Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଲକ୍ ଡାଉନ୍‌ରେ ବି ଦୁଇଗୁଣା ଜରିମନା, ନିୟମ ଉଲଂଘନକାରୀଙ୍କଠାରୁ ୨ କୋଟି ୯୨ ଲକ୍ଷ ଟଙ୍କା ଆଦାୟ

27/04/2020 at 12:14 PM

ଇସଲାମାବାଦ ୨୭।୪: କରୋନା ପାଇଁ ପାକିସ୍ତାନରେ ୩୪ ଦିନିଆ ଲକ୍ ଡାଉନ୍ ଜାରି ରହିଛି । ଏହି ସମୟ ମଧ୍ୟରେ ଲୋକମାନେ ଲକ୍ ଡାଉନ୍ ଉଲ୍ଲଂଘନ କରିବା ମଧ୍ୟ ଜାରି ରଖିଛନ୍ତି । ଏଭଳି ପରିସ୍ଥିତିରେ ଟ୍ରାଫିକ୍ ପୋଲିସ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କଠାରୁ ଦୁଇଗୁଣ ଜରିମନା ଆଦାୟ କରିଛି । ଏହି ସମୟରେ ପ୍ରାୟ ୨ କୋଟି ୯୨ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି ।

ସିଟି 42 ଟିଭିର ଖବର ଅନୁଯାୟୀ, ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଟ୍ରାଫିକ୍ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ସମୟ ମଧ୍ୟରେ ୧ ଲକ୍ଷ ୨୫ ହଜାର ବାଇକ୍ ଚାଳକଙ୍କର ଚାଲାଣ କଟାଯାଇଥିଲା । ଏମାନଙ୍କ ମଧ୍ୟରେ ଅଧିକାଂଶ ବାଇକ୍ ରେ ଦୁଇଜଣ ଆରୋହୀ ଥିଲେ । ଉଲ୍ଲେଖନୀୟ କଥା ହେଉଛି, ଲକ୍ ଡାଉନ୍ ପାଳନ ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପାକିସ୍ତାନରେ ଦୁଇଜଣ ଆରୋହୀଙ୍କୁ ବାରଣ କରାଯାଇଛି । ଏଥିସହ କାରରେ ୨ରୁ ଅଧିକ ବ୍ୟକ୍ତି ଥିଲେ ମଧ୍ୟ ଲୋକଙ୍କଠାରୁ ଜରିମନା ଆଦାୟ କରାଯାଉଛି ।

CTO ଅନୁଯାୟୀ ୨ ଲକ୍ଷ ୬୦ ହଜାର ଚାଳକଙ୍କୁ ଟ୍ରାଫିକ ୱାର୍ଡେନ ଚେତାବନୀ ଦେଇ ଛାଡିଦେଇଥିଲେ । ଏହାସହ ଲକ୍ ଡାଉନ୍ ଉଲ୍ଲଂଘନ କରି ୫୦୦ ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭରଙ୍କଠାରୁ ଜରିମନା ଆଦାୟ କରାଯାଇଛି । ଟ୍ରାଫିକ ୱାର୍ଡେନ ପ୍ରତିଦିନ ୩୬୭୬ ବାଇକ୍ ଏବଂ ୪୬୫ କାର୍ ଚାଳକଙ୍କଠାରୁ ଜରିମନା ଆଦାୟ କରୁଛନ୍ତି ।

ଅନ୍ୟପଟେ କଷ୍ଟମ୍ସ ଇଣ୍ଟେଲିଜେନ୍ସ ମୋଟରୱେ ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ବେଟାରୁ ଲାହୋରକୁ ଆସୁଥିବା ଏକ କଣ୍ଟେନରରୁ ଚୋରା ଚାଲାଣ ହୋଇଥିବା ଆଫଗାନିସ୍ତାନ ଟ୍ରାଞ୍ଜିଟ୍ ଟାୟାର ଏବଂ ବହୁଳ ପରିମାଣର ସିଗାରେଟ୍ ଜବତ କରିଛି । କଷ୍ଟମ ଗୁପ୍ତଚର ଅଧିକାରୀଙ୍କ ଅନୁଯାୟୀ ଉଦ୍ଧାର ହୋଇଥିବା ସାମଗ୍ରୀର ମୂଲ୍ୟ ୨ କୋଟିରୁ ଅଧିକ ଅଟେ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା ନିୟମ ଅନୁଯାୟୀ ଦୁଇ ଚକିଆ ଯାନରେ ଦୁଇଜଣ ଏକାଠି ଯାତ୍ରା କରିବା ନିଷେଧ । ଏହାସହ କାର୍ ଚାଳନାରେ ମଧ୍ୟ ସମାନ ନିୟମ । ୪ ଚକିଆ ଯାନରେ ୨ ରୁ ଅଧିକ ବ୍ୟକ୍ତି ଥିଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି ।

   Related Posts