Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମୁସ୍କିଲରେ ବିସିସିଆଇ, ଟି-୨୦ ବିଶ୍ଵ କପ୍ ସିଫ୍ଟ ହେଲେ ୟୁଏଇରେ ହୋଇ ପାରିବ ନାହିଁ ଆଇପିଏଲ !

25/05/2021 at 5:57 PM

ନୂଆଦିଲ୍ଲୀ ୨୫।୦୫: ଆଇପିଏଲ ୨୦୨୧ର ବଳକା ୩୧ ମ୍ୟାଚ୍‌ ଆୟୋଜନ ପାଇଁ ବିସିସିଆଇ ଝାଳବୁହା ପରିଶ୍ରମରେ ଲାଗି ପଡିଛି। କେତେବେଳେ ଇଂଲଣ୍ଡରେ ତ କେତେବେଳେ ୟୁଏଇରେ ଆଇପିଏଲର ବଳକା ମ୍ୟାଚ୍‌ ଆୟୋଜନ ହେବ ବୋଲି ଶୁଣିବାକୁ ମିଳୁଛି। ତେବେ ଯେମିତି ହେଉ ପଛେ ଆଇପିଏଲ ପାର୍ଟ-୨ର ଆୟୋଜନ କରିବାକୁ ବିସିସିଆଇ ସଜବାଜ ଚଲାଇଛି। ଯଦି ଟି-୨୦ ବିଶ୍ଵ କପ ୟୁଏଇ ସ୍ଥାନାନ୍ତର ହୁଏ ତେବେ ସେଠାରେ ଆଇପିଏଲ ମୁକାବିଲା ହୋଇ ପାରିବ ନାହିଁ। କାରଣ ୟୁଏଇ ବୋର୍ଡକୁ ଅକ୍ଟୋବର ୧ ତାରିଖ ସୁଦ୍ଧା ସମସ୍ତ ପଡିଆକୁ ଆଇସିସିକୁ ହସ୍ତାନ୍ତର କରିବାକୁ ହେବ। ବିସିସିଆଇ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ମଧ୍ୟରେ ଆଇପିଏଲ ଆୟୋଜନ କରିବାକୁ ଯୋଜନା ରଖିଛି। ଅନ୍ୟପଟେ ଟି-୨୦ ବିଶ୍ଵ କପ୍ ଅକ୍ଟୋବର ୧୮ରୁ ଆରମ୍ଭ ହେଉଛି। ତେଣୁ ୟୁଏଇରେ ଆଇପିଏଲ ଆୟୋଜନ କଷ୍ଟକର ଲାଗୁଛି।

ବିସିସିଆଇ କହି ସାରିଛି, ଯଦି ଆଇପିଏଲର ବଳକା ମୁକାବିଲା ଖେଳାନଯାଏ ତେବେ ବୋର୍ଡକୁ ପ୍ରାୟ ୨୫୦୦ କୋଟି ଟଙ୍କା କ୍ଷତି ଘଟିବ। ତେଣୁ ଯେମିତି ହେଉ ପଛେ ବୋର୍ଡ ବାକି ମ୍ୟାଚ୍ ଆୟୋଜନ କରିବାକୁ ଚାହୁଁଛି। ଇନସାଇଡ୍ ସ୍ପୋର୍ଟ ଅନୁଯାୟୀ, ଯଦି ଆଇପିଏଲ ୟୁଏଇରେ ଆୟୋଜନ ହୁଏ ତେବେ ୭୦୦ରୁ ୮୦୦ ଲୋକଙ୍କ ଟିକାକରଣ ସମ୍ଭବ ନୁହେଁ। ଆଇସିସି ଟି-୨୦ ବିଶ୍ଵ କପ୍‌କୁ ନେଇ ଜୁନ ୧ରେ ବୈଠକ ଡକାଇଛି। ଆଇପିଏଲର ଭବିଷ୍ୟତ ଏହି ବୈଠକ ଉପରେ ନିର୍ଭର କରେ। ଏଥିରୁ ସ୍ପଷ୍ଟ ହୋଇଯିବ ଯେ ଟି-୨୦ ବିଶ୍ଵ କପ୍ କେଉଁଠି ଆୟୋଜନ ହେବ। ସେହି ଅନୁସାରେ ବିସିସିଆଇ ଆଇପିଏଲକୁ ନେଇ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବ।

ୟୁଏଇର ତିନି ପଡିଆ ଦୁବାଇ, ଆବୁଧାବି ଓ ସାରଜା ଉପରେ ଯଦି ନଜର ପକାଯାଏ ତେବେ ଆଗାମୀ ତିନି ମାସ ବ୍ୟସ୍ତ ରହିବ। ଏହି ସମୟରେ ୪୦ ମୁକାବିଲା ଖେଳାଯିବ। ପାକିସ୍ତାନ ସୁପର ଲିଗ୍‌ର ବଳକା ୨୦ ମ୍ୟାଚ୍ ଆବୁଧାବିରେ ଖେଳାଯିବ। ଏହାର ଆରମ୍ଭ ଜୁନ ୫ରେ ହେବାକୁ ଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟସୂଚୀ ଘୋଷଣା ହୋଇ ନାହିଁ। ଅପରପକ୍ଷେ ଆଫଗାନିସ୍ତାନର ହୋମ ଗ୍ରାଉଣ୍ଡ ହେଉଛି ଭାରତ। ମାତ୍ର କରୋନା କାରଣରୁ ତାକୁ ୟୁଏଇରେ ଖେଳିବାକୁ ପଡୁଛି। ସେପ୍ଟେମ୍ବର ମାସରେ ଆଫଗାନିସ୍ତାନ ୟୁଏଇରେ ପାକିସ୍ତାନ ବିପକ୍ଷରେ ତିନୋଟି ଦିନିକିଆ ଖେଳିବ। ଏମିତିରେ ପଡିଆ ଗୋଟିଏ ସପ୍ତାହ ବ୍ୟସ୍ତ ରହିବ। ଏସବୁ ଦେଖିଲେ ବିସିସିଆଇପ ପକ୍ଷେ ଆଇପିଏଲ ଆୟୋଜନ କଷ୍ଟକର ହୋଇ ପଡିଛି। ତଥାପି ବିଶ୍ଵର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ଏହାର ଉପାୟ ବାହାର କରିବାରେ ଲାଗି ପଡିଛି।

   Related Posts