Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଏହି ୩ଟି ଅଙ୍ଗରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ସାବୁନ : ନଚେତ୍ ହେବ ଏହି ରୋଗ

6/04/2019 at 1:15 PM

ଏହା ଆପଣ ଭଲଭାବେ ଜାଣିଛନ୍ତି ଯେ ଗାଧୋଇବା ଦ୍ବାରା ଆମ ଶରୀରରୁ ଅନେକ ପ୍ରକାରର ଜୀବାଣୁ ଦୂରେଇ ଯାଆନ୍ତି ଏବଂ ଆମେ ସତେଜ ଅନୁଭବ କରିଥାଉ। ଏଥିପାଇଁ ଆପଣଙ୍କୁ ଦିନକୁ ୨ଥର ଗାଧୋଇବା ଆବଶ୍ୟକ ଏବଂ ଯଦି ଦୁଇ ଥର ଆପଣ ଗାଧୋଇ ପାରୁନାହାନ୍ତି ତେବେ ଅତିକମରେ ଥରେ ନିଶ୍ଚୟ ଗାଧାନ୍ତୁ। କାରଣ ଗାଧୋଇବା ଦ୍ବାରା ଶରୀରରୁ ବର୍ଜ୍ୟବସ୍ତୁ ବାହାରିଯାଇଥାଏ ଏବଂ ଶରୀର ସ୍ବଚ୍ଛ ହୋଇଥାଏ। କିନ୍ତୁ ଗାଧୋଇବା ସମୟରେ ଆମକୁ କେତେକ କଥା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ଯାହା ଦ୍ବାରା ଆମେ ବଡ଼ ସମସ୍ୟାରୁ ମୁକ୍ତି ପାଇଥାଉ।

ଗାଧୋଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ କିନ୍ତୁ ଗାଧୋଇବା ସମୟରେ କେତେକ ଭୁଲ୍ ଯୋଗୁଁ ଆମକୁ ଆଗକୁ ଯାଇ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗାଧୋଇବା ସମୟରେ ଆମେ ସବୁ ସାବୁନର ବ୍ୟବହାର କରିଥାଉ ଯାହା ଆମେ ପୂରା ଶରୀରରେ ପ୍ରୟୋଗ କରିଥାଉ। କିନ୍ତୁ ଶରୀରରେ ଏପରି କେତେକ ଅଙ୍ଗ ରହିଛି ଯେଉଁଥିରେ ସାବୁନ ଲଗାଇବା ଅନୁଚିତ୍। ତେବେ ଆସନ୍ତୁ ଜାଣିବା ସେହି ୩ଟି ଅଙ୍ଗ ବିଷୟରେ

 ଗାଧୋଇବାବେଳେ ଝିଅ ହୁଅନ୍ତୁ କିମ୍ବା ପୁଅ ଉଭୟଙ୍କୁ ନିଜ ପ୍ରାଇଭେଟ ପାର୍ଟରେ ସାବୁନ ଲଗାଇବା ଅନୁଚିତ୍। କାରଣ ଶରୀରର ଏହି ଅଙ୍ଗ ଅତ୍ୟନ୍ତ କୋମଳ ହୋଇଥାଏ। ସମସ୍ତ ସାବୁନରେ କେମିକାଲ ବ୍ୟବହାର କରାଯାଇଥାଏ। ଯଦି ଆପଣ ନିଜ ପ୍ରାଇଭେଟ ପାର୍ଟରେ ସାବୁନ ପ୍ରୟୋଗ କରିବେ ତେବେ ଆପଣଙ୍କୁ ବଡ଼ ଧରଣର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।

ଗାଧୋଇବାବେଳେ ଅଧିକାଂଶ ଲୋକ ଥରେ ନୁହେଁ ବରଂ ଦୁଇ ତିନି ଥର ନିଜ ତ୍ବଚାରେ ସାବୁନ ଲଗାଇ ଥାଆନ୍ତି,ଯାହା ଦ୍ବାରା ଆପଣଙ୍କ ତ୍ବଚା କୋମଳ ହେବା ପରିବତ୍ତେ ରୁକ୍ଷ ହୋଇଯାଇଥାଏ। ଫେସ୍ ଓ୍ବାଶରେ ନିଜ ତ୍ବଚାକୁ ଧୁଅନ୍ତୁ।

ଧ୍ୟାନ ରଖନ୍ତୁ ବାଳରେ ମଧ୍ୟ ସାବୁନ ପ୍ରୟୋଗ କରନ୍ତୁ ନାହିଁ। ନଚେତ୍ ଆପଣଙ୍କ ବାଳ ଝଡ଼ିବା ସମସ୍ୟା ଆରମ୍ଭ ହୋଇଯିବ।

   Related Posts