'ଡୋରେମନ' ପ୍ରଶଂସକ ଗୁମସୁମ୍, ନୋବିତା-ସିଜୁକାଙ୍କ ବାହାଘର ନେଇ ରିଆକ୍ସନ କ'ଣ ? ନୂଆ ସିନେମାର ଲଭଷ୍ଟୋରୀ ଆଣିପାରେ ଟ୍ୱିଷ୍ଟ୍

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ, ୨୧/୦୧:  ପିଲାଦିନେ କାର୍ଟୁନ ଦେଖିବା ପାଇଁ ଆମେ ସମସ୍ତେ ଟିଭି ଆଗରେ ଘଣ୍ଟା ଘଣ୍ଟା ବସି ରହୁଥିଲୁ । ସମସ୍ତଙ୍କର ନିଜ ନିଜ ପସନ୍ଦର କାର୍ଟୁନ ଥିଲା । କିଏ ପାଓ୍ୱାର ରେଞ୍ଜର, ପୋକେମନ, ସ୍ପାଇଡରମ୍ୟାନ୍ ଆଦି ଦେଖିବାକୁ ପାଉଥିଲା ତ ଆଉ କିଏ ସିନଚାନ୍ ଓ ଡୋରେମନ୍ ଆଦି ଦେଖିଥିଲେ । ସ୍କୁଲରୁ ଫେରିବା ପରେ ସନ୍ଧ୍ୟାରେ ଟିଭି ଲଗାଇ କାର୍ଟୁନ ଦେଖିବାକୁ ପିଲାମାନେ ବସି ପଡୁଥିଲେ । ବିଭିନ୍ନ କାର୍ଟୁନ ସିରିଏଲ ମଧ୍ୟରୁ ଲୋକପ୍ରିୟ ଥିଲା ଡୋରେମୋନ୍ ।

wp:html /wp:html

ଡୋରେମନ୍ ହେଉଛି ଏକ ରୋବର୍ଟ ବିଲେଇ । ସେ ଅନ୍ୟ ଏକ ଦୁନିଆରୁ ଆସି ନୋବିତା ନାମକ ଏକ ଛୋଟ ପିଲା ସହ ରହୁଥିଲା । ନୋବିତାକୁ ପ୍ରତିଦିନ ବିଭିନ୍ନ ସମସ୍ୟା ଓ ଅସୁବିଧାରୁ ରକ୍ଷା କରିବା ପାଇଁ କିଛି ନୂଆ ଟେକ୍ନୋଲୋଜିରେ ତିଆରି ଯନ୍ତ୍ରପାତି ପ୍ରଦାନ କରୁଥିଲା ଡୋରେମୋନ୍ । ଏବେ ହଠାତ ଉଭୟ ଡୋରୋମନ୍ ଓ ନୋବିତା ଟ୍ୱିଟରରେ ଟ୍ରେଣ୍ଡ୍ କରିଛନ୍ତି । କାରଣ ନୋବିତା ନିଜ ବାନ୍ଧବୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ତାହା ପୁଣି ନୂଆ ଫିଲ୍ମରେ ।

{"id":396055,"sizeSlug":"large","linkDestination":"none"}

'ଷ୍ଟାଣ୍ଡ୍ ବାଏ ବି ଡୋରେମନ ୨' ର ନୂଆ ପୋଷ୍ଟର ରିଲିଜ ହୋଇଛି । ଏଥିରେ ଦୁଇ କାର୍ଟୁନ କ୍ୟାରେକ୍ଟର ନୋବିତା ଓ ସିଜୁକା ପରସ୍ପରକୁ ବିବାହ କରୁଛନ୍ତି । ଏହି ପିଲ୍ମ ୨୦୧୪ରେ ରିଲିଜ ହୋଇଥିବା 'ଷ୍ଟାଣ୍ଡ୍ ବାଏ ମି ଡୋରେମନ'ର ସିକ୍ୱେଲ୍ ଅଟେ । ଏହି ପିଲ୍ମ ଜାପାନରେ ନଭେମ୍ବରରେ ରିଲିଜ ହୋଇଥିବା ବେଳେ ୨୦୨୧ ଫେବ୍ରୁଆରୀରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ ।

wp:html /wp:html

ଏହାର ପୋଷ୍ଟର ରିଲିଜ ହେବା ପରେ ଟ୍ୱିଟରରେ ସମସ୍ତେ ଶୁଭେଚ୍ଚା ଜଣାଇଛନ୍ତି । ଡୋରେମନପ୍ରେମୀମାନେ କାର୍ଟୁନ କ୍ୟାରେକ୍ଟର ନୋବିତା ଓ ସିଜୁକାଙ୍କ ଲଭଷ୍ଟୋରୀ ସଫଳ ହେଲା ବୋଲି ମଧ୍ୟ କମେଣ୍ଟ ଦେଇଛନ୍ତି ।

wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.