ଆମେରିକାରେ ପ୍ରଥମଥର କମଲା ହ୍ୟାରିସ୍‌ଙ୍କ ସ୍ୱାମୀ ଡଗଲାସ ଏମହଫ୍ ହେବେ ‘ ସେକେଣ୍ଡ ଜେଣ୍ଟଲମ୍ୟାନ୍’

Published By : Prameya-News7 Bureau | November 08, 2020 IST

ନ୍ୟୁୟର୍କ :  ଆମେରିକା ଉପରାଷ୍ଟ୍ରପତି ପଦ ଲାଗି କମଲା ହ୍ୟାରିସ୍‌ ଐତିହାସିକ ବିଜୟ ଲାଭ କରିଥିବା ବେଳେ ତାଙ୍କ ସ୍ୱାମୀ ଡଗଲାସ୍‌ ଏମହଫ୍ ମଧ୍ୟ ଇତିହାସ ରଚିଛନ୍ତି। ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତିଙ୍କ ପତିଭାବେ ସେ ହେବେ ଆମେରିକାର ‘ସେକେଣ୍ଡ ଜେଣ୍ଟଲମ୍ୟାନ୍‌’। ଆମେରିକାରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଫାଷ୍ଟ ଲେଡି ଭାବେ ସମ୍ବୋଧନ କରାଯାଏ। ସେହି ଅନୁସାରେ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ସେକେଣ୍ଡ ଲେଡି କୁହାଯାଏ। ଏହି ପ୍ରଥା ଅନୁସାରେ ପ୍ରଥମ ଥର ଏମହଫ୍  ସେକେଣ୍ଡ ଜେଣ୍ଟଲମ୍ୟାନ ହୋଇଯାଇଛନ୍ତି।

{"id":358484,"sizeSlug":"large"}

ତେବେ ହ୍ୟାରିସ ଉପରାଷ୍ଟ୍ରପତି ହେବା ପରେ ଦେଶରେ ନୂଆ କରି ଏହି ପଦନାମର ପ୍ରଚଳନ ହେବ। କାରଣ ଆଗରୁ କୌଣସି ମହିଳା ଦେଶର ଏହି ଶୀର୍ଷ ପଦବୀରେ ଅଧିଷ୍ଠିତ ହୋଇନାହାନ୍ତି। ଏହି ନିର୍ବାଚନ ଆମେରିକାର ରାଜନୀତିରେ ନୂଆ ଇତିହାସ ରଚିଛି। ପ୍ରଥମ ଥର ଜଣେ ମହିଳା ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ବେଳେ ସେ ବି ପ୍ରବାସୀ ଭାରତୀୟଙ୍କ ସନ୍ତାନ ଓ ପ୍ରଥମ ଅଶ୍ୱେତ ମହିଳା।

{"id":358487,"width":579,"height":386,"sizeSlug":"large"}

ହ୍ୟାରିସ୍‌ ଏଣ୍ଟରଟୈନମେଣ୍ଟ ଆଡଭୋକେଟ ଏମହଫଙ୍କୁ ବିବାହ କରିଛନ୍ତି। ୫୬ ବର୍ଷ ବୟସ୍କ ଏମହଫ ନିର୍ବାଚନ ପ୍ରଚାରରେ କମଲା ହ୍ୟାରିସ୍‌ଙ୍କୁ ଅନେକ ସହାୟତା ମଧ୍ୟ କରିଛନ୍ତି। କମଲାଙ୍କ ବିଜୟରେ ଏମହଫ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ନିଜର ଓ ପତ୍ନୀଙ୍କ ଫଟୋ ଲଗାଇ ‘ତୁମ ପାଇଁ ମୁଁ ଗର୍ବିତ’ ବୋଲି ଲେଖିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ଏମହଫ ସର୍ବଦା ଚର୍ଚ୍ଚାରୁ ନିଜକୁ ଦୂରରେ ରଖୁଥିଲେ। କମଲାଙ୍କ ନିର୍ବାଚନ ପ୍ରଚାର ସଭାରେ ସେ ପର୍ଦା ପଛପଟେ ରହୁଥିଲେ ନଚେତ ସଭାସ୍ଥଳର କୌଣସି କୋଣରେ ଏକାକି ବସୁଥିବା ତାଙ୍କୁ ଦେଖାଯାଇଛି।

{"id":358488,"sizeSlug":"large"}

ତେବେ ଗତବର୍ଷ ଏମହଫ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ଯେତେବେଳେ ଏକ ନିର୍ବାଚନ କ୍ୟାମ୍ପେନରେ ଜନୈକ ବିରୋଧୀ କମଲାଙ୍କ ମଞ୍ଚକୁ ଉଠି ତାଙ୍କଠାରୁ ମାଇକ୍‌ ଛଡାଉଥିଲେ ସେତେବେଳେ ଏମହଫ କେଉଁଠି ଥିଲେ କେଜାଣି ଦୌଡି ଯାଇ କମଲାଙ୍କୁ ବିରୋଧୀଙ୍କ ଠାରୁ ରକ୍ଷା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.