ସୋମବାର ଖୋଲିବ କେଦାରନାଥ ଧାମ କବାଟ, ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ହେବ ପ୍ରଥମ ପୂଜା, ଭକ୍ତଙ୍କ ଲାଗି ଦର୍ଶନ ବନ୍ଦ

Published By : Prameya-News7 Bureau | May 16, 2021 IST

କେଦାରନାଥ ୧୬।୫: ଦୀର୍ଘ ୬ ମାସ ପରେ ୧୭ ମଇ ସୋମବାର କେଦାରନାଥ ଧାମ କବାଟ ଖୋଲିବ। ଶୀତ ଋତୁ ଯୋଗୁ ମନ୍ଦିର ବନ୍ଦ ଥିଲା। ତେବେ ଗ୍ରୀଷ୍ମ ଆଗମନ ସହ ମନ୍ଦିରରେ କେଦାରନାଥଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ। ଏଥର ମଧ୍ୟ ବାବା କେଦାରନାଥଙ୍କ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଅନୁଷ୍ଠିତ ହେବ। ଦେଶରେ ଏବେ କୋଭିଡ-୧୯ ଦ୍ୱିତୀୟ ଲହର ଚାଲିଛି। ଏଣୁ ବାବା କେଦାର ନାଥଙ୍କ ପ୍ରତ୍ୟକ୍ଷ ପୂଜାର୍ଚ୍ଚନା ଓ ଦର୍ଶନ ଲାଗି ଭକ୍ତଙ୍କ ନିମନ୍ତେ କଡ଼ା କଟକଣା ଲାଗୁ ରହିଛି। ତେବେ ମନ୍ଦିରର ଦ୍ୱାରଫିଟା ନୀତିରେ ତୀର୍ଥ ପୁରୋହିତଙ୍କ ସମେତ ସୀମିତ ଲୋକଙ୍କ ଉପସ୍ଥିତ ରହି ବିଧିବିଧାନରେ କବାଟ ଖୋଲିବେ। ଏଥିଲାଗି ରବିବାର ମନ୍ଦିରକୁ ଫୁଲରେସଜା ଯାଇଛି।

{"id":453311,"sizeSlug":"large","linkDestination":"none"}

ଏହି ଅବସରରେ ଉତ୍ତରାଖଣ୍ଡ ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ ଦେବସ୍ଥାନମ ପରିଚାଳନା ବୋର୍ଡ ଓ ମନ୍ଦିର କମିଟିମାନଙ୍କ ଦ୍ୱାରା ଚାରଧାମରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଜନକଲ୍ୟାଣ ଲାଗି କରାଯିବ। କେଦାରନାଥ ଧାମ ପରେ ମେ ୧୮ ତାରିଖ ମଙ୍ଗଳବାର ଚାମୋଲୀସ୍ଥିତ ଭଗବାନ ବଦ୍ରିନାଥଙ୍କ କବାଟ ପ୍ରାତଃ ୪ଟା  ବେଳେ ବ୍ରାହ୍ମ ମୂହୁର୍ତ୍ତରେ ଖୋଲିବ। କୋଭିଡ ଯୋଗୁ ଏଠାକୁ ମଧ୍ୟ ଭକ୍ତଙ୍କ ଆଗମନ ଉପରେ କଟକଣା ରହିବ।

{"id":453312,"width":836,"height":558,"sizeSlug":"large","linkDestination":"none"}

ଏହା ପୂର୍ବରୁ ଶୁକ୍ରବାର ୟମୁନେତ୍ରୀ ଓ ଏହା ପରଦିନ ଶନିବାର ଗଙ୍ଗୋତ୍ରୀ କବାଟ ଖୋଲିଥିଲା। କେଦାରନାଥ ଭଳି ସେଠାରେ ମଧ୍ୟ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତା ରହି ପୂଜାର୍ଚ୍ଚନା କରିଥିଲେ। ପ୍ରତିବର୍ଷ ଶୀତ ଋତୁ ସମାପ୍ତ ପରେ ଏପ୍ରିଲ-ମେ ମାସରେ ଏହି ସବୁ ମନ୍ଦିରର କବାଟ ଭକ୍ତଙ୍କ ଲାଗି ଖୋଲିଥାଏ। ଗତବର୍ଷ ନିୟମିତ ସମୟର ଦୀର୍ଘ ଦିନ ପରେ ଦେଶରେ ୪ ଧାମ ଯାତ୍ରାଆରମ୍ଭ ହୋଇଥିଲା। ତେବେ ଏଥର କୋଭିଡ ଲହର ଯୋଗୁ ପୁଣି ସମାନ ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି। ତେବେ ବର୍ତ୍ତମାନଲାଗି ୪ ଧାମ ଯାତ୍ରା ସ୍ଥଗିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.