ରାତିରେ ଖାଲିପେଟରେ ଶୁଅନ୍ତୁ ନାହିଁ, ଜାଣନ୍ତୁ କ’ଣ ହେବ

Published By : Prameya-News7 Bureau | May 31, 2019 IST

ଅନେକ ଲୋକଙ୍କ ଧାରଣା ରାତିରେ ଖାଇଲେ ମୋଟା ହୋଇଯିବେ। ଏଣୁ ସେମାନେ ରାତିରେ ଶୋଇବା ପୂର୍ବରୁ ନିୟମିତ ଆହର କରନ୍ତି ନାହିଁ।  ଫଳରେ ଦୀର୍ଘକାଳୀନ ଶାରୀରିକ ସମସ୍ୟା ଗ୍ରସିତ ହୁଅନ୍ତି। ଯେଉଁମାନଙ୍କଠାରେ ଓଜନ ଅଥବା ମେଦବୃଦ୍ଧି ସମସ୍ୟା ଥାଏ ଡାକ୍ତର ସେମାନଙ୍କୁ ରାତିରେ ସ୍ବଳ୍ପାହାର ପରାମର୍ଶ ଦେଇଥାନ୍ତି ନିଶ୍ଚିତ ହେଲେ ରାତିରେ ନଖାଇବାକୁ କେବେବି କହି ନଥାନ୍ତି। ଯଦି ଏଭଳି ସମସ୍ୟା ପାଇଁ କେହି ରାତିରେ ଖାଦ୍ୟ ନଖାଇ ଶୋଉଥାନ୍ତି ତେବେ ସାବଧାନ,  ହୁଏତ ଏଭଳି ଅଭ୍ୟାସ ପାଇଁ ଆପଣ ଅଜାଣତରେ ମୃତ୍ୟୁଆଡକୁ ଟାଣି ହୋଇଯାଉଛନ୍ତି ବୋଲି ଜାଣି ନିଅନ୍ତୁ ଓ ତୁରନ୍ତ ନିଜର ଅଭ୍ୟାସ ସୁଧାର କରନ୍ତୁ।

ରାତିରେ ଖାଦ୍ୟ ନଖାଇ ଶୋଇଲେ ପ୍ରଥମତଃ ଆପଣଙ୍କ ନିଦ ଖରାପ ହୁଏ। ପେଟ ଖାଲି ରହିବା ଯୋଗୁ ଠିକରେ ନିଦ ହୋଇ ପାରିନଥାଏ। ଯଦି ଅଭ୍ୟାସଗତ ଭାବେ ରାତିରେ ଖଲିପେଟରେ ଶୋଉଥାନ୍ତି ତେବେ ଏଭଳି ନିଦ ଆପଣଙ୍କ ଅଭ୍ୟାସରେ ପରିଣତ ହେବା ସହ ନାନା ଶାରୀରିକ ସମସ୍ୟାର କାରଣ ପାଲଟେ। ଯେଉଁଥିରୁ ମାନସିକ ରୋଗ ଉପୁଜିବାର ଅନେକ ସମ୍ଭାବନା ଥାଏ। ଯଦି ଏଭଳି ରୋଗରେ ଥରେ ଗ୍ରସିତ ହୁଅନ୍ତି ତେବେ ବାକି ଜୀବନ ନର୍କ ପାଲଟିଯାଏ । 

ତେବେ ଅନେକ ଲୋକ ମେଦବହୁଳତା ଏବଂ ଅତ୍ୟାଧିକ ଓଜନ ଜନିତ ଶାରୀରିକ ସମସ୍ୟା ଯୋଗୁ ରାତିରେ ନ ଖାଇବା ଏଭଳି ସମସ୍ୟାରୁ ମୁକ୍ତ ହେବା ସହଜ ବୋଲି ଅନେକ ଭାବିଥାନ୍ତି। ହେଲେ ରାତିରେ ନଖାଇଲେ ଶରୀରକୁ ଆବଶ୍ୟକ ପୋଷଣ ମିଳିନଥାଏ ବୋଲି ଖୁବ୍ ଜାଣିଥିବେ। ରାତିରେ କିଛି ନଖାଇ ଅଥବା ହାଲକା ସ୍ନାକ୍ସ ଖାଇ ଶୋଉଥିବା ଲୋକେ ଦିନବେଳା ଥକା ଅନୁଭବ କରନ୍ତି। ଏଣୁ ଠିକ ଭାବେ କାମ କରିପାରିନଥାନ୍ତି। ଯଦି ଏଭଳି ଅଭ୍ୟାସରେ ପରିଣତ ହୋଇଥାଏ ତେବେ ତ ପରିସ୍ଥିତି ଅଧିକ ଜଟିଳ ବୋଲି ଜାଣିନେବା ଉଚିତ।

ଏଣୁ ରାତିରେ ବିଲକୁଲ ନଖାଇ ଅଥବା ହାଲୁକା ଖାଦ୍ୟଖାଇ ଶୋଇବାକୁ ଯାଆନ୍ତୁ ନାହିଁ । ରାତିର ଭଲ ନିଦ ଓ ପରବର୍ତ୍ତି ଦିନର ଶୁଭ ସକାଳକୁ ନଷ୍ଟ ହେବାକୁ ଦିଅନ୍ତୁନି। ଏଥିପାଇଁ ଶାରୀରିକ ଆବଶ୍ୟକତା ମୁତାବକ ପୌଷ୍ଟିକ ଆହର ନିଶ୍ଚିତ କରନ୍ତୁ। ତେବେ ଏହି ଆହର ଆପଣଙ୍କର କିପରି ହେବା ଆବଶ୍ୟକ ତାହା ଆପଣଙ୍କ ସ୍ବାସ୍ଥ୍ୟ ଅନୁସାରେ ନିଜେ ନିରୁପଣ କରନ୍ତୁ। ଯେପରି ତାହା ଆପଣଙ୍କ ମେଦ ବୃଦ୍ଧି ଅଥବା ଓଜନବୃଦ୍ଧି ନକରି ଆପଣଙ୍କୁ ସୁନିଦ୍ରା ଦେଉଥିବ ତାହା ନିଶ୍ଟିତ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.