Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

Google ରେ କରନ୍ତୁନି ଏପରି ସର୍ଚ୍ଚ, ପଡିପାରନ୍ତି ଅସୁବିଧାରେ

27/04/2021 at 4:15 PM

ନୂଆଦିଲ୍ଲୀ ୨୭।୪: ଦେଶରେ ଏବେ କରୋନା ଦ୍ୱିତୀୟ ଲହରଚାଲିଛି। ଅନେକ ରାଜ୍ୟରେ କଟକଣା ଜାରି ହେଉଥିବା ବେଳେ ଲୋକେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏଥିରେ ଇଣ୍ଟରନେଟ୍‌ ଉପଯୋଗ ବଢିଥିବା ବେଳେ ସର୍ଚ୍ଚ ଇଞ୍ଜିନ ‘ଗୁଗଲ’  ଲୋକଙ୍କ ଲାଗି ମାର୍ଗଦର୍ଶକ ପାଲଟିଛି। ତେବେ ଘରେ ଖାଲି କଟାଉଥିବା ସମୟରେ ଗୁଗଲରେ ଏପରି କୌଣସି ସର୍ଚ୍ଚ କରନ୍ତୁନି ଯାହା ପରେ ଆପଣଙ୍କ ଲାଗି କ୍ଷତିର କାରଣ ନ ହେବ। ଏଠାରେ ଆମେ ଆପଣଙ୍କୁ ଏପରି କିଛି ସର୍ଚ୍ଚ ସମ୍ପର୍କରେ ସୂଚିତ କରିବାକୁ ଯାଉଛୁ ଯାହା ଆପଣ କରିବା ଉଚିତ ନୁହେଁ।

ଗୁଗଲ ଉପରେ ରହିଛି ହ୍ୟାକରଙ୍କ ନଜର
ହୁଏତ କମ୍‌ ଲୋକେ ଜାଣନ୍ତି ଗୁଗଲ ସର୍ଚ୍ଚ ଇଞ୍ଜିନ ଉପରେ ହ୍ୟାକରଙ୍କ ନଜର ରହିଛି ବୋଲି। ଲୋକଙ୍କ ସର୍ଚ୍ଚ ଉପରେ ହ୍ୟାକର ସର୍ବଦା ନଜର ରଖି ରହିଛନ୍ତି। ଯେତେବେଳେ ଆପଣଙ୍କ ସର୍ଚ୍ଚ ଓ ସେମାନଙ୍କ ଶିକାର ଗୋଟିଏ ସ୍ଥାନରେ ଏକ ହୁଏ ଆପଣ ସେମାନଙ୍କ ଠକାମୀର ଶିକାର ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ସର୍ଚ୍ଚ ଇଞ୍ଜିନରେ କଣ ସବୁ ସର୍ଚ୍ଚ କରିବାନି ଆମେ।

ବ୍ୟାଙ୍କ ସମ୍ପର୍କିତ ତଥ୍ୟ
କରୋନା ଯୋଗୁ ଲୋକେ ସିଧା  ବ୍ୟାଙ୍କକୁ ନ ଯାଇ ଅନ-ଲାଇନ୍‌ ବ୍ୟାଙ୍କିଙ୍ଗ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିରେ ଲାଭ ତ ଅନେକ ହେଉଛି ହେଲେ ଲୋକସାନ ଭୟମଧ୍ୟ ରହିଛି। ଅନ-ଲାଇନ୍‌ ହ୍ୟାକର୍ସ ବ୍ୟାଙ୍କ ଭଳି ୟୁଆରଏଲ ତିଆରି ଦେଉଛନ୍ତି। ଫଳରେ ଆମେ ଯେତେବେଳେ ସମ୍ପୃକ୍ତ ବ୍ୟଙ୍କର ନାମ ଟାଇପ କରୁଛେ ସେମାନଙ୍କ ଜାଲରେ ଫଶୁଛେ। ଏଣୁ ବ୍ୟାଙ୍କ ସମ୍ପର୍କରେକୌଣସି ତଥ୍ୟ ଗୁଗଲରୁ ଜାଣିବା ପରିବର୍ତ୍ତେ ବ୍ୟାଙ୍କର ଅଧିକାରିକ ପୋର୍ଟାଲ ବ୍ରାଉସିଂ କରନ୍ତୁ।

ସର୍ଚ୍ଚ ଇଞ୍ଜିନରେ ଖୋଜନ୍ତୁନି କଷ୍ଟମର କେୟାର ନମ୍ବର  
ପ୍ରାୟତଃ ଆମେ କୌଣସି କଷ୍ଟମର କେୟାରର ନମ୍ବର ପାଇଁ ଗୁଗଲ ସର୍ଚ୍ଚ ଇଞ୍ଜିନକୁ ଚାଲିଯାଇଥାନ୍ତି। ଖାସ ଏଥିପାଇଁ ଅନେକ ଲୋକେ ଅନଲାଇନ୍‌ ଠକଙ୍କ ଶିକାର ହେଉଛନ୍ତି। ହ୍ୟାକର କମ୍ପାନୀର ନକଲୀ ୱେବ୍‌ ସାଇଟ୍‌ ଖୋଲି ଏଥିରେ ନିଜର ନମ୍ବର ଓ ଇ-ମେଲ ଆଇଡି ଦେଉଛନ୍ତି। ଏହାର ଅନୁସରଣ କରିଆମେ ଠକାମୀରେ ପଡୁଛେ। ସେମାନେ ଯେଉଁ ସବୁ ତଥ୍ୟ ମାଗୁଛନ୍ତି ଆମେ ଦେଇ ଦେବା ପରେ ସେମାନେ ଆମ ଆକାଉଣ୍ଟରେ ହାତ ମାରୁଛନ୍ତି। ଯଦି ଆଣଙ୍କୁ କଷ୍ଟମର କେୟାର ନମ୍ବର ଦରକାର ତେବେ ଗୁଗଲ ବଦଳେ କମ୍ପାନୀର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ସର୍ଚ୍ଚ କରନ୍ତୁ।

ଡାକ୍ତର ନୁହନ୍ତି ଗୁଗଲ
ଏବେ ଦେଖା ଯାଉଛି ଲୋକେ ଗୁଗଲଙ୍କୁ ତାଙ୍କର ଡାକ୍ତର ଭାବି ବସିଲେଣି। କୌଣସି ପ୍ରକାର ଶାରୀରିକ ସମସ୍ୟା ଉପୁଜିଲେ ଲୋକେ ଲକ୍ଷଣ ଲେଖି ଔଷଧ ସମ୍ପର୍କରେ ସର୍ଚ୍ଚ କରୁଛନ୍ତି। ତେବେ ଏପରି ଭୁଲରେ ବି କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଜୀବନ ବିପଦରେ ବି ପଡିଯାଇପାରେ। ରୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ଭୁଲ ନୁହେଁ, ହେଲେ   ଗୁଗଲରେ କୌଣସି ୱେବ୍‌ ସାଇଟ୍‌ ଦ୍ୱାରା ଚିକିତ୍ସା ଓ ପରାମର୍ଶ ଅନୁସାରେ ଔଷଧ ଗ୍ରହଣ କରିବା ସବୁବେଳେ ଉପଯୁକ୍ତ ହୋଇ ନ ପାରେ।

   Related Posts