ଜିଓର ନୂଆ ଅଫର : ଦୁଇ ଗୁଣ ଡାଟା ପାଇବେ ଗ୍ରାହକ, ଜାଣନ୍ତୁ କେମିତି

Published By : Prameya-News7 Bureau | February 07, 2019 IST

ନୂଆଦିଲ୍ଲୀ ୭|୨: ରିଲାଏନ୍ସ ଜିଓ ପକ୍ଷରୁ ସାମସଙ୍ଗ ସହିତ ସ୍ବତନ୍ତ୍ର ସହବନ୍ଧନ ସହ ଜିଓ ସାମସଙ୍ଗ ଗାଲାକ୍ସି ଏମ ସିରିଜ ଅଫର ଘୋଷଣା କରାଯାଇଛି | ଫେବୃଆରୀ ୫ ରୁ ଆରମ୍ଭ ହୋଇଥିବା ଏହି ନୂଆ ଅଫର ଦ୍ବାରା ଯେକୌଣସି ଜିଓ ଉପଭୋକ୍ତାମାନେ ଏବେ ନୂତନ ଭାବରେ ବଜାରକୁ ଆସିଥିବା ସାମସଙ୍ଗ ଗାଲାକ୍ସି ଏମ ୧୦ ଓ ସାମସଙ୍ଗ ଗାଲାକ୍ସି ଏମ ୨୦ ଫୋନ୍ କିଣିଲେ ଏହି ସ୍ବତନ୍ତ୍ର ଅଫରର ଲାଭ ନେଇପାରିବେ |

ଏହି ସ୍ବତନ୍ତ୍ର ଅଫର ଅନୁଯାୟୀ ସାମସଙ୍ଗ ଗାଲାକ୍ସି ଏମ ସିରିଜ ଉପଭୋକ୍ତା ଜିଓର ୧୯୮ କିମ୍ବା ୨୯୯ ଟଙ୍କାର ରିଚାର୍ଜ ସହିତ ଦୁଇଗୁଣା ଡାଟାର ମଜା ନେଇପାରିବେ | ତେବେ ଜଣେ ଉପଭୋକ୍ତା ସର୍ବାଧିକ ୧୦ଥର ଏହିଭଳି ଦୁଇଗୁଣା ଡାଟା ମିଳିବାକୁ ଥିବା ରିଚାର୍ଜ କରିପାରିବେ | ମୋଟ୍ ଉପରେ ଏହି ଅଫର ଦ୍ବାରା ଉପଭୋକ୍ତାଙ୍କର ପ୍ରାୟ ୩୧୧୦ ଟଙ୍କା ମୂଲ୍ୟର ସଂଚୟ ହୋଇପାରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.