ରାୟଗଡାରେ ଡବଲ୍ ମର୍ଡର, ଅଭିଯୁକ୍ତ ଫେରାର

Published By : Prameya-News7 Bureau | June 15, 2020 IST

ରାୟଗଡା, ୧୫|୦୬ :ରାୟଗଡା ଜିଲ୍ଲାରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି । ଦୁଇଜଣ ବ୍ୟକ୍ତିଙ୍କୁ ଅତି ଅମାନବୀୟ ଭାବେ ହତ୍ୟା କରାଯାଇଛି ।

ସୂଚନାନୁସାରେ, ଜିଲ୍ଲାର ଶେଷଖାଲ ଥାନା ଅନ୍ତର୍ଗତ ବଡକଷପାଡୁ ଗ୍ରାମରେ ୨ଜଣ ବ୍ୟକ୍ତିଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି । ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ୨ଜଣ ବ୍ୟକ୍ତି ହେଲେ ଯଦୁମଣି।ମାଣ୍ଡାଙ୍ଗି(୪୫) ଓ ପୋଲି ତାଡିଙ୍ଗି(୫୧)।

ତେବେ ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ପ୍ରେମାନନ୍ଦ ମାଣ୍ଡାଙ୍ଗି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.