ମୃତ୍ୟୁର କାରଣ ହୋଇଥାଏ ଫ୍ରିଜରେ ରଖାଯାଇଥିବା ଚକଟା ଅଟା: ଜାଣନ୍ତୁ କାହିଁକି?

Published By : Prameya-News7 Bureau | April 04, 2019 IST

ଆଜିକାଲି କର୍ମମୟ ଜୀବନରେ ଲୋକଙ୍କ ପାଖରେ ବିଲକୁଲ ସମୟ ନାହିଁ। ଯେଉଁଥିପାଇଁ ଅଧିକାଂଶ ସମୟରେ ମହିଳାମାନେ ଅଟାକୁ ଚକଟି ଫ୍ରିଜରେ ରଖି ଦେଇଥାଆନ୍ତି। ଏହାପରେ ଏହି ଅଟାକୁ ଧୀରେ ଧୀରେ ବ୍ୟବହାର କରି ଥାଆନ୍ତି। ଏହା ଦ୍ବାରା ସେମାନେ ସମୟର ସଦୁପଯୋଗ କରିଥାଆନ୍ତି। ଏହା କରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

{"id":100014,"width":596,"height":425}

ପୂର୍ବେ ଲୋକେ ପ୍ରତିଦିନ ତାଜା ପନିପରିବା ଆଣୁଥିଲେ ଏବଂ ଏହି ତାଜା ପନିପରିବାରୁ ଖାଦ୍ୟ ପ୍ରସ୍ତୁତ କରି ଖାଉଥିଲେ। କିନ୍ତୁ ଏବେ ସେସବୁ ସ୍ବପ୍ନ ହୋଇଗଲାଣି। କାରଣ ଏବେ ଆମ ପାଖ​‌ରେ ଫ୍ରିଜ ରହିଛି। ଆଜିକାଲି ପ୍ରତ୍ୟେକ ଲୋକଙ୍କ ଘରେ ଫ୍ରିଜ ରହିଛି।

{"id":100015,"width":590,"height":394}

ଫ୍ରିଜ ସାହାଯ୍ୟରେ ଲୋକେ ବଳକା ଖାଦ୍ୟକୁ ଅଧିକ ଦିନ ଯାଏଁ ସଞ୍ଚୟ କରି ରଖୁଛନ୍ତି। କାରଣ ଫ୍ରିଜ ଆପଣଙ୍କ ଖାଦ୍ୟକୁ ଖରାପ ହୋଇ ସଢ଼ିବାର ପ୍ରକ୍ରିୟାକୁ କିଛି ଦିନ ପାଇଁ ମନ୍ଥର କରି ଦେଇଥାଏ। ଯାହା ଦ୍ବାରା ଆପଣଙ୍କ ଖାଦ୍ୟ ଅଧିକ ଦିନ ଯାଏଁ ତାଜା ରହିଥାଏ। କିନ୍ତୁ ଏହା ଶରୀର ପକ୍ଷେ କ୍ଷତିକାରକ।

{"id":100016,"width":590,"height":421}

ଅଧିକାଂଶ ସମୟରେ ଏପରି ହୋଇଥାଏ ଯେ ରୋଟି କରିବା ପରେ ଅଟା ବଳିଥାଏ, ଏଥିପାଇଁ ଲୋକେ ଏହାକୁ ଫ୍ରିଜରେ ରଖି ଦିଅନ୍ତି। କିନ୍ତୁ ଏପରି କରିବା ଅନୁଚିତ୍। ଚକଟା ଅଟା ଆପଣଙ୍କ ଶରୀର ପକ୍ଷେ ହାନିକାରକ ହୋଇଥାଏ।

{"id":100017,"width":592,"height":605}

ବିଶେଷଜ୍ଞଙ୍କ କହିବା ଅନୁସାରେ ଅଟା ଚକଟିବା ପରେ ତୁରନ୍ତ ଏହାକୁ ବ୍ୟବହାର କରିବା ଉଚିତ୍। କାରଣ ଅଟା ପାଣି ସଂସ୍ପର୍ଶରେ ଆସିବା ଫଳରେ ଏଥିରେ ରାସାୟନିକ ପରିବର୍ତ୍ତନ ହୋଇଥାଏ,ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଅଟାକୁ ଚକଟି ଫ୍ରିଜରେ ରଖିବା ଦ୍ବାରା ଫ୍ରିଜର ହାନିକାରକ କିରଣ ଏହା ସଂସ୍ପର୍ଶରେ ଆସିଥାଏ ଯାହା ଅଟାକୁ ଖରାପ କରି ଦେଇଥାଏ। ଏହାପରେ ଦ୍ବିତୀୟ ଥର ଅଟାରେ ରୋଟି କଲେ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ବଢ଼ିଯାଇଥାଏ। ଏହା ଫଳରେ ଗ୍ୟାସ୍ ସମସ୍ୟା,କୋଷ୍ଠକାଠିନ୍ୟ ସମସ୍ୟା,ହଜମ କ୍ରିୟାରେ ପ୍ରଭାବ,ଏବଂ ଖାଦ୍ୟର ସ୍ବାଦ ବଦଳି ଯାଇଥାଏ।

{"id":100018,"width":594,"height":395}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.