କରୋନା ଭୁତାଣୁରୁ ରକ୍ଷା ପାଇବା ପାଇଁ ଏସି ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଲେ ସିଙ୍ଗାପୁର ସରକାର

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧।୦୨ - କରୋନା ଭୁତାଣୁରୁ ରକ୍ଷା ପାଇବା ପାଇଁ ଏସି ନ ବ୍ୟବହାର କରିବା ପାଇଁ ସିଙ୍ଗାପୁର ସରକାର ପରାମର୍ଶ ଦେଇଛନ୍ତି । କରୋନା ସଙ୍କ୍ରମଣରେ ଚୀନ୍‌ରେ ୯ ଶହ ଲୋକଙ୍କର ମୃତ୍ୟୁ ହୋଇଛି । ଏସିର ଥଣ୍‍ଡା ପବନ ଯୋଗୁଁ କରୋନା ଓ ଅନ୍ୟ ଫ୍ଲୁର ଭୁତାଣୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚି ରହୁଛନ୍ତି । ଘର ହ୍ୟାଣ୍ଡେଲ ସହ ଧୂଳିରେ ଏହି ଭୂତାଣୁ ବ୍ୟାପୁଥିବା କୁହାଯାଉଛି।

{"id":223016,"sizeSlug":"large"}


ଗରମ ହେଲେ ଏହି ଭୁତାଣୁ ସଙ୍କ୍ରମଣ କମିଯିବ ବୋଲି କୁହାଯାଇଛି । ସିଙ୍ଗାପୁର ସରକାର କରୋନା ଭୁତାଣୁରୁ ରକ୍ଷା ପାଇବା ପାଇବା ପାଇଁ ଏସି ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏସି ବଦଳରେ ସାଧାରଣ ଫ୍ୟାନ ବ୍ୟବହାର କରିବା ପାଇଁ କୁହାଯାଇଛି ।

{"id":216037,"sizeSlug":"large"}

ନୋବେଲ୍‌ କରୋନା ଭାଇରସ୍‌ର ଲକ୍ଷଣ ହେଲା ଜ୍ୱର , କାଶ ଓ ଶ୍ୱାସ କ୍ରିୟାରେ କଷ୍ଟ । ଏହି ଅତ୍ୟଧିକ ସର୍ଦ୍ଦି ବା ନିମୋନିଆ ପରି ଲକ୍ଷଣ ଦେଖାଇ ଥାଏ । ୧୦ରୁ ୨୦ ପ୍ରତିଶତରେ ରୋଗୀ ଏପରି ହୋଇଯାଏ ଯେ ଭେଣ୍ଟିଲେଣ୍ଟରର ସହାୟତା ନେବାକୁ ପଡେ ।ଏଥିରେ ମୃତ୍ୟୁ ପ୍ରାୟ ୨ ପ୍ରତିଶତ ମାମଲାରେ ହୋଇଥାଏ । ମନୁଷ୍ୟ ଠାରୁ ମନୁଷ୍ୟ । କେତକ କ୍ଷେତ୍ରରେ ପଶୁଠାରୁ ମଣିଷକୁ ଏହା ବ୍ୟାପିଥାଏ ।

ଜଣେ ଚୀନ୍‌ର ବିଶେଷଜ୍ଞ ଏହା ବାୟୁମାଧ୍ୟମରେ ବ୍ୟାପୁଥିବା କଥା କହିଛନ୍ତି । କରୋନା ହୋଇଥିବା ଲୋକଙ୍କ ସହ ସିଧା ସଳଖ ଭାବେ ସଂସ୍ପର୍ଶରେ ନ ଆସିବା ପାଇଁ କୁହାଯାଇଛି ।

ଅଷ୍ଟ୍ରେଲିଆର ବିଶେଜ୍ଞ ଓ ଆସୋସିଏଟ୍‌ ପ୍ରଫେସର କରୋନା ଭାଇରସ୍‌ ବାୟୁ ମାଧ୍ୟମରେ ବ୍ୟାପିବା କୌଣସି ନୂଆ କଥା ନୁହେଁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.