Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପ୍ରେମୀଯୁଗଳଙ୍କୁ ହେଲମେଟ୍ ଚେକିଂ ଘାଟା, ଧରା ପଡିଲେ ବିଚରା ପ୍ରେମିକ ଗଣୁଛି ଜରିମାନା

25/04/2021 at 2:50 PM

ରାଉରକେଲା,୨୫/୦୪:  ପ୍ରେମରେ ପ୍ଲୋବ୍ଲେମ୍ ଡବଲ୍ ହେଲମେଟ୍ । ପ୍ରେମିକା ପିନ୍ଧୁନି ହେଲମେଟ୍ । କିନ୍ତୁ ଧରାପଡି ଫାଇନ୍ ଗଣୁଛି ପ୍ରେମିକ । ବାଇକ୍‌ ଚାଳକଙ୍କ ସମେତ ସହଯାତ୍ରୀ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ । ଲୋକଙ୍କ ସୁରକ୍ଷା ସାଙ୍ଗକୁ ଦୁର୍ଘଟଣାର ହାର କମାଇବା ଲାଗି ଏହି ନିୟମ କରାଯାଇଛି । କିନ୍ତୁ ଏବେ ଯୁବପିଢିଙ୍କୁ ଏହି ନିୟମ ଭାରି ପଡିଛି । ନିଜ ଦୁଃଖ କାହାକୁ କହିପାରୁଛନ୍ତି ନା ସହିପରୁଛନ୍ତି । ଡବଲ ହେଲ୍‌ମେଟ ନିୟମ ଲାଗୁ ହେବା ପରେ ପ୍ରେମୀଯୁଗଳ ବାଇକ୍‌ରେ ବୁଲିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସଞ୍ଜ ହେବା ମାତ୍ରେ ସହରର ବିଭିନ୍ନ ଗଳିକନ୍ଦିରେ ପ୍ରେମୀଯୁଗଳ ବାଇକରେ ଘିରିଘିରି ହୋଇ ବୁଲୁଛନ୍ତି । ଯୁଆଡ଼େ ଇଛା ସିଆଡେ ମାଡ଼ି ଯାଉଥିଲେ । ମାତ୍ର ସହରରେ ଡବଲ ହେଲମେଟ ଯାଞ୍ଚ ଆରମ୍ଭ ହେବା ଦିନଠାରୁ ପ୍ରେମୀ ଯୁଗଳଙ୍କ ବୁଲାବୁଲିରେ ପୁରା କର୍ଫ୍ୟୁ ଲାଗିଯାଇଛି । କାରଣ ନିଜର ସିନା ଗାଟିଏ ହେଲମେଟ ଅଛି କିନ୍ତୁ ପ୍ରେମିକା ପାଇଁ ତ ନାହିଁ । ଆଉ ବିନା ହେଲମେଟରେ ବୁଲିଲେ ରାସ୍ତା ମଝିରେ ପୁଲିସ୍‌ ମାଡ଼ି ବସିବ । ଧରାପଡ଼ିବା ପରେ ମୋଟା ଅଙ୍କର ତଣ୍ଡ ଦେବାକୁ ପଡ଼ିବ ।

ତା’ସାଙ୍ଗକୁ କଥା ଚାରିଆଡେ ପ୍ରଘଟ ହେବ । ଆଉ କିଛି ପ୍ରେମିକ ନିଜ ଗଚ୍ଛିତ ଟଙ୍କାରୁ ପ୍ରେମିକା ପାଇଁ ଖଣ୍ଡେ ହେଲମେଟ କିଣି ପାଖରେ ରଖୁଛନ୍ତି । ଫଳରେ ସେମାନଙ୍କୁ ଆଉ ଯାଞ୍ଚର ଭୟ ରହୁନାହିଁ । ଖୋଲା ଆକାଶରେ ପ୍ରେମୀ ଯୁଗଳ ଘୁରି ବୁଲୁଛନ୍ତି । ଖାଲି ଯାହା ସ୍ପିଡ୍‌ ଟିକେ ଧିମେଇ ଯାଇଛି । ସବୁପରେ ବି ଡବଲ ହେଲମେଟ ପ୍ରେମିକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ନିକଟରେ ଘଟିଥିବା ଏକ କଥା ସାମନାକୁ ଆସଥିଲା । ପ୍ରଥମେ ସହରରେ ଯେବେ ଡବଲ ହେଲମେଟ ପିନ୍ଧିବାକୁ କୁହାଗଲା ସହର ଜଣେ କଲେଜ ପଢୁଆ ଛାତ୍ର ତାଙ୍କ ସାଙ୍ଗଙ୍କ ଠାରୁ ହେଲମେଟ ମାଗି ବସଷ୍ଟାଣ୍ଡ ଯାଇଥିଲେ । କେବଳ ପ୍ରେମୀଯୁଗଳ ନୁହନ୍ତି ଏହି ଡବଲ ହେଲମେଟ ନିୟମ ପାଇଁ ସ୍ୱାମୀମାନେ ମଧ୍ୟ ହରାଇରାଣ ହେଉଛନ୍ତି ।ନିଜ ପତ୍ନୀଙ୍କ ପାଇଁ ସେମାନଙ୍କୁ ଆଉ ଗୋଟିଏ ହେଲମେଟ କିଣିବାକୁ ବାଧ୍ୟ ହେଉଛନ୍ତି ।

   Related Posts