Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଅବସର ପରେ ବିଭାଗ ସମ୍ପର୍କରେ ମୁହଁ ଖୋଲି ପାରିବେନି କେନ୍ଦ୍ର ସରକାରଙ୍କ କର୍ମଚାରୀ, ହୋଇଛି ପେନସନ୍ ନିୟମରେ ସଂଶୋଧନ

2/06/2021 at 5:58 PM

ନୂଆଦିଲ୍ଲୀ ୨।୬: କେନ୍ଦ୍ରୀୟ ସିଭିଲ ସେବା (ପେନସନ୍‌) ନିୟମ ୧୯୭୨ରେ ସଂଶୋଧନ ହୋଇଛି। କର୍ମଚାରୀ ଓ ତାଲିମ ବିଭାଗ (ଡିଓପିଟି) ଏହି ସୂଚନା ଦେଇଛନ୍ତି। ଏଥିରେ ଡିଏପିଟି ଏକ କ୍ଲଜ ଯୋଡିଛନ୍ତି। ଯେଉଁଥିରେ ସେବା ନିବୃତ୍ତି ପରେ ଆରଟିଆଇ ଅଧିନିୟମର ଦ୍ୱିତୀୟ ଅନୁସୂଚୀରେ ଉଲ୍ଲେଖିତ ସଙ୍ଗଠନରେ କାମ କରିଥିବା କର୍ମଚାରୀ ସଂସ୍ଥା ମୁଖ୍ୟଙ୍କ ବିନାନୁମତିରେ ସଙ୍ଗଠନ ଡୋମେନ ସମ୍ପର୍କିତ କିଛିବି ପ୍ରକାଶନ ଅଥବା ପ୍ରସାରଣ ନିମନ୍ତେ ପ୍ରାଧିକୃତ ନୁହନ୍ତି। ଯଦି ଏପରି କିଛି ଅଭିଯୋଗ ମିଳେ ସମ୍ପୃକ୍ତ କର୍ମଚାରୀ ଅଥବା ଅଧିକାରୀଙ୍କ ପେନସନ୍‌ ବନ୍ଦ କରିଦିଆଯିବ।

ପେନସନ ନିୟମରେ ଏହି ସଂଶୋଧନ କେନ୍ଦ୍ର ସରକାରଙ୍କ ସିଭିଲ ସର୍ଭିସ କର୍ମଚାରୀଙ୍କ ନିମନ୍ତେ ପ୍ରଯୁଜ୍ୟ । ଏଣୁ ଗୁଇନ୍ଦା ଅଥବା ସୁରକ୍ଷା ସମ୍ପର୍କିତ ସଙ୍ଗଠନଙ୍କ ଅବସରପ୍ରାପ୍ତ ଅଧିକାରୀ ବିନା ଅନୁମତିରେ କୌଣସି ସାମଗ୍ରୀ ପ୍ରକାଶନ ଅଥବା ପ୍ରସାରଣ କରିପାରିବେନି। ଯଦି ସେମାନେ ଏପରି କିଛି କରନ୍ତି ତେବେ ସେମାନଙ୍କ ପେନସନ୍‌ ଅଟକାଇ ଦିଆଯିବ। ଦେଶର ଅନ୍ତରୀଣ ସୁରକ୍ଷା ଲାଗି ଏପରି ପଦକ୍ଷେପ ନିଆଯାଇଛି ବୋଲି ସରକାର ଦାବି କରିଛନ୍ତି।

ସଂଶୋଧିତ ନିୟମ ଅନୁସାରେ ସେବା ନିବୃତ୍ତି ପରେ ଅଫିସର ବିନା ଅନୁମତିରେ କିଛି ଲେଖନ୍ତି ଅଥବା କୌଣସି ମାଧ୍ୟମରେ ମତ ମନ୍ତବ୍ୟ ରଖନ୍ତି ଏଥିପାଇଁ ସେ ନିଜେ ଦାୟି ହେବେ। ତେବେ ସେ କରୁଥିବା କାମ ଅସମ୍ବେଦନଶୀଳ କି ସମ୍ବେଦନଶୀଳ ଓ ଏହା ସଙ୍ଗଠନ କ୍ଷେତ୍ରାଧିକାର ମଧ୍ୟରେ ଆସୁଛି କି ନା  ସେ ନେଇ ସକ୍ଷମ ଅଧିକାରୀ ଏ ନେଇ ପ୍ରଣୀତ ନୂଆ ଆଇନ ଅନୁସାରେ ନିଷ୍ପତ୍ତି ନେବେ।

ଏହି ସବୁ ବିଭାଗ ପ୍ରତି  ଲାଗୁ ହୋଇଛି ଶଂସୋଧନ
ଇଣ୍ଟେଲିଜେନ୍ସୀ ବ୍ୟୁରୋ, ରିସର୍ଚ୍ଚ ଏଣ୍ଡ ଆନାଲିସିସ୍ ୱିଙ୍ଗ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ, ସେଣ୍ଟ୍ରାଲ ଇକୋନମିକ ଇଣ୍ଟେଲିଜେନ୍ସୀ ବ୍ୟୁରୋ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଏଭିଏସନ ରସର୍ଚ୍ଚ ସେଣ୍ଟର, ସ୍ପେସିଆଲ ଫ୍ରଣ୍ଟିୟର ଫୋର୍ସ, ବିଏସଏଫ, ସିଆରପିଏଫ, ଆଇଟିବିପି, ସ୍ପେଶାଲ ବ୍ରାଞ୍ଚ (ସିଆଇଡି), କ୍ରାଇମବ୍ରାଞ୍ଚ ସିଆଇଡି, ଲକ୍ଷାଦ୍ୱୀପ ପୋଲିସ, ଏସପିଜି, ଡିଆରଡିଓ, ବିଆରଓ, ଫାଇନାନସିଆଲ ଇଣ୍ଟେଲିଜେନ୍ସୀ ୟୁନିଟ ଓ ସିବିଆଇ ବିଭାଗରେ କାର୍ଯ୍ୟରତ ଅଧିକାରୀଙ୍କୁ ଏ ବାବଦେ ଖାସ ସତର୍କତା ଅବଲମ୍ବନ କରିବାକୁ ପଡିବ। ନଚେତ ଅବସରରେ ପେନସନ୍‌ ଅଟକାଇ ଦିଆଯିବ।  

   Related Posts