Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

‘ଦାଉଦ କରାଚିରେ ନାହିଁ, ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ରିପୋର୍ଟ ମିଛ’, ରାତିରେ ହଁ କହି ସକାଳେ କଥା ବଦଳାଇଲା ପାକିସ୍ତାନ

23/08/2020 at 8:03 AM

ଲାହୋର, ୨୩|୦୮ : ପାକିସ୍ତାନ ପୁଣି ନିଜ ବୟାନ ବଦଳାଇଛି । ଶନିବାର ରାତିରେ ପାକିସ୍ତାନ ତରଫରୁ ୮୮ଜଣ ଆତଙ୍କବାଦୀ ତାଲିକା ଜାରି କରାଯାଇଥିଲା । ଏଥିରେ ଅଣ୍ଡର ଓ୍ୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମର ନାଁ ମଧ୍ୟ ରହିଥିଲା । ଦାଉଦ ଉପରେ ପାକିସ୍ତାନ ପ୍ରତିବନ୍ଧକ ଲଗାଇଥିବା ମଧ୍ୟ ଘୋଷଣା କରିଥିଲା । ଏବେ କିନ୍ତୁ ଦାଉଦ ପାକିସ୍ତାନରେ ନଥିବା ପାକ୍ ବୈଦେଶିକ ମନ୍ତ୍ରାଳୟ କହିଛି ।

ପାକ୍ ବୈଦେଶିକ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, କିଛି ମିଡିଆ ରିପୋର୍ଟରେ ଦାଉଦ୍ ପାକିସ୍ତାନରେ ଥିବା କୁହାଯାଉଛି । ଏହା ମିଛ । ଭାରତରେ ମଧ୍ୟ କିଛି ଗଣମାଧ୍ୟମ ପାକିସ୍ତାନ ୮୮ଜଣ ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିବା ପ୍ରସାରଣ କରୁଛନ୍ତି । ଯେଉଁଥିରେ କୌଣସି ସତ୍ୟତା ନାହିଁ ।

ସୂଚନାଯୋଗ୍ୟ, ଶନିବାର ବିଭିନ୍ନ ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ଏଫଏଟିଏଫ ଗ୍ରେ ଲିଷ୍ଟରୁ ବାହାରକୁ ଆସିବା ପାଇଁ ପାକିସ୍ତାନ ପ୍ରୟାସ କରୁଛି । ତେଣୁ ୮୮ଜଣ ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିରେ ହାଫିଜ ସୟିଦ, ମସୁଦ ଆଜହର ଓ ଦାଉଦ ଇବ୍ରାହିମ ସମେତ ଅନେକ ଆତଙ୍କବାଦୀ ଥିଲେ ।

   Related Posts