Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

COVID-19 ରିପୋର୍ଟ ନେଗେଟିଭ ଆସିଲେ ବି ରହନ୍ତୁ ସାବଧାନ, ଭୁଲରେ ବି ଲକ୍ଷଣର କରନ୍ତୁନି ଅଣ ଦେଖା

12/07/2020 at 5:34 PM

ନୂଆଦିଲ୍ଲୀ ୧୨।୭: ଦେଶରେ କରୋନା ପରିସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ଏଥିରେ ବିଶେଷଜ୍ଞଙ୍କ ଏକ ରିପୋର୍ଟ ଏବେ ଚିନ୍ତାର କାରଣ ପାଲଟିଛି। ଯେଉଁମାନଙ୍କର କରୋନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଛି ସେମାନଙ୍କୁ ମଧ୍ୟ ସତର୍କ କରାଇଛନ୍ତି ଡାକ୍ତର। ଯଦି କେହି ଲକ୍ଷଣ ଅନୁଭବ କରୁଛନ୍ତି ଓ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ତେବେ ତାଙ୍କୁ ତୁରନ୍ତ ଚିକିତ୍ସକୀୟ ପରାମର୍ଶ ନେବା ଲାଗି ବିଶେଷଜ୍ଞ କହିଛନ୍ତି। ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ ଚିକିତ୍ସା ଦରକାର ବୋଲି କହିଛନ୍ତି।

ଚିକିତ୍ସକଙ୍କ କହିବାର କଥା ହେଲା କେତେକ କ୍ଷେତ୍ରରେ ଦେଖାଯାଇଛି ରୋଗୀଙ୍କଠାରେ କ୍ଲିନିକାଲ ଲକ୍ଷଣ ସବୁ ଦେଖାଯାଉଛି, ହେଲେ ତାଙ୍କ ପରୀକ୍ଷଣ ରିପୋର୍ଟ ବାରମ୍ବାର ନେଗେଟିଭ ଆସୁଛି। ଏପରି କ୍ଷେତ୍ରରେ ରୋଗୀଙ୍କ ବାରମ୍ବାର ପରୀକ୍ଷା କରାଇବା ପରେ ସେମାନଙ୍କ ରିପୋର୍ଟ ପଜେଟିଭ୍ ଆସୁଥିବା ଜାଣିବାକୁ ପାଇଛନ୍ତି। ତେବେ ଚିକିତ୍ସା ଲାଗି ରିପୋର୍ଟକୁ ଅପେକ୍ଷା କରି ରହିଯିବା ରୋଗୀର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଉଚିତ ନୁହେଁ ବୋଲି ଡାକ୍ତର କହିଛନ୍ତି।

ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲର ପଲ୍ମୋନେରୀ ବିଭାଗ, କ୍ରିଟିକାଲ କେୟାର ଏଣ୍ଡ ସ୍ଲିପ ମେଡିସିନ୍‌ ବିଭାଗର ପ୍ରଫେସର ଡା.ନିରଜ ଗୁପ୍ତାଙ୍କ ଅନୁସାରେ ଚିକିତ୍ସା ଲାଗି ରୋଗୀଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ ଓ ସିଟି ସ୍କାନ ରିପୋର୍ଟ ଯଥେଷ୍ଟ। ଏଣୁ ଆରଟି ପିସିଆର ଟେଷ୍ଟ ରିପୋର୍ଟକୁ ଅପେକ୍ଷା ନ କରି ଚିକିତ୍ସା ଆରମ୍ଭ କରିଦିଆଯିବା ଦରକାର ବୋଲି ଡା.ଗୁପ୍ତା କହିଛନ୍ତି। ଯଦି ଏହା ସତ୍ତ୍ୱେ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରିବସିବା ତେବେ ବହୁ ସଂଖ୍ୟାରେ ରୋଗୀ ଅବହେଳାର ଶିକାର ହୋଇ ପ୍ରାଣ ହରାଇବେ। ଯଦି ରିପୋର୍ଟ ବାରମ୍ବାର ନେଗେଟିଭ ଆସୁଛି ଏ କ୍ଷେତ୍ରରେ ସିଟିସ୍କାନ ନିଶ୍ଟିତ ଲାଭପ୍ରଦ କୁହାଯାଇପାରେ।

   Related Posts