ଗୋରା, ଓଜ୍ୱଳ ମୁହଁ ଓ ତ୍ୱଚା ପାଇଁ କରନ୍ତୁ ନାହିଁ ଏହି ସବୁ ଜିନିଷ

Published By : Prameya-News7 Bureau | January 06, 2020 IST

ଚେହେରାର ସୌନ୍ଦର୍ଯ୍ୟ ପାଇଁ ପ୍ରାୟତଃ ମହିଳା ଓ ପୁରୁଷମାନେ ନିଜ ତ୍ୱଚାର ଚମକକୁ ନେଇ ଚିନ୍ତିତ ଥାନ୍ତି। ଚେହେରାର ସୌନ୍ଦର୍ଯ୍ୟ ପାଇଁ ସଚେତନ ରହିବା ଜରୁରୀ ମଧ୍ୟ ହୋଇଥାଏ । ତ୍ବଚାର ଚମକ ସର୍ବଦା ରଖିବା ପାଇଁ ଲୋକେ ଅନେକ ସୌନ୍ଦର୍ଯ୍ୟ ପ୍ରସାଧନର ବ୍ୟବହାର କରନ୍ତି। ଚେହେରାର ଯତ୍ନ ନେବା ଆବଶ୍ୟକ ହେଲେ ତ୍ବଚା ପାଇଁ କୌଣସି ପ୍ରକ୍ରିୟା କରିବା ପୂର୍ବରୁ ଭାବି ଚିନ୍ତି କରିବା ଉଚିତ୍‌।

{"id":207642,"sizeSlug":"large"}

ଆଜିକାଲି ଅଧିକାଂଶ ମହିଳା ଓ ପୁରୁଷ ଫେସିଆଲ, ବ୍ଲିଚ୍‌,ୱାକ୍ସିଂ ଭଳି ଜିନିଷ ଚେହେରାର ଚମକ ପାଇଁ କରାନ୍ତି। ହେଲେ ଏହା ଦ୍ବାରା ଚେହେରା ସୁନ୍ଦର ହୁଏ ନାହିଁ ବରଂ ଖରାପ ହୋଇଥାଏ। ଯାହାର ପାର୍ଶ୍ବ ପ୍ରତିକ୍ରିୟା ବିଳମ୍ବରେ ହୋଇଥାଏ। ତେବେ ଏମିତି କିଛି ଉପାୟ ବିଷୟରେ ଜାଣନ୍ତୁ ଯାହା ଚେହେରା ପାଇଁ କରିଲେ ତ୍ବଚାର ଚମକ ବଢିବା ବ୍ୟତୀତ କମିଥାଏ।

{"id":207640,"sizeSlug":"large"}

ଗରମ ପାଣି- ଚେହେରା ଓ ଶରୀରର ତ୍ବଚାର କୋମଳ ରଖିବା ପାଇଁ ଷ୍ଟିମ୍‌ ବାଥ୍‌ ପାଇଁ ପରାମର୍ଶ ଦିଆଯାଏ । ହେଲେ ଯଦି ଜଣେ ପ୍ରତିଦିନ ଗରମ ପାଣିରେ ଚେହେରା ସଫା କରେ ତାହେଲେ ଏହା ଚେହେରା ପାଇଁ କ୍ଷତିକାରକ ହୋଇଥାଏ। ଗରମ ପାଣିରେ ମୁଁହ ଧୋଇଲେ ଚେହେରାର ରଙ୍ଗ ଫିକା ପଡିବା ସହ ଚମକ କମିଯାଏ।

{"id":207643,"sizeSlug":"large"}

ପୁରୁଣା ସନ୍‌ସ୍କ୍ରିନ୍‌ ଲୋଶନ- ସୂର୍ଯ୍ୟ କିରଣରୁ ବଞ୍ଚିବା ପାଇଁ ତଥା ଡାର୍କ ସ୍କିନ୍‌ ଟୋନ୍‌ରୁ ମୁକ୍ତି ପାଇବା ପାଇଁ ସନ୍‌ସ୍କ୍ରିନ୍‌ ଲୋଶନର ବ୍ୟବହାର କରାଯାଏ। କିନ୍ତୁ ପୁରୁଣା ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇବା ଚେହେରା ପାଇଁ କ୍ଷତିକାରକ ହୋଇଥାଏ।

{"id":207639,"sizeSlug":"large"}

ୱାକ୍ସିଂ କରାଇବା- ହାତ ବା ଗୋଡରେ ୱାକ୍ସ କରାଇବା ସାଧାରଣ କଥା। ହେଲେ ଅନେକ ଝିଅମାନେ ନିଜ ଚେହେରାକୁ କ୍ଲିନ୍‌ କରାଇବା ପାଇଁ ୱାକ୍ସ କରାନ୍ତି ଯାହା କରିବା ଅନୁଚିତ୍‌। ଚେହେରାରେ ନିୟମିତ ଭାବେ ୱାକ୍ସ କରାଇଲେ ତ୍ବଚା ଖରାପ ହେବା ସହ ରଂଗରେ ଖରାପ ପ୍ରଭାବ ପଡେ। ଏହି ପ୍ରକ୍ରିୟା ଦ୍ବାରା  ସ୍କିନ୍‌ ଗୋରା ଥିଲେ ମଧ୍ୟ କଳା ପଡିଯାଏ

{"id":207638,"sizeSlug":"large"}

ଲେମ୍ବୁର ଚୋପା- ଲେମ୍ବୁ ଚୋପା ଚେହେରାରେ ଘସିଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। କିନ୍ତୁ କିଛି ଜଣ ଲେମ୍ବୁ ରସରେ ମୁହଁ ସଫା କରନ୍ତି ଓ ଲେମ୍ବୁର ଚୋପାକୁ ପେଷ୍ଟ ଭଳି ଲଗାନ୍ତି ଯାହା କରିବା ଅନୁଚିତ୍‌। ଏହା ତ୍ବଚାରେ ଖରାପ ପ୍ରଭାବ ପକାଏ।

{"id":207637,"width":576,"height":330,"sizeSlug":"large"}

ଟୁଥପେଷ୍ଟ- ଅନେକ ଲୋକେ ଚେହେରାରେ ଟୁଥପେଷ୍ଟ ଲଗାଇବା ପାଇଁ ପରାମର୍ଶ ଦିଅନ୍ତି। ହେଲେ ଟୁଥପେଷ୍ଟ ତ୍ବଚାର ମେଲାଲିନ୍‌ ମାତ୍ରା ବଢାଏ। ଫଳରେ ଚେହେରା କଳା ହେବାର ଆଶଙ୍କା ଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.