ରାତିଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହାଣି ମାରିଦେଲେ, ଗୁଣି ଗାରେଡ଼ି ସନ୍ଦେହରୁ ହତ୍ୟା !

Published By : Prameya-News7 Bureau | June 27, 2020 IST

ମାଲକାନଗିରି ୨୭।୦୬ : ଅନ୍ଧବିଶ୍ୱାସର କରୁଣ ପରିଣତି । ବିଳମ୍ବିତ ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପେଣ୍ଡାଲ ଗୁଡା ଗାଁରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଉଭୟଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବାର ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ରାତିରେ ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଛି । ମୃତକ ସୋମା ମାଡ଼ି(୫୦) ଓ ତାଙ୍କ ସ୍ତ୍ରୀ ସୁକ୍ରି ମାଡ଼ି (୪୫) ବୋଲି ଜଣାପଡିଛି । ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ଘଟଣାସ୍ଥଳରୁ ଦମ୍ପତ୍ତିଙ୍କ ମୃତଦେହକୁ ଜବତ କରିଛି ପୋଲିସ । ଦୁଇ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ପଠାଇଛି ପୋଲିସ । ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ପୋଲସି ପକ୍ଷରୁ ସୂଚନା ଦିଆଯାଇଛି ।

ଗୁଣି ଗାରେଡିକୁ ସନ୍ଦେହ କରି ହତ୍ୟାକାଣ୍ଡ କରାଯାଇଥିବାର ସୂଚନା ମିଳିଛି । ତେବେ ପୋଲିସ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଠୋସ୍‌ ପ୍ରମାଣ ଲାଗିନାହିଁ । ଘଟଣାସ୍ଥଳରୁ ତଥ୍ୟ ଯୋଗାଡ କରି ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଅଟକ ଥିବା ୨ଜଣଙ୍କୁ ଘଟଣାସଂପର୍କରେ ପଚରାଉଚରା ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.