Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କେନ୍ଦ୍ରପଡାରେ ଡବଲ୍ ଏନ୍‌କାଉଣ୍ଟର : ପୋଲିସ ଗୁଳିରେ ଦୁଇ ଅପରାଧୀ ଆହତ

5/10/2019 at 8:06 AM

କେନ୍ଦ୍ରାପଡା ୫।୧୦: କେନ୍ଦ୍ରପଡାରେ ଡବଲ୍ ଏନ୍‌କାଉଣ୍ଟର । ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଏନ୍‌କାଉଣ୍ଟର କରାଯାଇଛି । ପୋଲିସ ଗୁଳିରେ ଦୁଇ ଅପରାଧୀ ଅନନ୍ତ ପ୍ରସାଦ ଜେନା ଓ ପ୍ରଭାତ ନାୟକ ଆହତ ହୋଇଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନନ୍ତର ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରଭାତର ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି ।

ଆହତ ଅନନ୍ତ ଗତ ସେପ୍ଟେମ୍ବର ୧୮ ତାରିଖରେ ହାତିଆଠାରେ ହୋଇଥିବା ଗଗନ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଥିବା କୁହାଯାଉଥିବା ବେଳେ ପ୍ରଭାତର ମଧ୍ୟ ଏହି ଗୁଳିକାଣ୍ଡରେ ସମ୍ପୃକ୍ତି ରହିଛି । ଅନ୍ୟପକ୍ଷରେ ଅଗଷ୍ଟ ୧୪ ତାରିଖରେ କଳପଡା ବ୍ୟବସାୟୀ ଗୁଳିକାଣ୍ଡରେ ମଧ୍ୟ ଉଭୟଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି ।

ଗତକାଲି ରାତିରେ ଅନନ୍ତ ଓ ପ୍ରଭାତଙ୍କୁ ପିଛା କରି ପୋଲିସ ମାର୍ଶାଘାଇ-ଅଙ୍ଗୁଳାଇ କଳା ପୋଲ ନିକଟରେ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲା । ଉଭୟ ପୋଲିସକୁ ଚକମା ଦେଇ ଫେରାର୍ ହୋଇଯିବାକୁ ଚେଷ୍ଟା କରିଥିଲେ । ପୋଲିସ ଦୁଇ ଅପରାଧୀଙ୍କ ଉପରକୁ ଗୁଳି ଚଳାଇଲା ।

ଏହି ଦୁଇ ଅପରାଧୀଙ୍କଠାରୁ ଗୋଟିଏ ପିସ୍ତଲ, ଦୁଇଟି ମୋବାଇଲ ଫୋନ୍ ଓ ଗୋଟିଏ ନମ୍ଵରବିହୀନ ପଲସର୍ ଜବତ ହୋଇଛି । ଏମାନଙ୍କ ନାମରେ ଡକାୟତି, ଦାଦା ବଟି ଆଦାୟ, ହତ୍ୟା, ରାହାଜାନି, ଅପହରଣ ଭଳି ୧୫ରୁ ଅଧିକ ମାମଲା ରହିଛି ।

   Related Posts