Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଆମ୍ବ ଖାଇବାର ୪ ଘଣ୍ଟା ପର୍ଯ୍ୟନ୍ତ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନଚେତ ଉପୁଜିପାରେ ସ୍ବାସ୍ଥ୍ୟ ସମସ୍ୟା

10/05/2019 at 6:17 PM

ଆମ୍ବକୁ ଫଳଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ । ଏହାର ସ୍ବାଦ, ବାସ୍ନା ସମସ୍ତଙ୍କୁ ଭଲ ଲାଗେ। ଭାରତର ପ୍ରାୟ ପ୍ରତ୍ୟେକ ରାଜ୍ୟରେ ଆମ୍ବ ମିଳେ । ଆମ୍ବରୁ ପ୍ରସ୍ତୁତ ଜେଲି, ଖଟା ଓ ଆମ୍ବିଳ ଅନେକ ପସନ୍ଦ କରନ୍ତି । ଏବେ ଦେଶରେ ଆମ୍ବର ଋତୁ  ତେଣୁ ପାଚିଲା ଆମ୍ବ ଖାଇବାରେ କିଛିଟା ସତର୍କତା ରହିଛି । ଆମ୍ବ ଖାଇବା ପରେ କଲରା, କଞ୍ଚାଲଙ୍କା ଓ ଏଥିରେ ପ୍ରସ୍ତୁତ ଖାଦ୍ୟ ଖାଇବା କଥା ନୁହେଁ । ସେହିଭଳି ରାଇତା ମଧ୍ୟ ଖାଇବା କଥା ନୁହେଁ ।

ଆମ୍ବ ସ୍ବାଦରେ ଭରପୁର ଆମ୍ବ ଖାଇବାର କିଛି ସମୟ ପରେ ଯଦି ଆପଣ ଖାଦ୍ୟ ଖାଉଛନ୍ତି ଓ ସେଥିରେ କଲରା ପ୍ରସ୍ତୁତ ବ୍ୟଞ୍ଜନ ଅଛି ତେବେ ତାକୁ ବର୍ଜନ କରନ୍ତୁ। ଆମ୍ବ ସହ କଲରା ସହଜରେ ହଜମ ହୁଏନି । ଫଳରେ ବାନ୍ତି ଓ ଅନ୍ୟ ଶାରୀରିକ ସମସ୍ୟା ଉପୁଜିଥାଏ । କେବେ କେବେ ଏଥିଯୋଗୁ ନିଶ୍ବାସ ପ୍ରଶ୍ବାସ ନେବାରେ ମଧ୍ୟ କଷ୍ଟ ହୋଇଥାଏ ।

ସେହିଭଳି ପାଚିଲା ଆମ୍ବ ସହ ବା ପରେ କଞ୍ଚା ଲଙ୍କା ଖିଆଯାଏନା। ଆମ୍ବର ପ୍ରକୃତି ମିଠା ଓ କଞ୍ଚାଲଙ୍କା ଉଗ୍ର ସ୍ବଭାବର। ଏଣୁ ଖାଦ୍ୟ ସହ ଆମ୍ବ ଖାଇବା ବେଳେ କଞ୍ଚାଲଙ୍କା ପରିହାର କରନ୍ତୁ । ନଚେତ ପେଟରେ ଜ୍ବଳନ ହେବ। କେବେ କେବେ ପରିସ୍ଥିତି ଏପରି ଅସମ୍ଭାଳ ହୁଏ ଯେ ଏଥିପାଇଁ ହୁଏତ ଡାକ୍ତରଙ୍କ ପାଖକୁ ବି ଯିବାକୁ ପଡେ।

ଖାଦ୍ୟରେ ଆମ୍ବ ଖାଉଥିବା ବେଳେ ରାଇ ଖାଆନ୍ତୁ ନାହିଁ । ଏଥିଯୋଗୁ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିପାରେ। ପ୍ରତ୍ୟେକ ଫଳ ଓ ପନିପାରିବାର ନିଜସ୍ବ ଗୁଣ ରହିଛି । ରସାୟନିକ ପ୍ରକ୍ରିୟା କରଣ ଯୋଗୁ ପେଟରେ ଏ ସବୁ ହଜମ ହେବାରେ ସମସ୍ୟା ସୃଷ୍ଟି କରେ । ଏଣୁ ଏ ସବୁ ଦିଗପ୍ରତି ଦୃଷ୍ଟି ଦେଲେ ଫଳ ବା ପନି ପରିବା ଯୋଗୁ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜି ନଥାଏ ।

   Related Posts