Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ରାସ୍ତା ଘାଟରେ ଯଦି କିନ୍ନର ଭେଟ ହୁଅନ୍ତି ଜାଣନ୍ତୁ ଖୁବ୍ ଶୁଭ, କରନ୍ତୁ ଏହି ଉପାୟ

22/06/2019 at 8:29 PM

କିନ୍ନରଙ୍କୁ ଦେଖିଲେ ଅନେକ ନାକଟେକନ୍ତି, ଟାହିଟାପରା କରନ୍ତି, ଏପରିକି କେତେକ ସେମାନଙ୍କ ପଛରେ ପଡିଯାଆନ୍ତି। ତେବେ କିନ୍ନରଙ୍କୁ ମଧ୍ୟ ସମାଜରେ ପୁରୁଷ ଓ ମହିଳାଙ୍କ ଭଳି ସମାନ ସ୍ଥାନ ମିଳିଛି। ଏଣୁ ସେମାନଙ୍କ ସହ ଏଭଳି ବ୍ୟବହାର ଆଦୌ ଉଚିତ ନୁହେଁ । ଭାରତୀୟ ଧର୍ମଶାସ୍ତ୍ରରେ କିନ୍ନରଙ୍କୁ ନେଇ ଅନେକ ରୋଚକ କଥା ରହିଛି। ତେବେ ଯାହା ବି ହେଉ ଏମାନେ ସମାଜର ଅଂଶବିଶେଷ ଓ ମଙ୍ଗଳକାରକ। ଯଦି ରାସ୍ତାଘାଟରେ ଏପରି ଲୋକେ ମିଳିଯାଆନ୍ତି ଜାଣନ୍ତୁ ଦିନଟି ନିଶ୍ଚିତ ଶୁଭ। ତେବେ ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ।

କିନ୍ନରଙ୍କ ଉତ୍ପତିର ସମ୍ପୂର୍ଣ୍ଣ ଶ୍ରେୟ ଦେବଦେବ ମହାଦେବଙ୍କୁ ହିଁ ମିଳେ। କାରଣ ବ୍ରହ୍ମା ସୃଷ୍ଟିର ସର୍ଜନା କରିବା ବେଳେ ପୁରୁଷ ସୃଷ୍ଟି ପାଇଁ ଅନେକ ସମୟ ଲାଗିଥିଲା। ତେବେ ଶିବ ନିଜ ଶରୀରରୁ ଅର୍ଦ୍ଧନରେଶ୍ୱର ସୃଷ୍ଟି କରିଥିଲେ। ଏହି ଅର୍ଦ୍ଧନରେଶ୍ୱର ନା ସମ୍ପୂର୍ଣ୍ଣ ନାରୀ ଥିଲେ ନା ପୁରୁଷ। ଏଣୁ ସମାଜରେ କିନ୍ନରଙ୍କ ପରିକଳ୍ପନା ହୋଇଥିଲା। ତେଣୁ କିନ୍ନରଙ୍କୁ ଶାସ୍ତ୍ରରେ ଶୁଭ ବୋଲି ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ନପୁଂଶକ ଗ୍ରହ ବୋଲି କୁହାଯାଏ। ଏଣୁ ବୁଧଙ୍କ ସହ କିନ୍ନରଙ୍କୁ ଜ୍ୟୋତିଷରେ ସମ୍ପୃକ୍ତ କରାଯାଇଛି। ଯଦି ବୁଧବାର ରାସ୍ତାଘାଟରେ କିନ୍ନର ଦେଖା ହୋଇ ଯାଆନ୍ତି ତାଙ୍କଠୁ ଆଶିର୍ବାଦ ନେବାକୁ ଚେଷ୍ଟା କରନ୍ତୁ। ଯଦି କୌଣସି କିନ୍ନର ଖୁସି ହୋଇ ଆପଣଙ୍କୁ ମୁଦ୍ରାଟିଏ ଦିଏ ତେବେ ତାକୁ ନିଜ ପାଖରେ ସାଇତି ରଖନ୍ତୁ।

ଜ୍ୟୋତିଷୀ ମତରେ କିନ୍ନରଙ୍କ ଠାରୁ ସନ୍ତୁଷ୍ଟିରେ ମିଳିଥିବା ଏଭଳି ଅର୍ଥ ଅତ୍ୟନ୍ତ ଶୁଭକାରକ ଯାହା ଦାରିଦ୍ର୍ୟତା ମଧ୍ୟ ଦୂର କରିଥାଏ। ଅନେକ ଲୋକ ଅଛନ୍ତି ଯେତେ ରୋଜଗାର କଲେ ବି ସେମାନେ ସର୍ବଦା ଦୁଃଖକଷ୍ଟରେ ଚଳିବାକୁ ବାଧ୍ୟ ହୁଅନ୍ତି। ସେମାନଙ୍କ ରୋଜଗାର ଅର୍ଥ ପୁରା ପରିବାର ଚଳିବାକୁ ନଅଣ୍ଟ ହୁଏ । ଏଣୁ ଏଭଳି ଲୋକଙ୍କୁ ଯଦି  କିନ୍ନରଙ୍କ  ମୁଦ୍ରା ପ୍ରାପ୍ତ ହୁଏ ତେବେ ସେମାନଙ୍କ ଦାରିଦ୍ର୍ୟତା ଦୂର ହୋଇଯାଏ ବୋଲି ଜ୍ୟୋତିଷୀ କହେ। ଏଣୁ ବୁଧବାର ରାସ୍ତାରେ କିନ୍ନର ମିଳିଲେ ତାଙ୍କ ପ୍ରସନ୍ନ କରାଇ ନିଜର ସମସ୍ୟା ସବୁଦିନ ପାଇଁ ଦୂର କରିପାରିବେ।

   Related Posts