Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଜାଣିପାରିଲେନି ଦିଦି ! ଜଣେ ବ୍ୟକ୍ତିଙ୍କୁ ୫ ମିନିଟ୍‌ରେ ଫୋଡ଼ିଦେଲେ କୋଭିସିଲଡ୍‌ର ୨ଟି ଡୋଜ୍

22/06/2021 at 7:50 AM

ବେତନଟି ୨୨।୦୬:   ୫ମିନିଟ୍ ଭିତରେ ଜଣେ ବ୍ୟକ୍ତିଙ୍କୁ କରୋନା ଟିକାର ୨ଟିଯାକ ଡୋଜ୍ ଦେଇଦେଲେ ସ୍ବାସ୍ଥ୍ୟ କର୍ମୀ। ଟିକାକରଣରେ ଚରମ ଅବହେଳାର ଅଭିଯୋଗ ଆସିଛି ବାରିପଦା ବେତନଟୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରୁ। କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେବାର ୪୨ରୁ ୮୪ ଦିନ ଭିତରେ ଦ୍ବିତୀୟ ଡୋଜ୍ ଦିଆଯିବାର ନିୟମ ଥିଲେ ମଧ୍ୟ, ବେତନଟୀ ବାଛୁରୀପଡ଼ା ଗାଁର ପ୍ରସନ୍ନ ସାହୁଙ୍କୁ ୫ ମିନିଟରେ ଟିକାର ଡବଲ୍ ଡୋଜ୍ କିଭଳି ଦିଆଗଲା, ତାକୁ ନେଇ ଉଠିଛି ପ୍ରଶ୍ନ।

ଖବର ଅନୁଯାୟୀ, ୫ ମିନିଟ୍‌ରେ  ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି କରୋନା ଟିକାର ଡବଲ୍ ଡୋଜ୍ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ମୟୁରଭଞ୍ଜ ଜିଲ୍ଲା ବାରିପଦା ବେତନଟିରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଗତ ୧୯ ତାରିଖ ଦିନ ନିଜ ବଡ଼ ଭାଇଙ୍କ ସହ କରୋନା ଟିକା ନେବାକୁ ଖୁଣ୍ଟାପୁର ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ ସ୍ଥାନୀୟ ବାଛୁରୀପଡ଼ା ଗାଁର ପ୍ରସନ୍ନ ସାହୁ । ଆଧାର କାର୍ଡ଼ ଦେଖାଇ ନାମ ପଞ୍ଜୀକରଣ କରିବା ପରେ ତାଙ୍କର ପାଳି ପଡ଼ିବାରୁ ଟିକାକରଣ ଗୃହକୁ ଯାଇ ଚୌକିରେ ବସିଥିଲେ । ସେଠାରେ ଜଣେ ନର୍ସ ତାଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପରେ ବିଶ୍ରାମ କେନ୍ଦ୍ରରେ ଅଧଘଣ୍ଟା ବିଶ୍ରାମ ନେବାକୁ କହିଥିଲେ । ହେଲେ ପ୍ରସନ୍ନ ସେହି ଚୌକିରେ ବସିଥିବା ବେଳେ ନର୍ସ ଜଣକ ପ୍ରସନ୍ନଙ୍କୁ ଆଉ ଗୋଟିଏ ଟିକା ଦେଇଦେଲେ । ପ୍ରସନ୍ନ ଟିକା ନେଇସାରିଛନ୍ତି ବୋଲି ବାରମ୍ବାର କହିଥିଲେ ମଧ୍ୟ ନର୍ସ ଜଣକ ତାଙ୍କ କଥା ନଶୁଣି ସେଠାରୁ ଚାଲିଯାଇଥିଲେ । ତା’ ଠାରୁ ବଡ଼ ଆଶ୍ଚର୍ଯ୍ୟକର କଥା ହେଉଛି ନର୍ସ ଜଣକ ଯେତେବେଳେ ଜାଣିଲେ ଭୁଲ୍‌ରେ ପ୍ରସନ୍ନଙ୍କୁ ଦୁଇ ଡୋଜ୍ ଟିକା ଦେଇସାରିଛନ୍ତି ବୋଲି, ସେତେବେଳେ ସେ ପ୍ରସନ୍ନଙ୍କୁ ଭୁଲ୍ ହୋଇଯାଇଛି କହି କିଛି ଓଆରସ ପ୍ୟାକେଟ୍ ଧରାଇ ଘରକୁ ପଠାଇଦେଇଥିଲେ ।


ତେବେ ସରକାରଙ୍କ ନିୟମ ଅନୁସାରେ କରୋନା ପାଇଁ ଦିଆଯାଉଥିବା କୋଭିସିଲ୍ଡ୍ ଟିକାର ପ୍ରଥମ ଡୋଜ୍ ନେବାର ୪୨ରୁ ୮୪ଦିନ ଭିତରେ ଦ୍ବିତୀୟ ଡୋଜ୍ ଟିକା ନେବା କଥା । ହେଲେ ଏଠି ସ୍ବାସ୍ଥ୍ୟକର୍ମୀଙ୍କ ଭୁଲ୍ ପାଇଁ ବାଛୁରୀପଡ଼ାର ପ୍ରସନ୍ନ ସାହୁଙ୍କୁ ୫ମିନିଟ୍ ବ୍ୟବଧାନରେ କୋଭିସିଲ୍ଡ୍ର ୨ଟି ଡୋଜ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ଏକଥା ଜାଣି ମଧ୍ୟ କୌଣସି ପ୍ରକାର ଆକ୍ସନକୁ ଆସିନାହାନ୍ତି ବେତନଟି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ । କେବଳ ତଦନ୍ତର ଦ୍ବାହି ଦେଇ ପ୍ରସନ୍ନଙ୍କୁ ତାଙ୍କ ଭାଗ୍ୟ ଉପରେ ଛାଡ଼ିଦେଇଛନ୍ତି ।  କରୋନା ମହାମାରୀର ଭୟାବହତା ଭିତରେ ଯେତେବେଳେ ଭ୍ୟାକ୍ସିନକୁ ସଂଜୀବନି ଭାବେ ଦେଶବାସୀଙ୍କୁ ଦିଆଯାଉଛି, ସେତେବେଳେ ମୟୁରଭଞ୍ଜ ଜିଲ୍ଲାର ଏହି ଟିକାକରଣ କେନ୍ଦ୍ରରେ ଏଭଳି ଦାୟିତ୍ବହୀନତାକୁ ନେଇ ଉଠିଛି ପ୍ରଶ୍ନ ।

   Related Posts