ନାମୀଦାମି ବ୍ରାଣ୍ଡର ନକଲି ମଦ ପ୍ରସ୍ତୁତ କରି ହେଉଥିଲେ ମାଲାମାଲ : ଚଢ଼ଉ କରି ୩ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | December 07, 2018 IST

ବ୍ରହ୍ମପୁର୭|୧୨: ବିଭିନ୍ନ ନାମୀଦାମି ବ୍ରାଣ୍ଡନାଁରେ ନକଲି ମଦ ପ୍ରସ୍ତୁତ କରି ମୋଟା ଅଙ୍କର ମାଲ କମାଉଥିଲେ । ହେଲେ ପୋଲିସର ରେଡ୍‌ ସବୁ କାରନାମାକୁପଦାରେ ପକାଇଦେଲା । ବ୍ରହ୍ମପୁର ବୋରିଗାଆଁର ଏକ ହୋଟେଲରେ ଚଢ଼ଉ କରି ନକଲି ବିଦେଶୀ ମଦ ଜବତ କରିବାସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

{"id":61804,"width":586,"height":440}

କୋଲକାତାରୁ ଆସୁଥିଲା ମଦ ତିଆରି ସାମଗ୍ରୀ। ବିଭିନ୍ନ ବ୍ରାଣ୍ଡର ଲେବଲ ଠାରୁ ଆରମ୍ଭ କରି ଠିପି, ବୋତଲ, ରାଜ୍ୟ ସରକାରଙ୍କ  ଅବକାରୀ ବିଭାଗ ଲୋଗୋ, ସ୍ପିରିଟ୍‌ ସବୁକିଛି ମଳିଯାଉଥିଲାହାତପାହାନ୍ତାରେ । ସ୍ପିରିଟ୍‌, ହୋମିଓପ୍ୟାଥିକ୍‌ ଏସିଡ୍‌ ସହ ପାଣି ମିଶାଇ ତିଆରି ହେଉଥିବା ମଦକୁବିଭିନ୍ନ ନାମିଦାମୀ ବ୍ରାଣ୍ଡର ଲେବଲ ଲଗାଇ ବୋତଲରେ ପ୍ୟାକ୍‌ କରାଯାଉଥିଲା । ଆଉ ସେଥିରେ ରାଜ୍ୟସରକାରଙ୍କ ଅବକାରୀ ବିଭାଗର ନକଲି ଲୋଗୋ ଲାଗିବା ପରେ ଓରିଜିନାଲ କି ଡୁପ୍ଲିକେଟ୍‌ ଚିହ୍ନିବା ମୁସକିଲ । ଏମିତିରେ ବଜାରରେ ବକ୍ରୀ ହେଉଥିବା ସେମ୍‌ବ୍ରାଣ୍ଡର ମଦ ଠାରୁ ଢ଼େର କମ୍‌ ଦାମ୍‌ରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଡିମାଣ୍ଡ ବି ଖୁବ୍‌ ଥିଲା। ପ୍ରତିଦିନ ପ୍ରସ୍ତୁତ ହେଉଥିଲା ୨୦ରୁ ୫୦ ବୋତଲ ନକଲି ମଦ । ହେଲେ ପୋଲିସର ରେଡ୍‌ ସବୁ କାରନାମାକୁପଦାରେ ପକାଇଦେଲା ।

ବ୍ରହ୍ମପୁର ସଦରଥାନା ବୋରିଗାଆଁର ଏକ ହୋଟେଲ୍‌ ଉପରେ ଚଢ଼ଉ କରି ନକଲି ମଦ ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ବୋରିଗାଁର ନାରାୟଣସାହୁ, ବ୍ରହ୍ମପୁର ନୂଆ ତାଲିକା ଅଂଚଳର ଅନୀଲ କୁମାର ସାହୁ ଏବଂ ମସିହାଖାଲିର ଗୁରୁବାରୀ ସାହୁ ।

ଭାଗମାପ ଟିକେ ଏପଟ ସେପଟ ହେଲେ ମଦ ପିଉଥିବା ଲୋକ ମରିବା ନିଶ୍ଚିତ ।ଏକଥା ଜାଣି ମଧ୍ୟ ଟଙ୍କା ପାଇଁ ଏମିତି ନକଲି ମଦ ତିଆରି କରି ବିକ୍ରି କରୁଥିଲେ ଏମାନେ । ତେବେ ଚୋରଘର ସବୁ ବେଳେ ଅନ୍ଧାର ନଥାଏ । ଦିନେ ନା ଦିନେ ଧରାପଡ଼ିବାର ତ ଥିଲା । ଏହାକୁ ଦେଖିବା ପରେ ମଦ ପିଉଥିବାଲୋକେ ସାବଧାନ ହୋଇଯାଆନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.