Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନାରୁ ରକ୍ଷା ପାଇବାକୁ ହେଲେ ‘ଡବଲ୍‌ ମାସ୍କିଂ’ ଜରୁରୀ, କପଡ଼ା ମାସ୍କ କେବଳ ୪୦ ପ୍ରତିଶତ ସୁରକ୍ଷିତ

18/04/2021 at 5:50 PM

ନୂଆଦିଲ୍ଲୀ ୧୮/୪: କରୋନା ସଂକ୍ରମଣ ପୁଣି ଥରେ ବିଶ୍ବକୁ ଗ୍ରାସ କରିବାକୁ ବସିଛି। କେବଳ ୩ ମାସରେ ୧୦ ଲକ୍ଷ କରୋନା ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟ ନକହିବା ଭଲ। କରୋନା ଦ୍ବିତୀୟ ଲହର ପ୍ରଥମ ଅପେକ୍ଷା ଘାତକ ସାବ୍ୟସ୍ତ ହୋଇଛି। ଭାରତରେ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ଅତିକ୍ରମ କରିଛି। ମୃତକଙ୍କ ସଂଖ୍ୟା ୧୫୦୦ ଟପିଛି। ତେବେ ଏହାରି ଭିତରେ କରୋନାକୁ ରୋକିବା ବା ସଂକ୍ରମଣରୁ ନିଜକୁ ବଞ୍ଚାଇବା ପାଇଁ ମାସ୍କ ପିନ୍ଧିବାକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

ମେଡିକାଲ ଜର୍ଣ୍ଣାଲ ଲାନସେଣ୍ଟର ସର୍ବେକ୍ଷଣ ପରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାକୁ ନେଇ ନୂଆ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ଷ୍ଟଡିରୁ ଜଣାପଡ଼ିଛି ଯେ କରୋନା ଡ୍ରପ୍‌ପ୍ଲେଟ୍‌ରେ ନୁହଁ ବରଂ ପବନରେ ବ୍ୟାପୁଛି। ଏହା ପରେ ଡାକ୍ତର ଫହୀମ ୟୁନୁସ୍‌ କହିଛନ୍ତି କରୋନା ଭୂତାଣୁ ଯେମିତି ବ୍ୟାପିଲେ ବି ସଂକ୍ରମଣରୁ ବଞ୍ଚିବା ପାଇଁ N95 କିମ୍ବା KN95ର ଦୁଇଟି ମାସ୍କ କିଣନ୍ତୁ ଏବଂ ପ୍ରତି ଦିନ ଅଦଳବଦଳ କରି ପିନ୍ଧନ୍ତୁ।

ଅନ୍ୟ ଜଣେ ଡାକ୍ତର ଅଶୋକ ସେଠ୍‌ ‘ଆଜତକ’କୁ କହିଛନ୍ତି, ‘ଗତ ଗୋଟିଏ ବର୍ଷ ମଧ୍ୟରେ ଏମିତି ଓ୍ବେବ୍‌ ଆମେ ଦେଖିନଥିଲୁ। ଆମର ସ୍ବାସ୍ଥ୍ୟ ବ୍ୟବସ୍ଥା ଏକ ପ୍ରକାର ଅସହାୟ ହୋଇପଡ଼ିଛି। ସତର୍କତା ହିଁ ଏକମାତ୍ର ରାସ୍ତା। ତେଣୁ ଡବଲ୍‌ ମାସ୍କିଂ ଜରୁରୀ। ଗୋଟିଏ ମାସ୍କ ପର୍ଯ୍ୟାପ୍ତ ନୁହେଁ। କପଡ଼ା ମାସ୍କ କେବଳ ୪୦ ପ୍ରତିଶତ ସଂକ୍ରମଣ ରୋକିବାରେ ସକ୍ଷମ। ତେଣୁ ପ୍ରଥମେ ସର୍ଜିକାଲ୍‌ ମାସ୍କ ଏବଂ ପରେ କପଡ଼ା ମାସ୍କ ପିନ୍ଧନ୍ତୁ। ଏମିତି ଭାବେ ଡବଲ ମାସ୍କିଂ ଦ୍ବାରା ୯୫ ପ୍ରତିଶତ ପର୍ଯ୍ୟନ୍ତ ଭୂତାଣୁ ସଂକ୍ରମଣକୁ ରୋକାଯାଇପାରେ।’ ଏହି ଭାଇରସ୍‌ ଡ୍ରପ୍‌ଲେଟ୍‌ ନୁହେଁ ବରଂ ବାୟୁ ଦ୍ବାରା ବ୍ୟାପୁଥିବାରୁ ପ୍ରତି ଦିନ ନିଜ ମାସ୍କ ଧୁଅନ୍ତୁ ବୋଲି ଡାକ୍ତର ଅଶୋକ ସେଠ୍‌ କହିଛନ୍ତି।

   Related Posts