Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ହାଲୁକାରେ ନିଅନ୍ତୁନି Bird flu ବିପଦକୁ, ଜାଣନ୍ତୁ ଲକ୍ଷଣ ଓ ଉପଚାର

6/01/2021 at 6:34 PM

ନୂଆଦିଲ୍ଲୀ ୬।୧: ଭାରତରେ ବାର୍ଡ ଫ୍ଲୁ ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଲାଣି।  ଏଭିଏନ ଇନଫ୍ଲୁଏଞ୍ଜା ଭାଇରସ ଏଚ୍୫ଏନ୧ ଯୋଗୁ ବାର୍ଡ ଫ୍ଲୁ ହୋଇଥାଏ। ଏହା ଏକ ଭୂତାଣୁ ସଂକ୍ରମଣ ଯାହା ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ଅନ୍ୟ ପକ୍ଷୀ, ପଶୁ ଓ ମଣିଷକୁ ମଧ୍ୟ ସଂକ୍ରମଣ ହୋଇଥାଏ। କେତେକ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ଏବେ ପକ୍ଷୀମାରଣ ଅଭିଯାନ ହାତକୁ ନେଇଛନ୍ତି।

ବାର୍ଡ ଫ୍ଲୁ ଅନେକ ପ୍ରକାରର। ତେବେ ଏଚ୍୫ଏନ୧ଏପରି ପ୍ରଥମ ଏଭିଏନ ଇଫ୍ଲୁଏଞ୍ଜା ଯାହା ମଣିଷକୁ ସଂକ୍ରମିତ କରେ। ଏହି ଭୂତାଣୁ ପୋଷା କୁକୁଡାଙ୍କଠାରେ ବେସ୍‌ ସହଜରେ ବ୍ୟାପିଥାଏ। ସଂକ୍ରମଣ ପକ୍ଷୀଙ୍କ ମଳ, ନାକରୁ ବୋହୁଥିବା ପାଣି ମୁହଁରୁ ବାହାରୁଥିବା ଲାଳ ସଂସ୍ପର୍ଶରେ ଆସିଲେ ମଣିଷଙ୍କୁ ବ୍ୟାପିଥାଏ। ଏହି ଭୂତାଣୁ ଏତେ ବିପଦଜନକ ଯେ ଏହାର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମୃତ୍ୟୁମୁଖରେ ମଧ୍ୟ ପଡିପାରନ୍ତି। ଏଥିରେ କୁକୁଡା ପାଳନ କରୁଥିବା ଚାଷୀଙ୍କ ପ୍ରତି ଅତ୍ୟାଧିକ ବିପଦ ରହିଛି।

ସେହିପରି ସଂକ୍ରମଣ ସ୍ଥଳକୁ ଯାଉଥିବା ଲୋକେ, ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରାଣୀ କଞ୍ଚା ଅଥବା ଅଧା ରନ୍ଧା କୁକୁଡା ମାଂସ ଓ ଅଣ୍ଡାରୁ ମଧ୍ୟ ଏହା ବ୍ୟାପିଥାଏ। ସେହିପରି ସଂକ୍ରମିତ ରୋଗୀଙ୍କ ଦେଖରେଖ କରୁଥିବା ଲୋକେ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥାଏ।

ବାର୍ଡ ଫ୍ଲୁ ଲକ୍ଷଣ
କୌଣସି ବ୍ୟକ୍ତି ବାର୍ଡ ଫ୍ଲୁ ସଂକ୍ରମିତ ହେଲେ ତାଙ୍କଠାରେ ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅଶ୍ୱଭାବିକତା, କଫ, ଡାୟେରିଆ, ମୁଣ୍ଡ ବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ପେଟରେ ଯନ୍ତ୍ରଣା, ଗଳା ଖସଖସ, ନାକରୁ ପାଣି ବହିବା, ଆଖିରେ ସଂକ୍ରମଣ, ବାନ୍ତି ଓ ନିମୋନିଆ ଆଦି ସମସ୍ୟା ଉପୁଜିଥାଏ। ଯଦି କୌଣସି ସଂକ୍ରମିତ ସ୍ଥଳ ଅଥବା ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିବା ପରେ ଏପରି କୌଣସି ଲକ୍ଷଣ ଦେଖାଯାଏ ତେବେ କାଳ ବିଳମ୍ବ ନକରି ଡାକ୍ତରଙ୍କ ସହ ସମ୍ପର୍କ କରିବା ଉଚିତ।

କିପରି ବର୍ତ୍ତିବେ ସଂକ୍ରମଣରୁ
ଭାର୍ଡ ଫ୍ଲୁ ଭଳି ସଂକ୍ରମଣରୁ ବର୍ତ୍ତିବା ଲାଗି କିଛି ସତର୍କତା ଅବଶ୍ୟ ପାଳନୀୟ। ହାତକୁ ସାବୁନରେ ୧୫ ସେକେଣ୍ଡ ପର୍ଯ୍ୟନ୍ତ ସଫା ପାଣିରେ ଧୁଅନ୍ତୁ। ସର୍ବଦା ସାଥିରେ ସାନିଟାଇଜର ରଖନ୍ତୁ। ହାତ ଧୋଇ ନ ପାରିବା ପରିସ୍ଥିତିରେ ହାତକୁ ମଝିରେ ମଝିରେ ସାନିଟାଇଜ୍‌ କରି ନିଅନ୍ତୁ। ସଂକ୍ରମିତ ପୋଲେଟ୍ରି ଫାର୍ମ ଓ ସେଠାରେ କାମ କରୁଥିବା ଲୋକଙ୍କଠାରୁ ଦୂରେଇ ରହନ୍ତୁ।  ଫୁଲ ହାତ ସାର୍ଟ ପିନ୍ଧନ୍ତୁ ଓ ଜୋତାକୁ ବାରମ୍ବାର ଡିସଇନଫେକ୍ଟ କରନ୍ତୁ। କାସିବା ଅଥବା ଛିଙ୍କିବା ବେଳେ ମୁହଁକୁ ଘୋଡାଇ ରଖନ୍ତୁ। ବାର୍ଡ ଫ୍ଲୁ ଲାଗି କୌଣସି ଭାକ୍ସିନ ନାହିଁ। ଏଣୁ ସାଧାରଣ ଫ୍ଲୁ ଭାକ୍ସିନରେ ବି ଏଥିରୁ ନିଜକୁ ରକ୍ଷା କରିପାରିବେ।

   Related Posts