ଜମିବାଡି ବିବାଦରୁ ଡବଲ ମର୍ଡର

Published By : Prameya-News7 Bureau | November 11, 2019 IST

ବାରିପଦା ୧୧।୧୧ -  ମୟୁରଭଞ୍ଜ ଝାରପୋଖରିଆ ଫୁଲଝରଣ ଗାଁରେ ଡବଲ ମର୍ଡ଼ର । ଜମିବିବାଦକୁ କେନ୍ଦ୍ର କରି ଦମ୍ପତ୍ତିଙ୍କୁ ହତ୍ୟା ଅଭିଯୋଗ । ସାପ୍ତାହିକ ହାଟରୁ ଫେରୁଥିବା ବେଳେ ଗାଁର ସୁରାଇ ଟୁଡୁ ଓ ତାଙ୍କ ପତ୍ନୀ ଲେଗାଇ ଟୁଡୁଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ । ବହୁ ଖୋଜା ଖୋଜି ପରେ ଉଭୟଙ୍କ ମୃତ ଦେହ ମିଳିବା ପରେ ଥାନାରେ ମାମଲା ହୋଇଛି ।

ଜମି ବାଡ଼ି ବିବାଦରୁ କକାଙ୍କ ପୁଅମାନେ ବାପା-ମାଆଙ୍କୁ ହତ୍ୟା କରିଥିବା ମୃତ ସୁରାଇ ଟୁଡୁଙ୍କ ପୁଅ ଅଭିଯୋଗ କରିଛନ୍ତି । ବାରିପଦାରୁ ସାଇଣ୍ଟିଫିକ୍  ଟିମ୍  ସହ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଆଧାରରେ ମୃତକଙ୍କ ୩ଜଣ ସମ୍ପର୍କୀୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.