ୍ୟରେ ଆଉ କାଶ୍ମୀରର ମିଠା ସେଓ ଯୁଟୁ ନାହିଁ। ଏଣୁ କାଶ୍ମୀରରେ ଥିବା ତାଙ୍କ ଲୋକଙ୍କ ଉପରେ ଏବେ ପାକିସ୍ତାନୀ ଆକ୍କାମାନେ ଖୁବ୍ ଖପ୍ପା ଥିବା କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଷଦାତା ଅଜିତ ଡୋଭଲ।

ପାକିସ୍ତାନରୁ କାଶ୍ମୀରକୁ ସବୁ ପ୍ରକାର ଯୋଗାଯୋଗ ବ୍ୟହତ ହୋଇଛି। ଏଣୁ ସୀମା ସେପାଖରୁ କାଶ୍ମୀରବାସୀଙ୍କ ସହ ପାକ୍   ସମ୍ପର୍କ ସ୍ଥାପନ କରିପାରୁନି। ଏଣୁ  ସୀମାର ୨୦ କିଲୋମିଟର ଅଞ୍ଚଳରେ ଥିବା ଟାୱାରମାନଙ୍କୁ ଏବେ ବାର୍ତ୍ତା ପ୍ରେରଣ ଲାଗି ପାକ୍ ବ୍ୟବହାର କରୁଥିବା ବେଳେ କିଛି ବାର୍ତ୍ତା ଆମେ ଶୁଣିଛୁ ବୋଲି  ଡୋଭଲ କହିଛନ୍ତି । ଏଥିରେ ପାକିସ୍ତାନୀ ଆକାମାନେ କାଶ୍ମୀରରେ ଥିବା ତାଙ୍କ ଲୋକଙ୍କୁ ସେଓ ଟ୍ରକର ମୁଭମେଣ୍ଟ ସମ୍ପର୍କରେ ପଚାରୁଛନ୍ତି। ଟ୍ରକ୍ ଟ୍ରକ୍ ସେଓ ବୁହାହୋଇ ଯାଉଥିବା ବେଳେ ସେମାନେ ସେଠାରେ ରହି କ’ଣ କରୁଛନ୍ତି ବୋଲି ପଚାରୁଛନ୍ତି । ଏଣୁ ସେମାନଙ୍କ ଲାଗି ପାକିସ୍ତାନରୁ ଚୁଡି ପଠାଯିବ କି ବୋଲି ପଚାରୁଥିବା କହିଛନ୍ତି ଡୋଭଲ ।

ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହୃତ ହେବା ପରେ କାଶ୍ମୀରର ସୁରକ୍ଷା କଡାକଡି କରିଦିଆଯାଇଛି। ଏଣୁ କାଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି ପାକିସ୍ତାନର ଷଡଯନ୍ତ୍ର କାର୍ଯ୍ୟକାରୀ ହୋଇପାରୁନାହିଁ। ହେଲେ ବି ପାକିସ୍ତାନ ତାର ବଦମାସୀ ବନ୍ଦ କରୁ ନାହିଁ ବୋଲି ଡୋଭଲ କହିଛନ୍ତି। ଭାରତରେ ଅନୁପ୍ରବେଶ କରାଇବା ଲାଗି ସୀମାରେ ୨୩୦ ଜଣ ଆତଙ୍କବାଦୀଙ୍କୁ ପାକ୍ ପ୍ରସ୍ତୁତ ରଖିଛି। ସେମାନଙ୍କ ମଧ୍ୟରୁ କିଛି ଅନୁପ୍ରବେଶ ଉଦ୍ୟମ କରି ଗିରଫ ହୋଇଥିବା ବେଳେ ଆଉ କିଛି ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ତଥାପି ଅନୁପ୍ରବେଶ ଲାଗି ସୀମାରେ ଆତଙ୍କବାଦୀ ଅପେକ୍ଷା କରି ରହିଥିବା କହିଛନ୍ତି ଡୋଭଲ।

ତେବେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାରକୁ ଏବେ ଅଧିକାଂଶ କାଶ୍ମୀରବାସୀ ସମର୍ଥନ କରୁଥିବା ଦେଖାଯାଉଛି ।  ରାଜ୍ୟର ୧୯୯ଟି ପୋଲିସ ଥାନା ମଧ୍ୟରୁ ଏବେ ମାତ୍ର ୧୦ଟି ଥାନା ଅଞ୍ଚଳରେ  କଟକଣା ଲାଗୁ ରହିଛି। ରାଜ୍ୟର ୯୨.୫ ପ୍ରତିଶତ ଅଞ୍ଚଳ ଏବେ ସମସ୍ତ କଟକଣାରୁ ମୁକ୍ତ ଥିବା ବେଳେ ପରିସ୍ଥିତି  ସମ୍ପୁର୍ଣ୍ଣ ସ୍ୱଭାବିକ ଥିବା ଡୋଭଲ କହିଛନ୍ତି। ତେବେ କୌଣସି ପରିସ୍ଥିତିରେ ବି ପାକ୍ ଆତଙ୍କବାଦୀଙ୍କୁ କାଶ୍ମୀରରେ ନିରିହ ଲୋକଙ୍କୁ ଆକ୍ରମଣର ସୁଯୋଗ ଦିଆଯିବ ନାହିଁ ଓ ଏଥି ଲାଗି ଆମେ ସଂକଳ୍ପବଦ୍ଧ ବୋଲି ଡୋଭଲ କହିଛନ୍ତି।  

   Related Posts