ବାରିପଦାରେ ଡବଲ ମର୍ଡର : ଗଳା କାଟି ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କଲେ ଦୁର୍ବୁର୍ତ୍ତ

Published By : Prameya-News7 Bureau | September 09, 2018 IST

ବାରିପଦା ୯/୯ : ବାରିପଦା ସଦର ଥାନା କୁକୁଡ଼ାଝଡି ଗାଁରେ ଡବଲ ମର୍ଡର ହୋଇଛି | ଧାରୁଆ ଅସ୍ତ୍ରରେ ଗଳା କାଟି ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୁର୍ତ୍ତ | ଦୁହିଁଙ୍କ ମୃତଦେହ ରାସ୍ତା ଉପରେ ପଡ଼ିରହିଛି | ମୃତକ ସ୍ୱାମୀ ସ୍ତ୍ରୀ ହେଲେ ପୁର୍ଣ ହେମ୍ବରମ ଓ ସିଙ୍ଗ ହେମ୍ବରମ | ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି | ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.