ଏହି ସରକାରୀ ଯୋଜନାରେ ପୁଞ୍ଜି ବିନିଯୋଗ କଲେ ୨ ଗୁଣ ହୋଇଯିବ ଆପଣଙ୍କ ଟଙ୍କା : ଜାଣନ୍ତୁ କ'ଣ

Published By : Prameya-News7 Bureau | April 14, 2019 IST

ନୂଆଦିଲ୍ଲୀ ୧୪/୪ : ମହଙ୍ଗା ଦୁନିଆରେ ତିଷ୍ଠିବା ଆଜିକାଲି ମଣିଷ ପାଇଁ ବହୁତ କଷ୍ଟକର ହୋଇପଡିଲାଣି | ନିଜ ଭବିଷ୍ୟତକୁ ନେଇ ସବୁ ମଣିଷ ଚିନ୍ତିତ | ସମସ୍ତେ ନିଜ ଟଙ୍କା ବୃଦ୍ଧି କରିବ ପାଇଁ ଉଦ୍ୟମ କରୁଛନ୍ତି | ଏଭଳି ସ୍ଥିତିରେ ସରକାର ଏକ ଯୋଜନା ବାହାର କରିଛନ୍ତି | ପୋଷ୍ଟ ଅଫିସ ବା ଡାକଘରେ ପୁଞ୍ଜି ଵିନୋଯୋଗ କଲେ ୯ ବର୍ଷ ପରେ ଆପଣଙ୍କ ଟଙ୍କା ୨ ଗୁଣ ବୃଦ୍ଧି ପାଇବ | ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ଏବଂ କେମିତି ଏହାର ଲାଭ ଉଠାଇ ପାରିବେ :

{"id":103400}


ଡାକଘରେ ଚାଷୀ ବିକାଶ ପତ୍ର ବା କିଷାନ ବିକାଶ ପତ୍ର ଜରିଆରେ ଆପଣ ଆପଣଙ୍କ ଟଙ୍କା ୨ ଗୁଣ କରିପାରିବେ | ଚାଷୀ ବିକାଶ ପତ୍ର ଇଣ୍ଡିଆ ପୋଷ୍ଟରୁ କିଣା ଯାଇଥିବା ଏକ ସାର୍ଟିଫିକେଟ | ୧୯୮୮ ମସିହାରେ ଇଣ୍ଡିଆ ପୋଷ୍ଟ ଏହି ଯୋଜନା ଲଞ୍ଚ କରିଥିଲା | ସେତେବେଳେ ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ବହୁତ ଲାଭ ମିଳିଥିଲା | ଲୋକେ ଏହି ଯୋଜନାକୁ ବହୁତ ପସନ୍ଦ କରିଥିଲେ | ସେଥିପାଇଁ ୨୦୧୪ ମସିହାରେ ଏହି ଯୋଜନାକୁ ପୁଣିଥରେ ଲଞ୍ଚ କରାଯାଇଥିଲା |

{"id":103402}


ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ନିଜ ନିକଟବର୍ତ୍ତୀ ଡାକଘରୁ ଚାଷୀ ବିକାଶ ପତ୍ର କିଣିବାକୁ ପଡିବ | ସର୍ବନିମ୍ନ ୧୦୦୦ ଟଙ୍କା ଜମା କରିବାକୁ ପଡିବ | ଏହି ଯୋଜନାର ବିଶେଷତ୍ୱ ହେଲା ଏହି ଯୋଜନାରେ ପୁଞ୍ଜି ଵିନୋଯୋଗ କରିବା ପାଇଁ ସର୍ବାଧିକ ପରିମାଣ ନାହିଁ | ଆପଣ ଯେତିକି ପରିମାଣର ଟଙ୍କା ବିନିଯୋଗ କରିପାରିବେ | ଏହି ଯୋଜନାର ଲକ ଇନ ସମୟସୀମା ୩୦ ମାସ | ଅର୍ଥାତ ଏହି ଯୋଜନାରେ ଆପଣ ଯେଉଁ ରାଶି ବିନିଯୋଗ କରିଥିବେ ସେହି ରାଶି ଆପଣ ୩୦ ମାସ ପରେ ହିଁ ବାହାର କରିପାରିବେ |

{"id":103403}


ଚାଷୀ ବିକାଶ ପତ୍ର ଜରିଆରେ କରାଯାଇଥିବା ବିନିଯୋଗ ରାଶି ଉପରେ ଆପଣଙ୍କୁ ଏକ ସୁଧ ରାଶି ମିଳିବ | ଏହି ସୁଧ ରାଶି ପୂର୍ବରୁ ନିର୍ଣ୍ଣୟ କରାଯାଇଥାଏ | ଏହି ଯୋଜନା ଆଧାରରେ ଆପଣ ଋଣ ମଧ୍ୟ କରିପାରିବେ | ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଏହି ଯୋଜନାରୁ ଯେତେବେଳେ ଆପଣ ସମ୍ପୂର୍ଣ ରାଶି ବାହାର କରିବେ ଆପଣଙ୍କୁ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.