ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା ! ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ, ପୋଲିସର ଛାନ୍‌ଭିନ୍

Published By : Prameya-News7 Bureau | December 13, 2019 IST

କଟକ ୧୩।୧୨: କଟକରେ ଡବଲ ମର୍ଡର ।  ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା । ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ବର ଗାଁରେ ଘଟିଛି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଘର କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ହତ୍ୟାକରୀ ଫେରାର ହୋଇଯାଇଛନ୍ତି । ମୃତ ଦମ୍ପତ୍ତି ଶ୍ରୀନାଥ ସାମଲ,ବିଦୁଲତା ସାମଲ । ଅତ୍ୟନ୍ତ  ବିଭତ୍ସ  ଭାବେ ହତ୍ୟା କରାଯାଇଛି ।   କଟକ ଡିସିପିଙ୍କ ସହ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ତେବେ ଡିସିପିଙ୍କ କହିବା ଅନୁସାରେ କେହି ଜାଣିବା ଲୋକ ଏହି ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.