କରୋନା ଉପରେ ଭଲ ଖବର: ୧୯ ରାଜ୍ୟରେ ଥମିଲା କରୋନା ସଂକ୍ରମିତ ହାର, ଓଡିଶା ବି ସାମିଲ
17/04/2020 at 8:02 PM

ନୂଆଦିଲ୍ଲୀ ୧୭।୦୪: କରୋନା ଭାଇରସ୍ ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୁନିୟୋଜିତ ରଣନୀତି ଏବଂ ଉତ୍ତମ ସମନ୍ଵୟ ଫଳପ୍ରଦ ହେଉଥିବା ଦେଖିବାକୁ ମିଳୁଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର କହିବା କଥା ଏବେ କରୋନା ପଜିଟିଭ୍ କେସ୍ରେ ଦୁଇ ଗୁଣ ହାରରେ ବୃଦ୍ଧି ଘଟୁଥିବା ସଂକ୍ରମିତ ସଂଖ୍ୟାରେ ଲଗାମ ଲାଗିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଲକଡାଉନ୍ ପୂର୍ବରୁ ପଜିଟିଭ୍ ମାମଲା ଦ୍ଵିଗୁଣିତ ହେବାକୁ ୩ ଦିନ ଥିଲା, ମାତ୍ର ଗତ ଏକ ସପ୍ତାହ ହେବ ସଂକ୍ରମିତ ହାର ଦ୍ଵିଗୁଣିତ ହେବାକୁ ୬.୨ ଦିନ ଲାଗୁଛି। ଖାସ୍ କରି ଦେଶର ୧୯ ରାଜ୍ୟରେ ଦ୍ଵିଗୁଣିତ ହାର ରାଷ୍ଟ୍ରୀୟ ହାରଠୁ ମଧ୍ୟ କମ ରହିଛି। ଏଥିରେ ଓଡିଶା ମଧ୍ୟ ସାମିଲ।
ଏହି ପ୍ରସଙ୍ଗରେ ଦୈନିକ ସୂଚନା ଦେଉଥିବା ସ୍ଵାସ୍ଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, ୧୯ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ଦ୍ଵିଗୁଣିତ ସଂକ୍ରମିତ ହାର ଜାତୀୟ ହାରଠୁ ମଧ୍ୟ କମ ରହିଛି। ସେ କହିଛନ୍ତି ଯେ, କେରଳ, ଉତ୍ତରାଖଣ୍ଡ, ହରିୟାଣା, ଲଦାଖ, ହିମାଚଳ, ଚଣ୍ଡିଗଡ, ପୁଡୁଚେରୀ, ବିହାର, ତେଲେଙ୍ଗାନା, ଓଡିଶା, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଜାମ୍ମୁ-କାଶ୍ମୀର, ପଞ୍ଜାବ, ଆସାମ ଓ ତ୍ରିପୁରାରେ ଦ୍ଵିଗୁଣିତ ହାର ଦେଶ ହାରଠୁ ମଧ୍ୟ କମ ରହିଛି।
କେରଳ
କେରଳରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ୩୯୫ ରହିଛି। ଏଥିରୁ ୨୪୫ ଜଣଙ୍କ ଚିକିତ୍ସା ହୋଇ ସାରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ଉତ୍ତରାଖଣ୍ଡ
ଏଠାରେ କରୋନା ପଜିଟିଭ୍ ସଂଖ୍ୟା ୩୭ ରହିଛି। ଏଥିରୁ ୯ ଜଣଙ୍କ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। କରୋନାରେ ଜଣଙ୍କ ମୃତ୍ୟୁ ଘଟିଛି।
ହରିୟାଣା
ହରିୟାଣାରେ ୨୦୫ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୩ ଜଣଙ୍କ ଚିକିତ୍ସା କରାଯାଇଛି। କରୋନା ଜନିତ ମୃତ୍ୟୂ ସଂଖ୍ୟା ୩ ରହିଛି।
ଲଦାଖ
ଲଦାଖରେ ୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୪ ଜଣଙ୍କ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।
ହିମାଚଳ
ହିମାଚଳ ପ୍ରଦେଶରେ କରୋନାରେ ଏ ପର୍ଯ୍ୟନ୍ତ ୩୫ ମାମଲା ସାମ୍ନାକୁ ଆସି ସାରିଛି। ଏଥିରୁ ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। କେବଳ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
ଚଣ୍ଡିଗଡ
କେନ୍ଦ୍ର ଶାସିତ ରାଜ୍ୟ ଚଣ୍ଡିଗଡରେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୨୧ ରହିଛି। ୯ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି। ଏଠାରେ କରୋନାରେ ଜଣଙ୍କର ବି ମୃତ୍ୟୁ ଘଟିନି।
ପୁଡୁଚେରୀ
ପୁଡୁଚେରୀରେ କରୋନାର ୭ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ପର୍ଯ୍ୟନ୍ତ ଏଠାରେ କରୋନାରେ ଜଣଙ୍କର ବି ମୃତ୍ୟୁ ଘଟିନି।
ବିହାର
ବିହାରରେ କରୋନା ସଂକ୍ରମିତ ସଂଖ୍ୟା ୮୩ ରହିଛି। ଏଥିରୁ ୩୭ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। କରୋନାରେ ବିହାରରେ କେବଳ ଜଣଙ୍କର ମୃତ୍ୟୁ ଘଟିଛି।
ତେଲେଙ୍ଗାନା
ତେଲେଙ୍ଗାନାରେ କରୋନା ସଂକ୍ରମିତ ସଂଖ୍ୟା ବହୁତ ଅଧିକ ରହିଛି। ଏଠାରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୮୬ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ମାତ୍ର କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮ ରହିଛି।
ଓଡିଶା
ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ରହିଛି। ଏଠାରେ ଗତ ତିନି ଦିନ ହେବ କୋଭିଡ୍-୧୯ ପଜିଟିଭ୍ ରୋଗୀରେ କୌଣସି ବୃଦ୍ଧି ଘଟିନାହିଁ। ଯାହା ନିଶ୍ଚିତ ରୂପେ ଆଶ୍ଵସ୍ତିକର ବିଷୟ। ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କେବଳ ଜଣଙ୍କର ମୃତ୍ୟୁ ଘଟିଛି।
ତାମିଲନାଡୁ
ଦକ୍ଷିଣର ରାଜ୍ୟ ତାମିଲନାଡୁରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଏଠାରେ ଏ ପର୍ଯ୍ୟନ୍ତ ୧୨୬୭ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। ଏଥିରୁ ୧୮୦ ଜଣ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି। ୧୮ ଜଣଙ୍କ ମୃତ୍ୟୁ ଘଟିଛି।
ଆନ୍ଧ୍ର ପ୍ରଦେଶ
ଆନ୍ଧ୍ର ପ୍ରଦେଶରେ କରୋନା ସଂକ୍ରମିତ ସଂଖ୍ୟା ୫୭୨ ରହିଛି। ଏଥିରୁ ୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆନ୍ଧ୍ର ପ୍ରଦେଶରେ ଏ ପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ଘଟିଛି।
ଦିଲ୍ଲୀ
ଦିଲ୍ଲୀରେ କରୋନାରେ ଏ ପର୍ଯ୍ୟନ୍ତ ୧୬୪୦ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଠାରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି।
ଉତ୍ତର ପ୍ରଦେଶ
ଏଠାରେ ୮୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୪ ଜଣଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ୟୁପିରେ କରୋନାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି।