Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋମବାର ଦିନ ଭଗବାନ ଶିବଙ୍କ ପୂଜାରେ ଭୁଲରେ ବି ବ୍ୟବହାର କରନ୍ତୁନି ଏହିସବୁ ଜିନିଷ

24/08/2020 at 1:03 PM

ଭୁବନେଶ୍ୱର ୨୪/୦୮ : ସୋମବାର ଭଗବାନ ଶିବଙ୍କୁ ସମର୍ପିତ | ସୋମବାର ଦିନ ଭଲ ମନରେ ଶିବଙ୍କୁ ଆରାଧନା କଲେ ସବୁ କଷ୍ଟରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି | ଭଗବାନ ଶିବ ସର୍ବଦା ନିଜ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି | ଶିବଙ୍କୁ ପ୍ରସନ୍ନ କରିବାକୁ ସୋମବାର ଦିନ ସକାଳୁ ଉଠି, ସ୍ନାନ ଆଦି ସାରି ଶିବଙ୍କୁ ଆରାଧନା କରିବା ଉଚିତ | ସୋମବାର ଦିନ ଶିବଙ୍କ ସହ ମାତା ପାର୍ବତୀ ଓ ନନ୍ଦୀଙ୍କୁ ଗଙ୍ଗାଜଳ ଅର୍ପଣ କରିବା ଉଚିତ | ଏହାସହ ଶିବଲିଙ୍ଗରେ ଚନ୍ଦନ, ବେଲପତ୍ର, ଦୁଦୁରା ଫୁଲ ଆଦି ଅର୍ପଣ କରିବା ଉଚିତ | ଏସବୁ ଶିବଙ୍କ ପ୍ରିୟ | ସୋମବାର ଦିନ ଭଗବାନ ଶିବଙ୍କୁ ଘିଅ, ଚିନି ଓ ଗହମ ଅଟାରେ ତିଆରି ଭୋଗ ଅର୍ପଣ କରିବା ଉଚିତ | ଏହାପରେ ସେହି ଭୋଗକୁ ଗୁରୁଜନ, ପରିବାର, ବନ୍ଧୁଙ୍କ ସହ ନିଜେ ମଧ୍ୟ ଗ୍ରହଣ କରିବା ଉଚିତ | ସୋମବାର ଦିନ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଶିବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି |  ଏହାଛଡା ଶିବଙ୍କ ମନ୍ତ୍ର ଓଁ ନମଃ ଶିବାୟ ମନ୍ତ୍ର ମଧ୍ୟ ୧୦୮ ଥର ଜପ କରିପାରିବେ |

ଶିବଙ୍କ ପୂଜାରେ ଏମିତି କିଛି ସାମଗ୍ରୀ ଅର୍ପଣ କରାଯାଇଥାଏ ଯାହା ଅନ୍ୟ କୌଣସି ଠାକୁରଙ୍କୁ ଅର୍ପଣ କରାଯାଇନଥାଏ | ଯେପରିକି, ଅରଖ ଫୁଲ, ବେଲପତ୍ର, ଭାଙ୍ଗ | ଶିବଙ୍କ ପୂଜାରେ ଏମିତି କିଛି ସାମଗ୍ରୀ ରହିଛି ଯାହା ଶୁଭ ଫଳ ବଦଳରେ କ୍ଷତି କରିଥାଏ | 

ହଳଦୀ – ଶିବଙ୍କ ପୂଜାରେ ହଳଦୀ ଅର୍ପଣ କରାଯାଏନାହିଁ | ହଳଦୀ ମୁଖ୍ୟତଃ ସୌନ୍ଦର୍ଯ୍ୟ ପ୍ରସାଧନ ଭାବେ ବ୍ୟବହାର କରାଯାଏ | ଶାସ୍ତ୍ର ଅନୁସାରେ ଶିବଲିଙ୍ଗ ପୁରୁଷତ୍ୱର ପ୍ରତୀକ | ସେଥିପାଇଁ ମହାଦେବଙ୍କୁ ହଳଦୀ ଅର୍ପଣ କରାଯାଏନାହିଁ |

ଫୁଲ – ଶିବଙ୍କୁ କନିଅର ଓ ପଦ୍ମ ଛଡା ନାଲି ରଙ୍ଗର ଫୁଲ ପସନ୍ଦ ନୁହେଁ | ଶିବଙ୍କୁ କେତକୀ ଏବଂ ଚମ୍ପା ଫୁଲ ଅର୍ପଣ କରିବା ନିଷେଧ କରାଯାଇଛି |

ସିନ୍ଦୁର – ହିନ୍ଦୁ ଶାସ୍ତ୍ର ଅନୁସାରେ ଶିବଙ୍କୁ ସିନ୍ଦୁର ବା କୁକ୍କୁମ ଲଗାଯାଏନାହିଁ | 

ଶଙ୍ଖ – ଶିବ ପୂଜାରେ ଶଙ୍ଖ ବର୍ଜିତ କରାଯାଇଛି | ଶଙ୍ଖ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ | କିନ୍ତୁ ଶିବ ଶଙ୍ଖଚୁର ନାମକ ଅସୁରକୁ ବଧ କରିଥିଲେ | ସେଥିପାଇଁ ଶିବଙ୍କ ପୂଜାରେ ଶଙ୍ଖ ବର୍ଜିତ ବୋଲି କୁହାଯାଏ |

ପଇଡ ପାଣି – ନଡ଼ିଆ କିମ୍ବା ପଇଡ ପାଣିରେ ଶିବଙ୍କ ଅଭିଷେକ କରିବା ଅନୁଚିତ | ବିଶ୍ୱାସ ଅନୁଯାୟୀ, ନଡ଼ିଆକୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ | ସେଥିପାଇଁ ସମସ୍ତ ଶୁଭ କାର୍ଯ୍ୟରେ ନଡ଼ିଆ ଭୋଗ ଭାବେ ଗ୍ରହଣ କରାଯାଇଥାଏ | କିନ୍ତୁ ଶିବଙ୍କୁ ଆରପା କଲାପରେ ନଡ଼ିଆ ପାଣି ଗ୍ରହଣ ଯୋଗ୍ୟ ନୁହେଁ ବୋଲି କୁହାଯାଏ |

ତୁଳସୀ – ଶିବଙ୍କୁ ତୁଳସୀ ପତ୍ର ମଧ୍ୟ ଅର୍ପଣ କରାଯାଏନାହିଁ | ଏ ସମ୍ପର୍କରେ ଏକ ପୁରୁଣା ବିଶ୍ୱାସ ରହିଛି | ଅସୁର ରାଜା ଜଳନ୍ଧରର ପତ୍ନୀ ବୃନ୍ଦା ତୁଳସୀ ଗଛ ହୋଇଯାଇଥିଲେ | ଶିବ ଜଳନ୍ଧରର ବଧ କରିଥିଲେ | ସେଥିପାଇଁ ବୃନ୍ଦା ଭଗବାନ ଶିବଙ୍କ ପୂଜାରେ ତୁଳସୀ ପତ୍ର ବ୍ୟବହାର ନ କରିବାକୁ କହିଥିଲେ |

(ବି: ଦ୍ର: ଉପର ଲିଖିତ ତଥ୍ୟ ସାଧାରଣ ବିଶ୍ଵାସ ଉପରେ ଆଧାରିତ | କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ )

   Related Posts