Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ବର : ୧୬ନଂ ଜାତୀୟ ରାଜପଥ କୁରୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଆଠମଲ୍ଲିକ : ଦେଉଳଝରି ନିକଟରେ ଓଲଟିଲା କୋଇଲା ବୋଝେଇ ଟ୍ରକ୍
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଗୁରୁତର
  • ||
  • ସମ୍ବଲପୁର : ଅପରେସନ ବେଳେ ଖାଦ୍ୟନଳୀ କାଟିଦେଲେ ଡାକ୍ତର, ଗୁରୁତର ଅବସ୍ଥାରେ ମହିଳା ବୁର୍ଲାରେ ଭର୍ତ୍ତି
  • ||
  • ସମ୍ବଲପୁର : ଡାକ୍ତରଖାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ
  • ||
  • ସୋନପୁର : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ସୋର : ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଘଟଣା, କୋଲକାତାରୁ ଅପହୃତ ତାପସ ଉଦ୍ଧାର
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ଡବଲ ମର୍ଡର : ଗୁଣିଗାରେଡ଼ି ସନ୍ଦେହରେ ବାପା ଓ ପୁଅଙ୍କୁ ନିର୍ମମ ହତ୍ୟା

2/11/2019 at 8:19 AM

ମାଲକାନଗିରି ୨।୧୧:  ମାଲକାନଗିରିରେ ଗୁଣିଗାରେଡି ନେଲା ଦୁଇ ଜୀବନ । ଗୁଣିଗାରେଡ଼ି ସନ୍ଦେହରେ ବାପା ଓ ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ମାଳିଗୁଡା ଗାଁରେ । ମୃତକ ହେଉଛନ୍ତି ବାପା ସଦନ ମାଳି ଓ ପୁଅ ନିଳେନ୍ଦ୍ର ମାଳି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗୁଣିଗାରେଡି ସନ୍ଦେହରେ ତିନି ବର୍ଷ ହେବ ସଦନ ମାଳିଙ୍କ ପରିବାରକୁ ଗାଁରୁ ଏକଘରକିଆ କରିଦେଇଥିଲେ । ଗତକାଲି ରାତିରେ ବାପା ଓ ପୁଅ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ଉଭୟଙ୍କୁ ହତ୍ୟା କରି ମୃତଦେହକୁ ନଦୀ କୂଳରେ ପକାଇଦେଇଥିଲା । ତେବେ ସ୍ଥାନୀୟଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ମାଥିଲି ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ପୋଲିସ ନିକଟରେ ଦୁଇଜଣ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

   Related Posts