ଧରାପଡିଲା ଡ୍ରାଗନର ଚାଲାକୀ : ଆମେରିକା ସେଣ୍ଟରରୁ କରୋନାର ପ୍ରାଥମିକ ଡାଟା ଡିଲିଟ କରିଥିଲା ଚୀନ, ପୁଣି ଖୋଜି ପାଇଲେ ବିଶେଷଜ୍ଞ

Published By : Prameya-News7 Bureau | June 26, 2021 IST

ଓ୍ୱାସିଂଟନ ୨୬/୬ : ଚୀନରୁ ବାହାରି ହୋଇ ସାରା ବିଶ୍ୱରେ ଦେଢ ବର୍ଷ ହେବ ସୃଷ୍ଟି କରିଚାଲିଛି ଆତଙ୍କ । ତେବେ ଏହାର ଉତ୍ପତି ନେଇ ଏବେ ବି କିଛି ସ୍ପଷ୍ଟ ହୋଇପାରିନି । ତେବେ ଚୀନ ଉପରେ ତଥ୍ୟ ଲୁଚାଇଥିବା ଆରୋପ ବି ଲଗାଯାଇଥିଲା । ହେଲେ ଏହି ଆରୋପ ଏବେ ସତ୍ୟ ପ୍ରମାଣିତ ହୋଇଛି ।

ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଚୀନ ଅତି ଚାଲକା ଭାବରେ କରୋନା ରୋଗୀଙ୍କ ନମୂନା, ଯାଞ୍ଚ ରିପୋର୍ଟ ଏବଂ ଜେନେଟିକ୍ ସିକ୍ୱେନ୍ସିଂର ସହ ଜଡିତ ସମସ୍ତ ତଥ୍ୟ ଆମେରିକାର ଡାଟା ବେସରୁ ଡିଲିଟ କରିଦେଇଛି । ଚୀନର ଆମେରିକା ଡାଟାବେସରୁ ଡାଟା ଡିଲିଟ କରାଯିବା ଫଳରେ କରୋନାର ଉତ୍ପତି ବିଷୟରେ ଜାଣିବା ଅତି କଷ୍ଟକର ହୋଇପଡିବ ।

ଆମେରିକାର ସିଆଟେଲର ଫ୍ରେଡ ହାଚିନ୍ସନ୍ କର୍କଟ ଅନୁସନ୍ଧାନ କେନ୍ଦ୍ରର ଜଣେ ଭାଇରୋଲୋଜିଷ୍ଟ ତଥା ଜୈବବିଜ୍ଞାନୀ ପ୍ରଫେସର ଜେସ୍ ବ୍ଲୁମ୍ କୁହନ୍ତି ଯେ ଚୀନ୍ ତଥ୍ୟକୁ ଡାଟାବେସରୁ ହଟାଇ ଦେଇଛି । ଅନୁସନ୍ଧାନକାରୀ ଜେସ୍ ବ୍ଲୁମ୍ ଦାବି କରିଛନ୍ତି ଯେ ଉହାନରେ ପ୍ରାରମ୍ଭିକ ୨୪୧ କରୋନା ମାମଲା ମଧ୍ୟରୁ ସେ ୧୩ ରୋଗୀଙ୍କ ତଥ୍ୟକୁ ପୁଣିଥରେ ଉଦ୍ଧାର କରିଛନ୍ତି ଯାହା ରହସ୍ୟମୟ ଭାବରେ ଅଦୃଶ୍ୟ ହୋଇଯାଇଥିଲା ।

ସଂକ୍ରମିତ କରୋନା ସଂକ୍ରମଣର ନମୁନା ସମ୍ବନ୍ଧୀୟ ତଥ୍ୟ ମାର୍ଚ୍ଚ, ୨୦୨୦ ରେ ଆମେରିକାର ସିକ୍ୱେନ୍ସ ରିଡ୍ ଆର୍କାଇଭରେ ଦାଖଲ କରାଯାଇଥିଲା । କିନ୍ତୁ ଏହାକୁ ଦାଖଲ କରିଥିବା ଅନୁସନ୍ଧାନକାରୀମାନେ ତିନିମାସ ପରେ ଜୁନ୍ ମାସରେ ଏହି ତଥ୍ୟ ହଟାଇବାକୁ ଅନୁରୋଧ କରିଥିଲେ ।

ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଅନୁଯାୟୀ, ଡିଲିଟ୍ ହୋଇଥିବା ତଥ୍ୟ ପ୍ରଥମେ ଉହାନରେ ସଂଗୃହିତ କରୋନା ନମୁନାଗୁଡିକର ପରୀକ୍ଷଣ ଏବଂ ଜିନୋମ୍ କ୍ରମ ସହିତ ଜଡିତ ଥିଲା । ଅନୁଷ୍ଠାନ କହିଛି ଯେ ତଥ୍ୟ ଦାଖଲ କରିଥିବା ଅନୁସନ୍ଧାନକାରୀଙ୍କର ଏହାର ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ ସେମାନେ ଯେତେବେଳେ ଚାହିଁବେ ଏହାକୁ ହଟାଇ ପାରିବେ । ଆମେ ଏହା କରିବା ଉଦ୍ଦେଶ୍ୟରେ କୌଣସି ଅନୁମାନ ଲଗାଇ ପାରିବୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.